ସମାଜସେବୀ ଶୁଭାଶିସ ଙ୍କ ନାମରେ ଥାନାରେ ଏତଲା ଦେଲେ ଆଦିତ୍ୟ ଙ୍କ ପତ୍ନୀ ବିଦ୍ୟାଶ୍ରୀ

ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା ଇତି ମଧ୍ୟରେ ଏକ ମାସ ପୂରିଯାଇଥିବା ବେଳେ କୌଣସି ସଠିକ ତଥ୍ୟ ପାଇପାରୁନି ପୋଲିସ I ଜିଆରପି ବିଫଳ ହେବା ସହିତ ଥାନା ଅଧିକାରୀ କରୋନା ପଜିଟିଭ ବାହାରିବା ପରେ ବହୁ ଚର୍ଚିତ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା କୁ କ୍ରାଇମ୍‌ବ୍ରାଞ୍ଚ ହାତକୁ ଟେକି ଦିଆଯାଇଛି I ତେବେ କ୍ରାଇମ ବ୍ରାଞ୍ଚ ମଧ୍ୟ ବର୍ତମାନ ସୁଦ୍ଧା ସେଭଳି କୌଣସି ଆଖି ଦୃଶିଆ ପଦକ୍ଷେପ ନେଇପାରିନି I

ଅପରପକ୍ଷରେ ଯୁବ ଗୋଷ୍ଠୀ ଙ୍କ ମଧ୍ୟରେ ଆଦିତ୍ୟ ମୃତ୍ୟୁ ଘଟଣାରେ ପ୍ରକୃତ ରହସ୍ୟ ଜାଣିବାକୁ ଚାତକ ଭଳି ଅପେକ୍ଷା ରହିଛି I ତେବେ ଏପରି ସମୟରେ ଥାନାର ଦ୍ୱାରସ୍ଥ ହେଇଛନ୍ତି ମୃତ ଆଦିତ୍ୟ ଙ୍କ ପତ୍ନୀ ବିଦ୍ୟାଶ୍ରୀ I ସୋସିଆଲ ମିଡ଼ିଆ ରେ ତାଙ୍କୁ ନେଇ ବିଭିର୍ଣ୍ଣ କପୋଳକଳ୍ପିତ ଏବଂ ମିଥ୍ୟା ଗୁଜବ ସୃଷ୍ଟି କରାଯାଇ ଅଯଥା ବଦନାମ କରାଯାଉଛି I

କେବଳ ତାଙ୍କୁ ନୁହେଁ ତାଙ୍କ ପରିବାର ଙ୍କୁ ମଧ୍ୟ ଏହି ବିବାଦ ରେ ଛନ୍ଦି ଦିଆଯାଉଛି I ଯାହା ଦ୍ୱାରା ସେ ମାନସିକ ନିର୍ଯାତନା ରେ ଘାଣ୍ଟି ହେଉଛନ୍ତି I ଆଦିତ୍ୟ ଙ୍କ ମୃତ୍ୟୁ ରେ ସେ ମାନସିକ ଭାବେ ଯନ୍ତ୍ରଣା ଭୋଗୁଥିବା ବେଳେ ବିଶେଷ କରି ଶୁଭାଶିଷ ଷଡ଼ଙ୍ଗୀ ନାମକ ଜଣେ ବ୍ୟକ୍ତି ତାଙ୍କ ନାମରେ ଏଭଳି ଅପପ୍ରଚାର କରୁଥିବା ସହିତ ତାଙ୍କ ଚରିତ୍ର କୁ ନେଇ ସଂହାର କରୁଛନ୍ତି ଏନେଇ ସେ ଅଭିଯୋଗ କରିବା ସହିତ ଏୟାରଫିଲ୍ଡ ଥାନାରେ ତାଙ୍କ ନାମରେ ଏତଲା ଦେଇଥିବା ଖବର ମିଳିଛି I ଏହାସହିତ ବିଦ୍ୟାଶ୍ରୀ ଲେଖିଛନ୍ତି କି ତୁରନ୍ତ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉ ନଚେତ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବେI ଏନେଇ ପୋଲିସ ପକ୍ଷରୁ ଶୁଭାଶିଷଙ୍କ ନାମରେ ମାମଲା ଦାୟର କରାଯାଇଛି I

ସୂଚନା ଥାଉ କି ୟେ ହେଉଛନ୍ତି ସେଇ ସୁଭାଶିସ ଯିଏ ଆଦିତ୍ୟ ଆତ୍ମହତ୍ୟା ଘଟଣାରେ ପ୍ରଥମେ ସ୍ୱର ଉଠାଇଥିଲେ ଏବଂ ବିଭିର୍ଣ୍ଣ ତଥ୍ୟ ସହିତ ସୋସିଆଲ ମିଡିଆରେ ଯୁକ୍ତି ରଖିଥିଲେ କି ବିଦ୍ୟାଶ୍ରୀ ଙ୍କ ପତ୍ନୀ ହିଁ ଆଦିତ୍ୟ ଙ୍କୁ ହତ୍ୟା କରିଛନ୍ତି ବୋଲି I ବିଶେଷ କରି ,ଫେସବୁକ ରେ ପୋଷ୍ଟ ହେଇଥିବା ଲେଖା ,ଆଦିତ୍ୟ ଙ୍କ ଲୁଂଘି ,କେତେବେଳେ ଆଦିତ୍ୟ ଯାଇଥିଲେ ,ବିଦ୍ୟାଶ୍ରୀ ରାତି ସାରା ଷ୍ଟେସନ ରେ କାହିଁକି ଥିଲେ ? ଏସବୁ କୁ ନେଇ ସୁଭାସିସ ଲଗାତାର ପ୍ରଶ୍ନ କରିଥିଲେ ସୋସିଆଲ ମିଡିଆରେ I

Leave a Reply

Your email address will not be published. Required fields are marked *