କରୋନା ଲଢ଼େଇକୁ ଝଟକା, ହ୍ୟୁମାନ ଟ୍ରାଏଲ ବେଳେ ଟିକା ନେଇ ଜଣେ ଅସୁସ୍ଥ

ନୂଆଦିଲ୍ଲୀ: କରୋନା ଲଢ଼େଇକୁ ଲାଗିଛି ଏକ ବଡ଼ ଝଟକା ।  ଟ୍ରାଏଲ ବେଳେ ଜଣେ ବ୍ୟକ୍ତି ଅସୁସ୍ଥ ହେବାରୁ ଆଷ୍ଟ୍ରାଜେନେକା ଓ ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ କରୋନା ଟିକାର ପରୀକ୍ଷଣ ସ୍ଥଗିତ ରଖାଯାଇଛି ।

ହ୍ୟୁମାନ ଟ୍ରାଏଲର ତୃତୀୟ ପର୍ଯ୍ୟାୟରେ ଟିକା ନେବା ପରେ ଜଣେ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇଥିଲେ । ଏଣୁ ଏହାକୁ ତର୍ଜମା କରିବା ଲାଗି ବର୍ତ୍ତମାନ ପାଇଁ ପରୀକ୍ଷଣ ବନ୍ଦ ରଖାଯାଇଛି । ପରୀକ୍ଷଣ ବେଳେ ବିଭିନ୍ନ ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବାର ଆଶଙ୍କା ଥିବାରୁ ଏହାକୁ ନିୟମିତ ସମୀକ୍ଷା କରାଯାଉଛି । ତେଣୁ ପରୀକ୍ଷଣ ସ୍ଥଗିତ ରଖାଯାଇଛି ବୋଲି ଆଷ୍ଟ୍ରାଜେନେକା ପକ୍ଷରୁ କୁହାଯାଇଛି । ଆଷ୍ଟ୍ରାଜେନେକା ଓ ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ ଆମେରିକା, ବ୍ରିଟେନ ଓ ଭାରତରେ ଏହି ଟିକା ପ୍ରସ୍ତୁତ କରାଯାଉଛି

।ସୂଚନା ଅନୁସାରେ ଟିକା ପ୍ରୟୋଗ ପରେ ସମସ୍ୟା ଦେଖାଦେଇନଥିଲା  । ହେଲେ ପରେ ସଂପୃକ୍ତ ବ୍ୟକ୍ତି ଅସୁସ୍ଥ ହେବାରୁ ଟିକାର ଗୁଣବତ୍ତାକୁ ପରୀକ୍ଷା କରାଯାଉଛି ।

ଆଷ୍ଟ୍ରାଜେନେକା ଏବେ କରୋନା ଭ୍ୟାକସିନ୍‌ର ତୃତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ କରୁଥିବା ୯ କମ୍ପାନୀ ମଧ୍ୟରୁ ଅନ୍ୟତମ। ଯୁକ୍ତରାଷ୍ଟ୍ର ଆମେରିକାରେ କମ୍ପାନୀ ପକ୍ଷରୁ ୩୦ ହଜାର ସ୍ୱେଚ୍ଛାସେବୀଙ୍କ ଉପରେ ଏହି ଭ୍ୟାକସିନର ଟ୍ରାଏଲ କରାଯିବା ନିମନ୍ତେ ପଞ୍ଜୀକରଣ କରାଯାଇଛି।

 

 

Leave a Reply

Your email address will not be published. Required fields are marked *