17ବର୍ଷ ର ସମ୍ପର୍କ ତୁଟାଇ ଓଟିଭି ଛାଡିଲେ ଲୋକପ୍ରିୟ ସାମ୍ବାଦିକ ଶାନ୍ତି ଭୂଷଣ ,ନୂଆ ଚ୍ୟାନେଲରେ ଯୋଗ ଦେଲେ

ଶାନ୍ତି ଭୂଷଣ ମିଶ୍ର ମିଡ଼ିଆ ହାଉସ ରେ ପରିଚିତ ନା ଟିଏ ,ନିଜର ବଳିଷ୍ଠ ଉପସ୍ଥାପନା ଦ୍ୱାରା ସମସ୍ତଙ୍କର ପ୍ରିୟ ହେଇପାରିଛନ୍ତି I ତେବେ ନିକଟରେ ନିଜର ନୂଆ କ୍ୟାରିଅର ଆରମ୍ଭ କରିଛନ୍ତି ଶାନ୍ତି ଭୂଷଣ I ଓଟିଭି ରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସିଥିବା ଏହି ବରିଷ୍ଠ ସାମ୍ବାଦିକ 17ବର୍ଷ ର ସମ୍ପର୍କ ତୁଟାଇ ଏକ ପ୍ରତିଷ୍ଠିତ ୱେବ ଚାନେଲ ରେ ଯୋଗ ଦେଇଛନ୍ତି I ସୋସିଆଲ ମିଡିଆରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅର୍ଗସ ଖୁବ ଶୀଘ୍ର ସାଟେଲାଇଟ ଚାନେଲ ହେବାକୁ ଯାଉଥିବା ବେଳେ ,ଏଥିରେ associate editor ଭାବରେ ଯୋଗ ଦେଇଛନ୍ତି ଶାନ୍ତି ଭୂଷଣ । ତେବେ ଓଟିଭି ଛାଡି ନୂଆ ଚାନେଲ ରେ ଯୋଗ ଦେବାପରେ ଫେସବୁକ ରେ ନିଜର ଭାବନା କୁ ବ୍ୟକ୍ତ କରିଛନ୍ତି ଶାନ୍ତି ଭୂଷଣ I

ଲେଖିଛନ୍ତି କି “17 ବର୍ଷ ଧରି TV ସାମ୍ବାଦିକ ଭାବେ ହାତରେ ବୁମ ଧରିଛି। ଖବର ସଂଗ୍ରହ ବେଳେ ସୀମାର ଯୋଦ୍ଧାଙ୍କ ଠାରୁ ବନ୍ଧୁକ ଧରିବାର କଳା ଶିଖିଛି। ଖବର ପାଇଁ ଅକାତ-କାତ ପାଣିରେ ମାଇଲ ମାଇଲ ଯାଇଛି।ପୁଣି ପାଣି ଘେରରେ ଥିବା ଲୋକଙ୍କ ଖବର ଆଣିବାକୁ ଆକାଶରେ ଉଡ଼ିଛି। ପାହାଡ଼ ଚଢି ନଗଡାର ନଗ୍ନ ଚିତ୍ର କୁ ସାମ୍ନା କୁ ଆଣିଛି। ନିର୍ବାଚନ ତାତିରେ ନେତାଙ୍କ ନୀତି, ନିୟତି ଓ ନିଷ୍ପତ୍ତି କୁ ଭୋଟର ଙ୍କ ନିକିତିରେ ତଉଲିବାକୁ ଜିଲ୍ଲାରୁ ଜିଲ୍ଲା ବୁଲିଛି। ସାମ୍ବାଦିକତାକୁ ଦୂରରୁ ଦେଖିଛି। ପାଖରୁ ପରଖିଛି। ତଥାପି ପ୍ରତିଦିନ ଶିଖୁଛି। ଏହି ଶିଖିବା କ୍ରମରେ ପରିବର୍ତ୍ତନର ପବନ ସହ ତାଳ ଦେଇ ପୁଣି ଏକ ଯାତ୍ରା ପାଇଁ ପାଦ ରଖିଛି। ରାଜ୍ୟର ନମ୍ବର ୱାନ ଚ୍ୟାନେଲ ଓଟିଭିରୁ ସତ୍ୟର ସନ୍ଧାନ ଲକ୍ଷ୍ୟ ନେଇ ସ୍ୟାଟେଲାଇଟ ଚ୍ୟାନେଲ ଅପେକ୍ଷାରେ ଥିବା ଅର୍ଗସ ନ୍ୟୁଜକୁ ବାଛିଛି। ଏବେ ଆପଣ ମାନଙ୍କର ସଦିଚ୍ଛା ଓ ଭଲପାଇବା କାମନା କରୁଛି।

Leave a Reply

Your email address will not be published. Required fields are marked *