ସରକାରୀ ସ୍କୁଲ ରେ ଖେଳ ଶିକ୍ଷକ ଥାଇ ବିଜେଡି ଉପ ସଭାପତି ହେଲେ ସୁଭାସିସ ଖୁଣ୍ଟିଆ

ନିକଟରେ ବିଜେଡି ଦଳରେ ଏକ ପରିବର୍ତନ ହେଇଥିବା ବେଳେ ପୁରୀ ଯୁବ ନେତା ସୁଭାସିସ ଖୁଣ୍ଟିଆ ଓରଫ ଲକି ଖୁଣ୍ଟିଆ ଙ୍କୁ ମିଳିଛି ରାଜ୍ୟ ଉପସଭାପତି ପଦବୀ I ତେବେ ସୁଭାସିସ ଙ୍କୁ ବିଜେଡି ଦଳୀୟ ପଦବୀ ମିଳିବା ପରେ ODISHAEXCLUSIVE ର ବଡ ସନ୍ଧାନ ରେ ଲାଗିଛି ବଡ ପ୍ରମାଣ I ନିୟମ ଅନୁଯାୟୀ ଜଣେ ସରକାରୀ ଚାକିରୀ ରେ ନିୟୋଜିତ ଥିଲେ କୌଣସି ଦଳରେ ସାମିଲ ହେଇପାରିବେ ନାହିଁ କିମ୍ବା ତାଙ୍କୁ କୌଣସି ପଦବୀ ର ପ୍ରଶ୍ନ ଉଠୁ ନାହିଁ ,ପ୍ରଥମେ ସେ ସରକାରୀ ଚାକିରୀ ରୁ ଇସ୍ତଫା ଦେବା କଥା I

ସୁଭାସିସ ଖୁଣ୍ଟିଆ ସରକାରୀ ଚାକିରୀ ରେ ଥାଇ ମଧ୍ୟ ଖୋଲାଖୋଲି ନିୟମ ର ଉଲଂଘନ କରି ବିଜେଡି ଦଳ ର ପ୍ରଚାର କରିଥିଲେ ଏପରିକି ସେ BYJD ର ଷ୍ଟେଟ ସେକ୍ରେଟାରୀ ମଧ୍ୟ ଥିଲେ I ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ଭାବରେ ବିଜେଡି ର କାର୍ଯ୍ୟ କରି ଆସିଛନ୍ତି I ନିକଟରେ ତାଙ୍କୁ ବିଜେଡି ଦଳ ରେ ଗୁରୁ ଦାୟିତ୍ୱ ମିଳିଛି I ସେ ଦଳ ର ଉପ ସଭାପତି ହେଇଛନ୍ତି କିନ୍ତୁ ଏବେ ବି ସେ ସରକାରୀ ଚାକିରୀ ରେ ଅଛନ୍ତି I

ଓଡିଶା ସ୍କୁଲ ଏଜୁକେସନ ଲିଷ୍ଟ ରେ ଥିବା ତଥ୍ୟ ଅନୁଯାୟୀ ସୁଭାସିସ ଖୁଣ୍ଟିଆ ଏବେବି ବଡଶଙ୍ଖ ସ୍କୁଲ ର ସରକାରୀ ଚୁକ୍ତି ଭିତିକ ପୀଇଟି ଶିକ୍ଷକ ଅଛନ୍ତି I 10.02.2014 ମସିହା ରେ ସେ ସରକାରୀ ଶିକ୍ଷକ ଭାବେ ଯୋଗ ଦେଇଛନ୍ତି ପୁରୀ ବଡଶଙ୍ଖ ସ୍କୁଲ ରେ I ସରକାରୀ ଶିକ୍ଷକ ଥାଇ ମଧ୍ୟ କିଭଳି ସେ ଏକ ଦଳୀୟ କାର୍ଯ୍ୟକ୍ରମ ରେ ସାମିଲ ହେଇ ପ୍ରଚାର ପ୍ରସାର କରିବା ସହିତ ବଡ ପଦବୀ ରେ ରହିଲେ ତାହା ଏବେ ତଦନ୍ତ ସାପେକ୍ଷ I

ତେବେ ଚର୍ଚା ହେଉଛି କି ସୁଭାସିସ ଇସ୍ତଫା ଦେଇଛନ୍ତି ଯଦି ଏହା ସତ୍ୟ ସରକାରୀ ତଥ୍ୟ ଭୁଲ କି ? ଯଦି ଇସ୍ତଫା ଦେଇଥାନ୍ତି ତେବେ ସରକାରୀ ତଥ୍ୟ ରେ ଏହା ଅପଡେଟ କିଭଳି ହେଲାନି ? ଏବେବି ସରକାରୀ ତଥ୍ୟ ରେ କିଭଳି ଚାକିରୀ ରେ ସୁଭାସିସ ରହିଥିବା ଉଲ୍ଲେଖ ରହିଛି ?

Leave a Reply

Your email address will not be published. Required fields are marked *