ବାଜି ମାରିନେଲେ ଇପ୍ସିତା ପ୍ରଥମଥର ପାଇଁ ବିଜୁ ଛାତ୍ର ଜନତା ଦଳର ଜଣେ ଛାତ୍ରୀ ହେଲେ ମହାସଚିବ

OE Byuro :ବିଜୁ ଛାତ୍ର ଜନତା ଦଳ ର ନବକଳେବର ହେଇଥିବା ବେଳେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଛାତ୍ର ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଚୟନ କରାଯାଇଛି। ଆଉ ସମସ୍ତଙ୍କୁ ଚମକାଇ ଦେବା ଭଳି ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ I ଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯାଇ ପ୍ରଥମଥର ମହାସଚିବ ପଦବୀ ରେ ଇପ୍ସିତା ସାହୁ ଙ୍କୁ ନିଯୁକ୍ତ କରାଯାଇଛି I ସୂଚନା ଥାଉ କି ଇପ୍ସିତା ପୂର୍ବରୁ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ର ପୂର୍ବତନ ସଭାପତି ତଥା ଉତ୍କଳ ବିଶ୍ୱବିଦ୍ୟାଳୟ ର ପୂର୍ବତନ ଛାତ୍ର ସଂସଦ ର ସାଧାରଣ ସମ୍ପାଦିକା ଭାବେ ବେଶ ଭଲ କାମ କରି ସୁନାମ ଅର୍ଜନ କରିଛନ୍ତି I

ଏହାସହିତ ପୂର୍ବରୁ ଛାତ୍ର ବିଜେଡିର ସମ୍ପାଦକ ଭାବେ ୨୦୧୪-୨୦୧୭ ଓ ୨୦୧୭-୨୦୨୦ ରାଜ୍ୟ ଛାତ୍ର ଉପସଭାପତି ଭାବରେ ରେ ନିଯୁକ୍ତି ପାଇ ନିଜକୁ ଦଳରେ ପ୍ରମାଣ କରିଛନ୍ତି । ଗତ ୫ ବର୍ଷରେ ମଧ୍ୟରେ ଓଡ଼ିଶାରେ ନିଜର କଠିନ ପରିଶ୍ରମ ଫଳରେ ବେଶ ଲୋକପ୍ରିୟ ହାସଲ କରିଥିଲେ। ତାଙ୍କୁ ଏହି ଦାୟିତ୍ଵ ମିଳିଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ବିଜେଡି ସାଧାରଣ ସମ୍ପାଦକ(ଛାତ୍ର ବ୍ୟାପାର) ତଥା ମାନ୍ୟବର ବିଧାୟକ,ଚାନ୍ଦବାଲି ଶ୍ରୀଯୁକ୍ତ ବ୍ୟୋମକେଶ ରାୟ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଇପ୍ସିତା ଙ୍କୁ ନୂତନ ଦାୟୁତ୍ୱ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି। ଜଣେ ସୁସଂଘଠନ ଭାବେ ଇପ୍ସିତା ରାଜ୍ୟ ସ୍ତରରେ ବେଶ ସୁନାମ ଅର୍ଜନ କରିପାରିଛନ୍ତି ଏବଂ ଏହି ନୂତନ ଦାୟିତ୍ୱ ମିଳିବା ପରେ ମହିଳା ସଂଘଠନକୁ ଶକ୍ତିଶାଳୀ କରିବା ସହିତ ସୁଦୃଢ କରିବେ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *