କରୋନା ମହାମାରୀ ସମୟରେ ବଢ଼ିଲା ବିଜୁଳି ଦର ,ଜାଣନ୍ତୁ ୟୁନିଟ ପିଛା କେତେ ବଢ଼ିଲା

କରୋନା ମହାମାରୀ ସମୟରେ ବୃଦ୍ଧି ହେଇଚି ବିଦ୍ୟୁତ ଦର I ଏନେଇ ଆଜି ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗଙ୍କ (OERC ) ତରଫ ରୁ ନିଷ୍ପତ୍ତି ଶୁଣାଯାଇଛି I ଦରଧାର୍ଯ୍ୟ ଶୁଣାଣି ବେଳେ ଗ୍ରୀଡ଼କୋ ନିଅଣ୍ଟ ଭରଣା ଦାବି କରିଥିଲା I ୬୬୦ କୋଟିର ନିଅଣ୍ଟ ଭିତ୍ତିରେ ୩୪୧ କୋଟିର ଭରଣା ପାଇଁ ମଞ୍ଜୁରି ହୋଇଛି । ତେବେ ସ୍ଲାବ ରେ ପ୍ରତି ୟୁନିଟ ପିଛା ୨୦ ପଇସା ଦର ବୃଦ୍ଧି କରାଯାଇଛି I କିନ୍ତୁ ଏହି ବର୍ଦ୍ଧିତ ଦର ରେ କୁଟୀର ଜ୍ୟୋତି ଏବଂ ବିପିଏଲ ଚାଷୀ ଉପଭୋକ୍ତା ଙ୍କୁ ଦେୟ ଦେବାକୁ ପଡିବ ନାହିଁ ସେମାନଙ୍କୁ ଏଥିରୁ ବାଦ ଦିଆଯାଇଛି।ଆସନ୍ତା ଅକ୍ଟୋବର ପହିଲାରୁ ରାଜ୍ୟରେ ଏହି ନୂଆ ବର୍ଦ୍ଧିତ ଦର ଲାଗୁ ହେବ

Leave a Reply

Your email address will not be published. Required fields are marked *