ଛାତ୍ର ବିଜେଡି ରେ ତୀବ୍ର ଅସନ୍ତୋଷ ସୁନ୍ଦରୀ ଯୁବତୀ ଙ୍କ କୋଉ ଦକ୍ଷତା ଦେଖି ମହାସଚିବ କଲ ?

ନିକଟରେ ବିଜୁ ଯୁବ ଛାତ୍ର ଜନତା ଦଳ ର ନବକଳେବର ହେଇଛି I ନୂଆ ଚେହେରା ସ୍ଥାନ ପାଇଛନ୍ତି Iଅଭିନେତ୍ରୀ ଏଲିନା ଦାଶ ଙ୍କୁ ମହାସଚିବ ଭାବେ ନିଯୁକ୍ତ କରାଯାଇଛି I ବହୁ ପୁରୁଣା ଛାତ୍ର ନେତା ଏଥିରୁ ବାଦ ପଡିଛନ୍ତି I ତେବେ ଏଲିନା ଙ୍କ ମହାସଚିବ ନିଯୁକ୍ତ କୁ ନେଇ ତୀବ୍ର ଅସନ୍ତୋଷ ଦେଖାଯାଇଛି ଛାତ୍ର ନେତା ଙ୍କ ମଧ୍ୟରେ I ଛାତ୍ର ନେତା ରାକେଶ ମହାନ୍ତି ସିଧାସଳଖ କହିଛନ୍ତି କି ମାଙ୍କଡ ହାତରେ ଶାଳଗ୍ରାମ । ଏଠି ଆଲବମ୍ Queen ଯୁବ ମହାସଚିବ। ସେ ତାଙ୍କ ଜୀବନ ରେ ଥରେ ବିଜୁ ଜନତା ଦଳ ର ଗୋଟେ ପତାକା କୋଉଠି ଲଗେଇଥିବେ ?? ସୁନ୍ଦରୀ ଯୁବତୀ ଙ୍କ କୋଉ ଦକ୍ଷତା ଦେଖି ଯୁବ ଛାତ୍ର ରେ ସାମିଲ କରାଯାଇଛି ? ଯୋଉ ମାନେ ନିଜ ଜୀବନ କୁ ଦଳ ପାଇଁ ସମର୍ପଣ କରି, Case ଖାଇଛନ୍ତି, Jail ଯାଇଛନ୍ତି, ବହୁ ବାଧା ବିଘ୍ନ ର ସମ୍ମୁଖୀନ ହେଉଛନ୍ତି ସେମାନ ଙ୍କୁ ଅଣଦେଖା।

Mahesh Prasad ଙ୍କ ଠୁ ଆରମ୍ଭ କରି, Kalpataru Ojha, Ranapratap Patra ଙ୍କ ପର୍ଯ୍ୟନ୍ତ ସବୁ ଅଲୋଡା। ଯୋଉ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅଣ୍ଡା ମାଡ଼ କରୁଥିଲେ ସେମାନେ ଆଜି Corporation ରେ, ଯିଏ ନବୀନ ବାବୁ ଙ୍କୁ Chaka କହି ବିଜେବି କଲେଜ ସମ୍ମୁଖ ରେ ଆନ୍ଦୋଳନ କରୁଥିଲେ ସେମାନେ ଆଜି ଯୁବ ଛାତ୍ର ରେ। ଆପଣ ତ ବାପା ଓ ମାମୁଁ ଙ୍କ seat ରୁ MLA ହେଲେ so ଆପଣ ଜାଣିବେ କେମିତି ସଂଘର୍ଷ କଣ। ଓଡ଼ିଶା ର ଛାତ୍ର ଯୁବ ଙ୍କ ଆଦର୍ଶ Dr. Arun Kumar Sahoo ଜାଣିଥିଲେ ସଂଘର୍ଷ କଣ୍। କାରଣ ସେ ଲଢେଇ କରି ନେତା ହେଇଥିଲେ । ସେ ସମସ୍ତ ଙ୍କୁ ଗୁରୁତ୍ବ ଦେଇ ଆସିଥିଲେ। ଆଉ ଆପଣ ତ କେବେ କୋଉ college ର ସଂସଦ ରୁ ଲଢ଼ିକି ଆସିନାହାନ୍ତି। ମାଙ୍କଡ ହାତରେ ଶାଳଗ୍ରାମ। ଆପଣ ଙ୍କ ମାନମନି ଓ ନିଷ୍ପତି ବିରୁଦ୍ଧରେ ସାରା ରାଜ୍ୟ ରୁ ସ୍ୱର ଉତ୍ତୋଳନ ଆରମ୍ଭ ହେଇଗଲାଣି।

