ରାଜ୍ୟ ବିଜେପି ଆଇଟି ସେଲ୍ ମୁଖ୍ୟ ପଦବୀ ରୁ ଇସ୍ତଫା ଦେଲେ ସ୍ନେହାସିସ ,ଆଣିଲେ ସଙ୍ଗୀନ ଅଭିଯୋଗ

ବିଜେପି

ରାଜ୍ୟ ବିଜେପି ଆଇଟି ସେଲ୍ ମୁଖ୍ୟ ପଦ ଛାଡିଛନ୍ତି ସ୍ନେହାଶିଷ I ଗତକାଲି ସେ ଏହି ପଦବୀ ରୁ ଇସ୍ତଫା ଦେଇଛନ୍ତି I ଏନେଇ ସେ ନିଜ କ୍ଷୋଭ ସହିତ ଅଭିମାନ ଭରା ଦରଦ କୁ ସୋସିଆଲ ମିଡ଼ିଆର ଫେସବୁକ ରେ ଉଲ୍ଲେଖ କରିଛନ୍ତି I କେନ୍ଦ୍ର ରେ ବିଜେପି ସମର୍ଥନ ରେ ବିଜେଡି ଥିବାବେଳେ ଓଡ଼ିଶାରେ ନିର୍ବାଚନ ସମୟ ଆସିଲେ ଉଭୟ ପରସ୍ପର ବିରୋଧ ରେ ଗୋହି ଖୋଳାଖୋଳି ହୁଅନ୍ତି କିନ୍ତୁ ନିର୍ବାଚନ ସରିଲେ ହାତ ଧରି ବାଟ ଚାଲନ୍ତି ଏପରି`ଅଭିଯୋଗ ଅନେକ ଥର କଂଗ୍ରେସ ଆଣିଛି ,ବାସ୍ତବ ରେ ଦେଖିବାକୁ ଗଲେ କଥା ର ଗୁରୁତ୍ୱ ମଧ୍ୟ ରହିଛି ,ଏପରି ଅନେକ ଉଦାହରଣ ରହିଛି ଯାହାର ବାଖ୍ୟା କରିବା ଅନାବଶ୍ୟକ I I ବିଜେଡି ବିଜେପି ସଲା ସୁତୁରା ଥିବା ଚର୍ଚା ସବୁବେଳେ ଉଠେ ,ତେବେ ଏହାର ପ୍ରଭାବ ରାଜ୍ୟ ବିଜେପି କର୍ମୀ ଙ୍କ ଉପରେ କିଭଳି ପ୍ରଭାବ ପଡୁଛି ତାହାର ଜ୍ୱଳନ୍ତ ଉଦାହରଣ ଦେଇଛନ୍ତି ସ୍ନେହାଶିଷ ମହାନ୍ତି I ଗତକାଲି ସେ ଦେଇଥିବା ଇସ୍ତଫା ପରେ ସୋସିଆଲ ମିଡିଆରେ ରଖିଥିବା ପ୍ରତିକ୍ରିୟା କୁ ଏଠାରେ ଉଲ୍ଲେଖ କରୁଛୁ I

