କୋଭିଡି ହସ୍ପିଟାଲ୍ ରେ ଦୁର୍ନୀତି ଲୁଚାଇବାକୁ ଜାଚିଲେ ଲାଞ୍ଚ ,ନନେବାରୁ କହିଲେ ଗଧ ସାମ୍ବାଦିକ

କରୋନା ମହାମାରୀ ଠୁ ଅଧିକ ଚର୍ଚା ରେ ରହିଛି କୋଭିଡି ଦୁର୍ନୀତି I ତେବେ ରାଉରକେଲା ର ଏକ ଘଟଣା ଏବେ ଚର୍ଚା କୁ ଆସିଛି I ରାଉରକେଲା ର ଦାଣ୍ଡିଆପାଲି ନିକଟରେ ଥିବା ଜୟପ୍ରକାଶ ହସ୍ପିଟାଲ ନାମରେ କୋଭିଡି ଦୁର୍ନୀତି ଆଣି ଉଭୟ କଂଗ୍ରେସ ଏବଂ ବିଜେପି ତରଫ ରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା I ଏହାକୁ ନେଇ ହସ୍ପିଟାଲ ର ଇମେଜ ପ୍ରଭାବିତ ହେଉଥିବା ବେଳେ ଅଚାନକ ଏକ ଅଡିଓ ଦାଣ୍ଡରେ ପଡି ହାଟରେ ଗଡୁଛି I ଅଡିଓ ରେ ସାମ୍ବାଦିକ ଙ୍କୁ ରାଉରକେଲା ର ଜଣେ ଚର୍ଚିତ ଚେହେରା ଖୋଲାଖୋଲି ଲାଞ୍ଚ ଯାଚୁଥିବା ସାମ୍ନା କୁ ଆସିଛି I ଭାଇରଲ ଅଡିଓ ଅନୁଯାୟୀ ରାଉରକେଲା ର ଫେମ ଇନଷ୍ଟିଟ୍ୟୁଟ ର ଜଣାଶୁଣା ଚେହେରା ହୃଷୀ ମହାପାତ୍ର ଜଣେ ସାମ୍ବାଦିକ ଙ୍କୁ ଫୋନ କରି କହୁଛନ୍ତି କି ଜୟପ୍ରକାଶ ହସ୍ପିଟାଲ ର ନିର୍ଦେଶକ ଏବଂ ମୋ ମାଲିକ ଡି ଆର ପଟନାୟକ ଉଭୟ ବନ୍ଧୁ I ମତେ ମିଡ଼ିଆ ଦାୟିତ୍ୱ ଦିଆଯାଇଛି , ଆପଣ ମାନେ ମୋ ଭାଇ ଭଳି ,ଏବଂ ମୁଁ ଆପଣଙ୍କ ସହିତ ପରିଚିତ ତେଣୁ ଭାବିଲି ମୋ ଭାଇ ମାନେ ବି ଏହାର ଲାଭ ଉଠାନ୍ତୁ I ସମସ୍ତେ ନେଇଗଲେଣି ଆପଣ କାଲି ଆସି ହସ୍ପିଟାଲ ପିଆରଓ ଠାରୁ 2000 ନେଇଯାଆନ୍ତୁ I ପରେ ମାସିକ ବ୍ୟବସ୍ତା କରାଯିବ I ହସ୍ପିଟାଲ ସପକ୍ଷ ରେ ଖବର ପ୍ରସାରଣ କରନ୍ତୁ I

ଅଡିଓ ଟି ଭାଇରଲ ହେବାପରେ ଏନେଇ ଫେମ ଇନଷ୍ଟିଟ୍ୟୁଟ ମାଲିକ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ସାମ୍ନା କୁ ଆସିଛନ୍ତି ଜୟ ହସ୍ପିଟାଲ ନିର୍ଦେଶକ ସଞ୍ଜୟ ଭନସଲ I ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇ କହିଛନ୍ତି କି ପ୍ରଥମେ ସେ ଅଡିଓ ରେ ଦାବି କରୁଥିବା ବ୍ୟକ୍ତି ଏବଂ ହସ୍ପିଟାଲ ସହିତ କଣ ସମ୍ପର୍କ ଜାଣିବା ଦରକାର ,ଏମିତି ଯିଏ ଆସି ସିଏ କହିଦେଲେ କଣ ହେବ ,ଅପରପକ୍ଷରେ ସେ ଗଧ ସାମ୍ବାଦିକ କୁ ଆସି 2000 ନେଇଯିବାର ଥିଲା ଯଦି ତାକୁ କିଏ ଯାଚୁଥିଲା I ଏହାକୁ ନେଇ ଏବେ ଜୋରଦାର ଚର୍ଚା ସହିତ ସାମ୍ବାଦିକ ଙ୍କୁ ଗଧ କହିଥିବାରୁ ତୀବ୍ର ଅସନ୍ତୋଷ ଦେଖାଯାଇଛି I ତେବେ ଅଡିଓ ସତ ହେଇଥିଲେ ସାଙ୍ଘାତିକ ଏହାର ତଦନ୍ତ କରିବାକୁ ସବୁ ମହଲ ରୁ ଦାବି କରାଯାଉଛି I

Leave a Reply

Your email address will not be published. Required fields are marked *