ଦାମ ଦେଖାଇଲେ ବିଜେଡି ପ୍ରେମ, ସରକାର ଙ୍କୁ ବଦନାମ ପାଇଁ ଓଟିଭି ଅପପ୍ରଚାର କରୁଛି

ପୁଣି ମୁଁହ ଖୋଲିଛନ୍ତି ଦାମ ରାଉତ I ଦଳ ବଦଳ ପରେ ଗତ ନିର୍ବାଚନ ରେ ସେ ଅମାନତ ହରେଇବା ପରେ ବିଜେପି ଛାଡିଥିବା ବେଳେ ବହୁଦିନ ଧରି ନିରବ ରହିଥିଲେ I ଚର୍ଚା ହେଉଥିଲା କି ପୁନର୍ବାର ଦାମ ବିଜେଡି କୁ ଫେରିଯିବାକୁ ଚାଁହୁଛନ୍ତି I ତେବେ ନିକଟରେ ବିଜେଡି ପ୍ରତି ଥିବା ଦାମ ଙ୍କ ନିବିଡ଼ତା ଦେଖାଯାଇଛି I ଓଟିଭି ର ଏକ ଭାଇରଲ ଅଡିଓ କୁ ନେଇ ଚର୍ଚା ହେଉଥିବା ବେଳେ ଏନେଇ ତୁଣ୍ଡ ଖୋଲିଛନ୍ତି ଦାମ ରାଉତ I

ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ କୁ ଦେଇଥିବା ପ୍ରତିକ୍ରିୟା ରେ ଦାମ କହିଛନ୍ତି ଯେ ବିଏମସି ଅଭିଯୋଗ କରୁଛି ଓଟିଭି ମିଛ ଖବର ପ୍ରସାରଣ କରୁଛି ତେବେ ଓଟିଭି ପାଖରେ ଯଦି ତଥ୍ୟ ଅଛି ସେ 7ଦିନ କାହିଁକି ସମୟ ନେଉଛି ?ଏଥିରୁ ଜଣାପଡୁଛି ଓଟିଭି ଜାଣିଶୁଣି ସରକାର ଙ୍କୁ ବଦନାମ କରିବାକୁ ଅପପ୍ରଚାର କରୁଛି I ଏଭଳି ସମୟରେ ଯୋଦ୍ଧା କୁ ସାହସ ନଦେଇ ଏଭଳି ଅପପ୍ରଚାର କରିବା ଠିକ ନୁହେଁ I ଆହୁରି ମଧ୍ୟ କହିଛନ୍ତି କି ଏହି ଚାନେଲ ବିଜେପି ସହିତ ସମ୍ପୃକ୍ତ ତେଣୁ ଏପରି ଅପପ୍ରଚାର କରାଯାଉଛି I

Leave a Reply

Your email address will not be published. Required fields are marked *