ହାତକୁ ଦି ହାତ ହେବେ ରାଣୀ ,ମିଳିଗଲା ମନର ମଣିଷ ,କିଏ ସେ ଭାଗ୍ୟବାନ !

ପୁଣି ଚର୍ଚା ରେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା I ଏଥରକ ହାତକୁ ଦି ହାତ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ I ମନର ମଣିଷ ମିଳିଯାଇଛି କେବଳ ହାତଗଣ୍ଠି କୁ ଅପେକ୍ଷା I ଯାତ୍ରା ପେଣ୍ଡାଲ ହୁଲସ୍ତୁଲ କରିଦେଇଥିବା ରାଣୀ ଙ୍କ ଉଦାରତା ମହାମାରୀ ସମୟରେ ସମସ୍ତେ ଉପଲବ୍ଧ କରିଥିଲେ I ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଦେଇଥିଲେ ରାଣୀ ଯେ ସେ ଉପରକୁ ଯାହା ଦେଖେଇ ହେଉଛନ୍ତି ଭିତରଟା କିନ୍ତୁ ଭାରି କୋମଳ ଆଉ ପରୋପକାର ରେ ଗଢ଼ା I

ନିଜେ ଅସୁବିଧା ରେ ଥାଇ ମଧ୍ୟ ପ୍ରଥମେ 50000 ଏବଂ ଯଥା ସମ୍ଭବ କଳାକାର ଙ୍କୁ ସାହାଯ୍ୟ ର ହାତ ବଢ଼ାଇ ବଡ ବଡ କଳାକାର ଙ୍କ ମୁଁହ ରେ ଉଚିତ ଜବାବ ଦେଇଥିଲେ I ରାଣୀ ଙ୍କ ଏଭଳି ହାତ ଅକୁଣ୍ଠ ସାହାଯ୍ୟ ରେ ଏବେ ସମସ୍ତଙ୍କ ହୃଦୟ ରେ ହିଁ ରାନୀ ସାଜିଛନ୍ତି ରାଣୀ I ତେବେ ନିଜର ପ୍ରସଂଶକ ଙ୍କୁ ଏକ ଭିଡିଓ ମାଧ୍ୟମ ରେ ରାଣୀ କହିଛନ୍ତି ଯେ ସେ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି I ତାଙ୍କ ମନର ମଣିଷ ତାଙ୍କୁ ମିଳିଯାଇଛି I

ତେବେ କେବେ ବିବାହ କରିବେ ଏବଂ ତାଙ୍କ ଜୀବନସାଥୀ କିଏ ହେବେ ସେ ସ୍ପଷ୍ଟ କରିନାହାନ୍ତି I କହିଛନ୍ତି କି ଅପେକ୍ଷା କରନ୍ତୁ ରାଣୀ ଜାଗା ଦେଖି ଖେଳ କରିବ I ଏମିତି ବିବାହ ହେବ ଯେ ସାରା ଓଡିଶା ରେ ସେମିତି କେହି ବିବାହ କରିନଥିବେ I ସୂଚନା ଥାଉ କି ପୂର୍ବରୁ ରାଣୀ କହିଥିଲେ ସେ ଯଦି ବିବାହ କରିବେ ପ୍ରଦୀପ ମହାରଥୀ ଙ୍କ ଭଳି ପୁରୁଷ ଙ୍କୁ I ସେଭଳି ପୁରୁଷ ମିଳିଲେ ସେ ବିବାହ କରିବେ I

Leave a Reply

Your email address will not be published. Required fields are marked *