୪୪ ବର୍ଷ ବୟସ ରେ କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ଦେହାନ୍ତ

ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ଅନାମ ବନ୍ଧୁ ଧଳଙ୍କ ହୃଦଘାତରେ ପରଲୋକ ହେଇଯାଇଛି I ମୃତ୍ୟୁ ବେଳକୁ ଅନାମଙ୍କୁ ୪୪ ବର୍ଷ ବୟସ ହୋଇଥିଲା। ଗତ ସପ୍ତାହେ ଧରି ତାଙ୍କ ଶରୀର ସାମାନ୍ୟ ଅସୁସ୍ଥ ଥିଲା ଏବଂ ସେ ନିଜ କେନ୍ଦ୍ରାପଡ଼ା ଶାନ୍ତ ସାହି ସ୍ଥିତ ସରକାରୀ ବାସ ଭବନରେ ରହି ଚିକିତ୍ସିତ ହେଉଥିଲେ । ତେବେ ଗତକାଲି ରାତିରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ ହେଇଥିଲା ଏବଂ ତାଙ୍କୁ ହସ୍ପିଟାଲ ନେବା ପୂର୍ବରୁ ପ୍ରାଣବାୟୁ ଉଡିଯାଇଥିଲା I କେନ୍ଦ୍ରାପଡା ରେ ସେ ଜଣେ ଯୁବ ନେତା ଭାବେ ବେଶ ଲୋକପ୍ରିୟ ,ତାଙ୍କ ଅକାଳ ବିୟୋଗ ରେ ସମଗ୍ର ଜିଲ୍ଲା ରେ ଶୋକ ଖେଳିଯାଇଛି I ତେବେ ଏନେଇ ତାଙ୍କ ବନ୍ଧୁ ଅମୀୟ କୁମାର ବେହୁରା ଙ୍କୁ ଯୋଗାଯୋଗ କରିବାରେ ସେ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ ଅଛନ୍ତି ବୋଲି କହିଥିଲେ I ଏବେବି ବିଶ୍ୱାସ କରି ହେଉନି ଯେ ଅନାମ ଆମ ସମସ୍ତଙ୍କୁ ଛାଡିକି ଚାଲିଯାଇଛନ୍ତି I

 

ସୂଚନା ଥାଉ କି ଅମୀୟ ଙ୍କ ଘର କେନ୍ଦ୍ରାପଡା ଏବଂ ଉଭୟ ଅତି ଅନ୍ତରଙ୍ଗ ବନ୍ଧୁ ଅଟନ୍ତି ,ଯେବେ ବି ଅନାମ ପୁରୀ ଆସନ୍ତି ବନ୍ଧୁ ଅମୀୟ ଙ୍କ ଅତିଥେୟତା ନେବାକୁ ଭୁଲି ନଥାନ୍ତି ଅନାମ I

Leave a Reply

Your email address will not be published. Required fields are marked *