ମନ୍ଦିର ସାମ୍ନା ରେ ବସି ଭିକ ମାଗି ସାଇତି ରଖିଥିବା 90 ହଜାର COVID-19 ରିଲିଫ୍ ପାଇଁ ଦାନ ଦେଇଦେଲେ

ମହାମାରୀ କରାନା ପାଇଁ ବଦାନ୍ୟ ବ୍ୟକ୍ତି ମାନେ ହାତଖୋଲି ସରକାର ଙ୍କ ପାଣ୍ଠି କୁ ଦାନ ଦେଉଥିବା ବେଳେ ଏବେ କେବଳ ଚର୍ଚା ନୁହେଁ ସମସ୍ତଙ୍କ ମନ କିଣିନେଇଛନ୍ତି ଜଣେ ଭିକ୍ଷୁ I ଜୀବନ ସାରା ଭିକ ମାଗି ସାଇତି ରଖିଥିବା ସବୁ ସମ୍ପତି କୁ କୋଭିଡି ପାଇଁ ଦାନ ଦେଇ ଦେଇଛନ୍ତି I ସୂଚନା ଅନୁଯାୟୀ ଘଟଣା ଟି ତାମିଲନାଡୁ ର ଟୁଟିକୋରିନ୍ ଜିଲ୍ଲାର I ଏଠିକାରମୂଳ ବାସିନ୍ଦା ପୁଲପାଣ୍ଡିଆନ୍ ମନ୍ଦିର ରେ ଭିକ୍ଷା ବୃତି କରନ୍ତି I

ପ୍ରତିଦିନ ଗୁଜୁରାଣ ମେଣ୍ଟିବା ପରେ ଯାହା ବଳେ ତାକୁ ସାଇତି ରଖିଥିଲେ I ଏହି ସଞ୍ଚିତ ଅର୍ଥ କୁ ସେ ଅନାଥ ପିଲାଙ୍କ ପାଠପଢା ରେ ଖର୍ଚ କରେଇବେ ବୋଲି ଚିନ୍ତା କରିଥିଲେ କିନ୍ତୁ ବର୍ତମାନ ମହାମାରୀ ପାଇଁ ସେ ଚିନ୍ତିତ ହେଇ ତାଙ୍କର ସଞ୍ଚିତ ସମସ୍ତ ଅର୍ଥ ସେ ଦାନ କରିଛନ୍ତି କରୋନା ପାଇଁ I ପୂର୍ବରୁ ମଧ୍ୟ ପୁଲପାଣ୍ଡିଆନ୍ ମେ ମାସରେକରୋନା ପାଇଁ 10,000 ଟଙ୍କା ଦାନ କରିଥିଲେ। କିନ୍ତୁ ମହାମାରୀ ନକମିବା ରୁ ସେ ଅସ୍ତବ୍ୟସ୍ତ ହେଇପଡ଼ିଥିଲେ I କଲେକ୍ଟର ଙ୍କୁ ଭେଟି ସଞ୍ଚିତ ଅର୍ଥ ଦାନ ଦେଇଥିଲେ I

ଜିଲ୍ଲାପାଳ ମଧ୍ୟ ତାଙ୍କୁ ପ୍ରସଂଶା କରି କରୋନା ଯୋଦ୍ଧା ର ଆଖ୍ୟା ଦେଇଛନ୍ତି I ସୂଚନା ଥାଉ କି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ତାମିଲନାଡୁରେ ଖବର ଲେଖା ଯିବା ସୁଦ୍ଧା କରୋନାଭାଇରସର 54,122 ସକ୍ରିୟ ମାମଲା ରହିଛି। COVID-19 ରୁ 2,83,937 ଲୋକ ଉଦ୍ଧାର ହୋଇଥିବାବେଳେ 5,886 ଲୋକଙ୍କ ଜୀବନ ଚାଲିଗଲାଣି I

Leave a Reply

Your email address will not be published. Required fields are marked *