ସେହିଭଳି ଭୁବନେଶ୍ୱର ପୂର୍ବତନ ଛାତ୍ର ଜିଲ୍ଲା ସଭାପତି କଳ୍ପତରୁ ଓଝା ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି କି ‘ହେ ନବୀନ ବାବୁ ମୁଁ ତୁମ ଫ୍ୟାନ । ୨୦୦୪ ରୁ ୨୦୨୦ ଆଜି ପର୍ଯ୍ୟନ୍ତ ଦଳର ଜଣେ ଶୃଙ୍ଖଳିତ କର୍ମୀ । ବିଜେବି କଲେଜରୁ ବାଣୀ ବିହାର ପର୍ଯ୍ୟନ୍ତ । କଲେଜ ଇଲେକ୍ସନ ଠାରୁ ଆରମ୍ଭ କରି ଦଳୀୟ ପ୍ରଚାର ପର୍ଯ୍ୟନ୍ତ ସବୁଠି ମୁଁ ମୋର ବହୁ ମୁଲ୍ୟ ସମୟ ଦେଇଛି । ପ୍ରତି ବର୍ଷ ଦଳର ସମ୍ମାନ ପାଇଁ କଲେଜ ଇଲେକ୍ସନରେ କ୍ୟାମ୍ପସରେ ପ୍ରାର୍ଥୀକୁ ଜିତାଇବା ପାଇଁ ଦଳର ନିର୍ଦେଶ । ମୁଁ ଏବଂ କିଛି ଛାତ୍ର ନେତା ଦଳରେ ଅଲୋଡା କାହିଁକି ? ଦଳ ପାଇଁ କେସ ଖାଇଛୁ, ଦୁଇ ଦୁଇ ଥର ଜେଲ ମଧ୍ୟ ଯିବାକୁ ପଡିଛି ।

ଦଳ ଦେଉଛି କଣ ? ମୁଁ ବିଜେବି କଲେଜର ସାଧାରଣ ସଂପାଦକ ହେବା ଠାରୁ ଆରମ୍ଭ କରି ଭୁବନେଶ୍ୱର ର ଗୁରୁତ୍ୱ ପୁର୍ଣ୍ଣ ଦାୟୀତ୍ୱ ନେଇ ସୁଚାର ରୁପେ ତୁଲାଇବା ପରେ ମଧ୍ୟ । ଯଦି ଆମର ଏ ଅବସ୍ଥା ତେବେ ଅନ୍ୟ ଜିଲ୍ଲା ଯୁବ ଛାତ୍ର ନେତା ମାନଙ୍କ ଅବସ୍ଥା କଣ ହେଉଥିବ ତାହା ଏଥିରୁ ଅନୁମେୟ । ଆମ ଦଳର ଇଜତ ପାଇଁ ଯେଉଁ ମାନଙ୍କ ସହ ଲଢେଇ କରିବାକୁ ପଡୁଥିଲା ସେମାନେ ଆମ ଦଳରେ ବର୍ତ୍ତମାନର ହିରୋ । ଆମଦାନି ଛାତ୍ର ନେତା ମାନେ ଦଳର ଏବେ କାର ଗେହ୍ଲା ପୁଅ । ଏମାନଙ୍କ ମଧ୍ୟରୁ କିଏ କର୍ପୋରେସନ୍ ତ ଆଉ କିଏ ଡାଇରେକ୍ଟର୍ ତ ପୁଣି କିଏ ଛାତ୍ର ର ଗୁରୁତ୍ୱ ପୁର୍ଣ୍ଣ କାର୍ଯ୍ୟକାରି ସଭାପତି ଭଳି ଉଚ୍ଚ ପଦରେ ଥଇଥାନ୍ । ସେମାନଙ୍କର ଦଳପ୍ରତି ଆନୁଗତ୍ୟ କଣ ? ସେମାନଙ୍କ ଠାରେ କଣ ଏମିତି ଦକ୍ଷତା ଅଛି ଯେ ଆମ ପାଖେ ନାହିଁ । ଯିଏ ଗୁରୁ ଏବଂ ବିଜୁ ଜନତା ଦଳକୁ ଆଣିଥିବା ଲୋକର ନୁହଁ ସେ କାହାର ନୁହଁ । ଏ ଦଳରେ ତାଙ୍କର ସ୍ୱାର୍ଥ ପୁରଣ ନ ହେଲେ ଅଲଗା ଦଳକୁ ପଳେଇବେ । ବାର ଘରିଆଙ୍କ ପାଇଁ ସବୁ ସମ୍ଭବ । ଆମେ ଯେତେ ଥର ଜିନ୍ଦାବାଦ ପକେଇଛୁ , ସେମାନେ ନବୀନ ବାବୁ ଆଉ ଆମ ଦଳର ମୁର୍ଦାବାଦ ସହସ୍ର ଅଧିକ ପକାଇଛନ୍ତି । ତାହା ହେଲେ ଆମର ଭୁଲ କେଉଁଠି ?

