ଭୁବନେଶ୍ୱର ଦୁଇ ବିଧାୟକଙ୍କ ଆଶୁ ଆରୋଗ୍ୟ ପାଇଁ ସମୁହ ଦିପଦାନ

OdishaExclusive ବ୍ୟୁରୋ ରିପୋର୍ଟ : ଭୁବନେଶ୍ୱର ସିଆରପିଏଫ ସ୍ଥିତ ଶ୍ରୀ ଜଙ୍ଗଲ ମହାବୀର ମନ୍ଦିରରେ ଭୁବନେଶ୍ୱର ଦୁଇ ଯୁବ ବିଧାୟକ ଭୁବନେଶ୍ୱର ବିଜୁ ଜନତା ଦଳ ଜିଲ୍ଲା ସାଙ୍ଗଠନିକ ସଭାପତି ଓ ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀଯୁକ୍ତ ଶୁସାନ୍ତ କୁମାର ରାଉତ ଓ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ ଆଶୁ ଆରୋଗ୍ୟ ଉଦ୍ଦେଶ୍ୟରେ ସମୁହ ଦିପଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଧୃତୀ ରଞ୍ଜନ ମାର୍ଥା, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସମ୍ପାଦକ ଅଶୋକ କୁମାର ରାଜ୍,ମନୋଜ କୁମାର ମହାନ୍ତି, ୨୨ନମ୍ବର ୱାର୍ଡ ସଭାପତି ଆଲୋକ କୁମାର ପାଣିଗ୍ରାହୀ, ସମାଜସେବୀକା ଶ୍ରୀମତୀ ପ୍ରତିମା ତ୍ରିପାଠୀ,ଯୁବ ସମାଜସେବୀ ପ୍ରସନ୍ନ କୁମାର ପାଣି, ଆସିଶ କୁମାର ଦାସ,ଜଗନ କୁମାର ପରିଡ଼ା, ପବନ କୁମାର ସ୍ୱାଇଁ,ଶୁଭମ କୁମାର ସ୍ୱାଇଁ,ସନ୍ତୋଷ କୁମାର ନନ୍ଦ ଓ ଅନ୍ୟ ସମସ୍ତେ ଉପସ୍ଥିତ ରହିଥିଲେ । ଯୁବସମାଜସେବୀ ପ୍ରସନ୍ନ କୁମାର ପାଣି ଏହି କାର୍ଯ୍ୟ ଟିକୁ ଆୟୋଜନ କରିଥିଲେ ।

Leave a Reply

Your email address will not be published. Required fields are marked *