କରୋନା ସମୟରେ 8600 କର୍ମଚାରୀ ଙ୍କୁ କିଲିବିଲି କରି କନ୍ଦେଇ ମାରୁଛି ଟାଟା ପାୱାର

ବଡ କମ୍ପାନୀ ର ଛୋଟିଆ ନୀତି I କରୋନା ସମୟରେ ଜୀବିକା ରୁ ଛଟେଇ କରି ସହାୟତା ଆଳରେ କିଲିବିଲି କରୁଛି ଟାଟା ପାୱାର I ରାଜ୍ୟ ସରକାର ଙ୍କ ବିଦ୍ୟୁତ ବିଭାଗ ସେସୁ କୁ ଜୁନ୍ ମାସରୁ ଟାଟା ପାୱାର କିଣି ନେଇଥିବା ବେଳେ ପ୍ରଥମ ଦଫା ରେ ସେସୁ ର ନାମ ହଜେଇ TPCODL ରଖିଥିଲା I ପରେ ପୁରୁଣା ଫ୍ରାଞ୍ଚାଇଜ ଫେଡ଼କୋ ଏଂଜେନ କୁ କାର୍ଯ୍ୟ ରୁ ବିଦା କରିଥିଲା I ତେବେ ତିନୋଟି ଫ୍ରାଞ୍ଚାଇଜ ଅଧୀନ ରେ କାମ କରୁଥିବା 8600 କର୍ମଚାରୀ ଙ୍କୁ କରୋନା ସମୟରେ ଚାକିରୀ ହରେଇବାକୁ ପଡିଲା I ଜୀବନ ଜୀବିକା କୁ ନେଇ ଲଢେଇ କରୁଥିବା କର୍ମଚାରୀ ମାନେ ଯେତେବେଳେ ଏକତ୍ରିତ ହେଲେ କେଜାଣି କୋଉଠି ଥିଲେ ହଠାତ ଧସେଇ ପଶିଲେ ରାଜନେତା ମାନେ I ରାଜନେତା ଙ୍କ ଜଟିଳ ପ୍ରତିଶୃତି ରେ ଭରଷା କରି ନିରବି ଯାଇଥିଲେ କର୍ମଚାରୀ I ଏପରିକି ବିଜେଡି ନେତା ସୁବାସ ବାବୁ ବଡ ବଡ କଥା କହି ଭୁତେଇ ଦେଲେ ଶ୍ରମିକ ମାନଙ୍କୁ I ହଠାତ ଝଡ଼ ଭଳି ଉଠିଥିବା ଶ୍ରମିକ ଅସନ୍ତୋଷ ନେତା ଙ୍କ ପ୍ରତିଶୃତି ରେ ଚୁପ ହେଇଗଲା ଯାହାର ଫାଇଦା ନେଲା ନେଲା କମ୍ପାନୀ I
ପ୍ରତ୍ୟକ ଡିଭିଜନ କୁ ଅନାମଧେୟ ଠିକାଦାର ଙ୍କ ହାତରେ ଟେକିଦେଲା କମ୍ପାନୀ I କରୋନା ସମୟରେ ଜୀବିକା ପାଇଁ ଛଟପଟ ହେଉଥିବା କର୍ମଚାରୀ ଶାଗ ଭେଣ୍ଡି ଦର ରେ ଠିକାଦାର ଙ୍କ ଅଧୀନ ରେ କାର୍ଯ୍ୟ କରିବାକୁ ବାଧ୍ୟ ହେଲେ I ଜୀବିକା ତ ପାଇଗଲେ କିନ୍ତୁ ଜୀବନ ବଞ୍ଚିବା ଭାରି କଷ୍ଟ ହେଉଛି I ବିଲିଂ କଲେ 3.50 ତ ଆଦାୟ କଲେ ଜଣେ ଉପଭୋକ୍ତା ଙ୍କ ପାଇଁ କମ୍ପାନୀ ଦେଉଛି 4 ଟଙ୍କା I ମାସ ସାରା ଧଇଁ ସଇଁ ହେଇ ଶେଷରେ ମାସକୁ ପ୍ରାପ୍ୟ ମିଳୁଛି 2000 କିମ୍ବା 3000 I କେମିତି ବଞ୍ଚିବ କର୍ମଚାରୀ ଟିଏ ? ନା ଶୁଣୁଛନ୍ତି ନେତା ନା ଶ୍ରମିକ ନେତା I ଭାଗ୍ୟ କୁ ଆଦରି କହି ପାରୁନାହାନ୍ତି କି ସହି ବି ପାରୁନାହାନ୍ତି I ଏପରିକି ଓପେପା ନାମରେ ଫ୍ରାଞ୍ଚାଇଜ କର୍ମଚାରୀ ଙ୍କୁ ଏକାଠି କରିଥିବା କିଛି ନେତା ଟାଟା ପାଖରେ ବିକ୍ରି ହେଇଗଲେ I
ଆଜି ଶ୍ରମିକ ଅଶାନ୍ତି  ବଢ଼ିବାରେ ଲାଗିଥିବା ବେଳେ ନେତା ମାନେ ତିନି ମାଙ୍କଡ଼ ସାଜି ନିରବ ଦ୍ରଷ୍ଟା I ବିଚରା ଶ୍ରମିକ ଙ୍କ ଦୁଃଖ ଶୁଣୁଛି କିଏ ? ବଡ ବଡ ବିଦ୍ୟୁତ ଶ୍ରମିକ ନେତା ମାନେ ବାହାସ୍ପୋଟ ମାରି କେବଳ କ୍ରେଡିଟ ନେବାରେ ବ୍ୟସ୍ତ ଥିବାବେଳେ ଏମାନଙ୍କ କଥା କିଏ ବୁଝୁଚି ? ଶେଷରେ ଏଭଳି ପରିସ୍ଥିତି ଆସିଲାଣି ସହି ସହି ଅସହ୍ୟ ହେଇଗଲେଣି ଶ୍ରମିକ ମାନେ ,ଜୀବନ ଆଉ ଜୀବିକା ଭିତରେ ଏ ଲଢେଇ କେଉଁ ପରିସ୍ଥିତି ନେବ କହିହେଉନି I ନା ସରକାର ଙ୍କ ପାଖରେ ଏମାନଙ୍କ ଦୁଃଖ ପହଁଚୁଛି ନା ବିଭାଗ ନଜର ଦେଉଛି I

Leave a Reply

Your email address will not be published. Required fields are marked *