(ରାଜ୍ୟ ସଭାପତି ଓ ମହେଶ ପ୍ରସାଦ ଭଳି ଛାତ୍ର ନେତା ବି ଏଦଳରେ ଅଲୋଡା) ଦଳ ପାଇଁ ବହୁ ମୂଲ୍ୟ ସହ ଯୌବନ ବି ନଷ୍ଟ କରିଛୁ । ଯେଉଁ କଲେଜ୍ ରୁ ପାସ କରିଛୁ ଯଦି ଆମେ ଚାହିଁ ଥାନ୍ତୁ ପିଅନ ଚାକିରି କରିପାରିଥାନ୍ତୁ । ଦୀର୍ଘ ସମୟ ପାଟିରେ କାମ କରି କଣ ମିଳିଲା ଏଠି ? ଦଳରେ ଅଭିଞତା , ସିନିୟର, ଜୁନିୟର ଏବଂ କଠିନ ପରିଶ୍ରମର କିଛି ମୂଲ୍ୟ ନଥାଏ । ଚାଟୁକାର କେତେ ଦିନ ଚାଲିବ । ଯୁବ ବ୍ୟାପାର ଦାୟୀତ୍ୱରେ ଥିବା ମାନ୍ୟବର ବିଧାୟକ ମୋ ଠାରୁ ବିଜୁ ଜନତା ଦଳରେ କମ ଦିନର ସଦସ୍ୟ । ଭୁବନେଶ୍ୱର ରେ କେତେ ଜଣ ସ୍ଥାନୀୟ ଛାତ୍ର ନେତାଙ୍କ ସହ ସମ୍ପର୍କ ଅଛି? “ନୂତନ ଭାବେ ଗଢା ହୋଇଥିବା ଯୁବ ଏବଂ ଛାତ୍ର କମିଟି ବାବଦରେ ଆମଦଳର ମାନ୍ୟବର ସଭାପତି ଅବଗତ ତ?” ମୋତେ କାହିଁ ସନ୍ଦେହ ହେଉଛି ।

ଯେହେତୁ କୋରୋନା ସମୟ କେହି ଭେଟୁ ନାହାଁନ୍ତି ତେଣୁ ” ସୋସିଆଲ ମିଡିଆରେ ଲେଖିବାକୁ ବାଧ୍ୟ ହେଲି । ମୋର ଏହି ଦାବିଟିକୁ ଦଳର ସଭାପତି ଗୁରୁତ୍ୱ ଦେଇ ପୁର୍ନବାର ବିଚାର କରିବେ କି ? ଦଳ ଭିତରେ ବଡ ଏବଂ ଗୁରୁଜନ ମାନଙ୍କ ପ୍ରତି ସମ୍ମାନ ରହୁ । ପୁରୁଣା କର୍ମୀଙ୍କୁ ଉଚିତ ସମ୍ମାନ ମିଳୁ । ବିଜୁ ଜନତା ଦଳ ଏକ ଶୃଙ୍ଖଳିତ ଦଳ ଏହା କାହା ପୈତୃକ ସମ୍ପତି ନୁହଁ । ଯିଏ ଯେମିତି ଚାହିଁବ ସେମିତି ଚୟନ କରିବ ( ଗୁରୁଙ୍କ ସମ୍ମାନ ପାଇଁ ଚୁପ ଥିଲି ତାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ଅଛି ) ନିରବତା ଆମ ଦୃବଳତା ଭାବିବା ଭୁଲ । ଅନ୍ୟ ଛାତ୍ର ଏବଂ ଯୁବ ନେତା ମାନେ ସତ୍ୟକୁ ସାମ୍ମନା କରନ୍ତୁ ଏବଂ ନିଜର ହକ ଜାହିର କରନ୍ତୁ । ଯେଉଁ ଭଳି ବରିଷ୍ଠ ଯୁବ- ଛାତ୍ର ନେତା ମାନଙ୍କୁ ଉପେକ୍ଷା କରାଯାଉଛି ଯଦି ଏହାର ପୁର୍ଣ୍ଣ ବିଚାର କରାନଯାଏ । ଆଗାମି ଦିନରେ ଓଡିଶାର କୋଣ ଅନୁକୋଣରେ ଯୁବ-ଛାତ୍ର ନେତାଙ୍କ ପ୍ରତିବାଦର ସ୍ୱର ଉଠିବ । ମୁଁ ରାଜଧାନୀ ପିଲା ଚାଟୁକାର କି ଭୟ କରିବା ମୋ ବାପା ମୋତେ ଶିଖେଇ ନାହାଁନ୍ତି । ଏହା ସହିତ ସେ ୩ଟି ପ୍ରଶ୍ନ ପଚାରିଛନ୍ତି I

୧-ଆମର ଯୁବ ଏବଂ ଛାତ୍ର ସଭାପତି କିଏ ?
୨- କେଉଁ ଆଧାର ରେ ଯୁବ- ଛାତ୍ର କର୍ମକର୍ତ୍ତା ଚୟନ କରାଯାଇଛି?
୩- ଦଳ ଭିତରେ ଅଭିଞତା ଏବଂ ସାନ , ବଡର ତାର ତମ୍ୟ ଅଛି ନା ନାହିଁ ?

Leave a Reply

Your email address will not be published. Required fields are marked *