“ଭାରତୀୟ ଜନତା ପାର୍ଟି ରାଜ୍ୟ ଶାଖାର ଆଇଟି ସେଲ ପ୍ରମୁଖ ପଦବୀରୁ ମୁଁ ଇସ୍ତଫା ଦେଉଛି l ଗତ ୫ ବର୍ଷ ଧରି ଶହ ଶହ କାର୍ଯ୍ୟକର୍ତ୍ତାଙ୍କର ଅକୁଣ୍ଠ ସମର୍ଥନ ଭଲପାଇବା ଏବଂ ଶ୍ରଦ୍ଧା ମୋତେ ବଶୀଭୂତ କରିଦେଇଥିଲା l ଏକ ପରିବାର ପରି ପରସ୍ପର ଚଳି ଆସିଥିଲୁ, ମାତ୍ର ଆଜି ସମୟ ବଦଳି ଯାଇଛି, ଦଲାଲ ମାନଙ୍କ କବଳରେ ଆଜି କାର୍ଯ୍ୟକର୍ତ୍ତାଙ୍କ ସମ୍ମାନ ବଳିପଡୁଛି l ମୋଦୀଜୀଙ୍କ ନେତୃତ୍ୱରେ ଦେଶରେ ଭାଜପା ପ୍ରତି ଲୋକଙ୍କର ସମର୍ଥନ ବଢୁଥିବା ବେଳେ ରାଜ୍ୟରେ ଦୁର୍ନିତୀଯୁକ୍ତ ନବୀନ ଶାସନକୁ ସାମ୍ନା କରିବାକୁ ସାହସ ନାହିଁ l ମୋଦୀଜୀଙ୍କ ଜନକଲ୍ୟାଣକାରୀ ଯୋଜନାର ସୂଚନା ମଧ୍ୟ ବୁଥ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାକୁ ଅସମର୍ଥ ମନେ କରୁଛନ୍ତି l ନା ଏଠି ପରିବାର ଅଛି, ନା କାର୍ଯ୍ୟକର୍ତ୍ତାଙ୍କୁ ସମ୍ମାନ ମିଳୁଛି, ନା ଲୋକଙ୍କ ସ୍ୱାର୍ଥ ପାଇଁ ରାଜ୍ୟରେ କାର୍ଯ୍ୟ ହେଉଛି…ଏଭଳି ପରିସ୍ଥିତିରେ ମୁଁ ଓଡ଼ିଆ ଭାବେ ନିଜର ସ୍ୱାଭିମାନକୁ ବଳି ପକାଇବାକୁ ଉଚିତ ମଣୁନାହିଁ l ତେଣୁ ଆଜି ନିଜର ଇସ୍ତଫା ପ୍ରଦାନ କଲି କିନ୍ତୁ ମୋଦୀଜୀଙ୍କ ପ୍ରତି ଭଲପାଇବା ଏବଂ ଭାଜପାର ଆଦର୍ଶରେ ପଥ ଚାଲିବା ଜାରିରହିବ l

ଶେଷରେ ଧର୍ମେନ୍ଦ୍ର ଭାଇଙ୍କୁ ବିନମ୍ର ଅନୁରୋଧ ଅଭିମାନ ନକରି, ପଛଘୁଞ୍ଚା ନଦେଇ ପୂର୍ବଭଳି ନିଜେ ନେତୃତ୍ୱ ନିଅନ୍ତୁ…ତୁଟି ଯାଇଥିବା ଲୋକଙ୍କ ପୂର୍ବ ଆସ୍ଥା ପୁନଃ ପ୍ରତ୍ୟାବର୍ତ୍ତନ ହେବ I

ଅର୍ଥାତ ମୋଟାମୋଟି କହିବାକୁ ଗଲେ ସ୍ନେହାଶିଷ ଙ୍କ ଅଭିଯୋଗ ଅନୁଯାୟୀ ଓଡ଼ିଶାରେ ବିଜେପି ବିଜେଡି ସଲାସୁତୁରା ରେ ଚାଲିଛି ଯାହାଫଳରେ ବିଜେଡି କୁ ସମାଲୋଚନା ରେ ବିଜେପି ଆଇଟି କର୍ମୀ ଙ୍କ ପାଟି ଏବଂ ହାତରେ ତାଲା ପଡିଯାଇଛି I ତେବେ ସ୍ନେହାଶିଷ ଙ୍କ ଏହି ପୋଷ୍ଟ କୁ ସୋସିଆଲ ମିଡିଆରେ ନଜର ପକାଇଲେ ମତାମତ ସେକ୍ସନ ରେ ଶହ ଶହ ବିଜେପି କର୍ମୀ ଏହା ସହିତ ଏକମତ ହେଇ ସମର୍ଥନ ଦେଇଛନ୍ତି I

Leave a Reply

Your email address will not be published. Required fields are marked *