ଆଜି ଜନ୍ମାଷ୍ଟମୀ ,ସାରଥୀ କୋଉଠି ? ବର୍ଷେ ହେଲା ନାହିଁ ଖବର

ଆଜି ଜନ୍ମାଷ୍ଟମୀ ତେବେ ସୋସିଆଲ ମିଡିଆରେ ଏବେ ଗୋଟିଏ ଚର୍ଚା ନିଜକୁ ଭଗବାନ ଶ୍ରୀକୃଷ୍ଣ ଙ୍କ ଅବତାର କହି ଆଜିର ଦିନରେ ଆଣ୍ଠୁଆ ଗୋପାଳ ସାଜୁଥିବା ସାରଥୀ ଓରଫ ସନ୍ତୋଷ ରାଉଳ କେଉଁଠି ? ଗତବର୍ଷ ଜୁଲାଇ ମାସରେ ସନ୍ତୋଷ ରାଉଳ ଙ୍କ ନାମରେ ଥିବା 3ଟି ମାମଲାରେ ଶୁଣାଣି ହେଇ ସର୍ତମୂଳକ ଭାବେ ଜାମିନ ପାଇଥିଲେ I ଏହି ଜାମିନ ରେ କୁହାଯାଇଥିଲା କି ସେ କୌଣସି ସଭା ସଙ୍ଗ କରିପାରିବେ ନାହିଁ ତେବେ ଜେଲ୍ ରୁ ବାହାରିବା ପରେ କେନ୍ଦ୍ରାପଡା ଆଶ୍ରମ ନଯାଇ ବାବା କଲିକତା ପଳାଇଥିବା ଚର୍ଚା ହେଇଥିଲା I ଆଜିକୁ ବର୍ଷେ ବିତି ଯାଇଥିଲେ ମଧ୍ୟ ସାରଥୀ ଙ୍କ କୌଣସି ଆଉ ଖବର ଆସିନଥିଲା I

ସୂଚନା ଥାଉ ୨୦୧୫ ମସିହା ଜୁଲାଇ ୪ ତାରିଖରେଆତ୍ମଘୋଷିତ ସାରଥୀ ହାଇଦ୍ରାବାଦର ହୋଟେଲ ଗୋଲକୋଣ୍ଡାଠାରେ ଜଣେ ଡାକ୍ତରୀ ଛାତ୍ରୀ ଙ୍କ ସହିତ ରହିଥିବାର ପର୍ଦାଫାଶ ହେଇଥିଲା ,ଯାହାକୁ ନେଇ କେନ୍ଦ୍ରାପଡା ରେ ନିଆଁ ଜଳିଥିଲା I ଏପରିକି ମିଛ କହି ଲୋକଙ୍କୁ ଠକିବା ସହିତ ସମ୍ପତି ବୃଦ୍ଧି ଏବଂ ଅନ୍ଧବିଶ୍ୱାସ କୁ ପ୍ରୋତ୍ସାହନ ଦେବା ମାମଲାରେ କେନ୍ଦ୍ରାପଡା ରେ ପ୍ରବଳ ଅସନ୍ତୋଷ ଲାଗି ରହିଥିଲା ଏବଂ ଏକ ଗଣମାଧ୍ୟମ ନିଉଜ ସେଭେନ ଦ୍ୱାରା ସାରଥୀ ର ସମସ୍ତ କେଳେଙ୍କାରୀ ପଦାକୁ ଆସିବା ପରେ ସ୍ୱତନ୍ତ୍ର ପୋଲିସ ଙ୍କ ଦ୍ୱାରା ଶେଷରେ ସାରଥୀ ଗିରଫ ହେଇଥିଲା I

Leave a Reply

Your email address will not be published. Required fields are marked *