ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଭିତିରି କଥା ଲୁଚାଉଛନ୍ତି ରାଜ୍ୟ ସରକାର

ରାଜ୍ୟ ସରକାର ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ 2020 ବିଧାନସଭା ରେ ଉପସ୍ଥାପନ କରିଛନ୍ତି ଏବଂ ଏହା ଐତିହାସିକ ବୋଲି ଦାବି କରିଛନ୍ତି। କିନ୍ତୁ ଅସଲ ଭିତିରି କଥା ଲୁଚାଇଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ । ଏଭଳି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଓଡିଶା ବୈଷୟିକ ଓ ବୃତ୍ତିଗତ ଛାତ୍ର ସଂଘର ଆବାହକ ବିପ୍ଳବ ପ୍ରକାଶ ମହାନ୍ତି।

ନିଯୁକ୍ତି ପକ୍ରିୟା କୁ ଅଧିକ ସ୍ବଚ୍ଛ କରିବା ନିମନ୍ତେ ଓପିଏସସି ଓ ଏସଏସସି ମାଧ୍ୟମରେ ନିଯୁକ୍ତି ବ୍ୟବସ୍ଥା ନିଶ୍ଚିତ ଭାବେ ସ୍ବାଗତଯୋଗ୍ଯ ପଦକ୍ଷେପ କିନ୍ତୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଯେଉଁଭଳି ଭାବରେ ସୁକ୍ଷ୍ମ ରୁପରେ ବିଶ୍ୱବିଦ୍ୟାଳୟ ର ଅଧିକାର କୁ ଜବରଦଖଲ କରିଛି ତାହା ଅତ୍ୟନ୍ତ ନିନ୍ଦନୀୟ। ବିଶେଷକରି ସଂଶୋଧନ ଆଇନର ଧାରା 4, ଧାରା 6 ଉପଧାରା 1 ଓ ଧାରା 10 ରେ ଯେଉଁ ସଂଶୋଧନ କରିଛନ୍ତି ତାହା ବିଶ୍ୱବିଦ୍ୟାଳୟ ସ୍ବାଧୀନତା ରେ ଅଯଥା ହସ୍ତକ୍ଷେପ ଓ ସରକାର ଙ୍କ ଦ୍ବମୁହାଁ ନୀତି ର ଜ୍ଵଳନ୍ତ ଉଦାହରଣ।

ଧାରା 4 ଉପଧାରା 3 ରେ ସରକାର କୁଳଧିପତି ଙ୍କ ବିଶେଷ କ୍ଷମତା ଙ୍କୁ ସଂଙ୍କୁଚିତ କରି ସେଥିରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ କୁ ବାଧ୍ୟତାମୂଳକ କରିଛନ୍ତି। ସେହିପରି
ବିଶ୍ୱବିଦ୍ୟାଳୟ କୁଳପତି ଚୟନ କମିଟି ରେ 3 ଜଣ ସଦସ୍ୟ ରଖିଛନ୍ତି ସେ କମିଟି ର ଅଧ୍ୟକ୍ଷ ଚୟନ ର କ୍ଷମତା କୁଳଧିପତି ଦିଆଯାଇଥିଲେ ମଧ୍ୟ ସେ କେବଳ ରାଜ୍ୟ ସରକାର ଙ୍କ ମୁଖ୍ୟ ଶାସନ ସଚିବ କିମ୍ବା ସଚିବ ପଦରୁ ଅବସର ନେଇଥିବା ବ୍ୟକ୍ତି ହିଁ ରହିପାରିବେ ବୋଲି ଯେଉଁ ସର୍ତ୍ତ ରଖିଛନ୍ତି ତାହା ବିଭ୍ରାନ୍ତିକର ।

ବିଶ୍ୱବିଦ୍ୟାଳୟ ର ପ୍ରମୁଖ ହେଉଛନ୍ତି କୁଳପତି । ସେ ଜଣେ ଲବ୍ଧପ୍ରତିଷ୍ଠ ଶିକ୍ଷାବିତ୍ ହେଇଥିବା ଆବଶ୍ୟକ । ଅଥଚ ତାଙ୍କୁ ଚୟନ କରୁଥିବା କମିଟି ର ମୁଖ୍ୟ ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରହିବେ, ସେ ପୁଣି ସଚିବ ପାହ୍ୟାର ଅଧିକାରୀ । ଏପରି ବ୍ୟବସ୍ଥା ବୋଧେ ସମଗ୍ର ଭାରତ ବର୍ଷରେ ବିରଳ । ଏହା ସରକାର ଙ୍କ ଉଚ୍ଚଶିକ୍ଷା ର ପ୍ରଶାସନିକ କରଣ କରିବାର ଏକ ହୀନ ଚକ୍ରାନ୍ତ ମାତ୍ର ।

ସେହିପରି ଧାରା 10 ରେ ବିଶ୍ୱବିଦ୍ୟାଳୟ ର ଆକେଡେମିକ କାଉନସିଲ କୁ ଭାଙ୍ଗି ଦେଇଥିଲେ ମଧ୍ୟ ତାର ପୁନର୍ଗଠନ ପାଇଁ ଆଇନରେ ବ୍ୟବସ୍ଥା କରିନାହାନ୍ତି ।ବିଶେଷକରି ସିଣ୍ଡିକେଟ ରେ ସରକାର 3 ଜଣ ସ୍ବନାମଧନ୍ଯ ବ୍ୟକ୍ତି ବିଶେଷ ଙ୍କୁ ରାଜ୍ୟ ସରକାର ଙ୍କ ପ୍ରତିନିଧି ଭାବେ ରଖିବାର ଯେଉଁ ବ୍ୟବସ୍ଥା କରିଛନ୍ତି ତାହା ସରକାରଙ୍କ ଦୋମୁହଁ ନୀତି ର ଏକ ବଳିଷ୍ଠ ଉଦାହରଣ । କାରଣ ଯେତେବେଳେ ତତ୍କାଳୀନ ବୈଷୟିକ ଶିକ୍ଷା ମନ୍ତ୍ରୀ ଓ ସଚିବ ଙ୍କ ଦ୍ବାରା ପ୍ରସ୍ତାବିତ ବିପିୟୁଟି ସଂଶୋଧନ ଆଇନରେ ସମାନ ଧରଣର ପ୍ରସ୍ତାବ ଥିଲା ଯେଉଁଥିରେ ବିପିୟୁଟି ଆକେଡେମିକ କାଉନସିଲ ରେ 2 ଜଣ ଛାତ୍ରଛାତ୍ରୀ ମାନଙ୍କ ପ୍ରତିନିଧି ଓ 3 ଜଣ ସ୍ବନାମଧନ୍ଯ ବ୍ୟକ୍ତି ବିଶେଷ ପ୍ରୋ ଚାନସେଲର(ବୈଷୟିକ ଶିକ୍ଷା ମନ୍ତ୍ରୀ) ଙ୍କ ଦ୍ବାରା ମନୋନୀତ କରିବାର ଯୁଗାନ୍ତକାରୀ ପ୍ରସ୍ତାବ କୁ ସେତେବେଳେ ସରକାର ବିଶ୍ୱବିଦ୍ୟାଳୟ ଶୈକ୍ଷିକ ବାତାବରଣ ର ରାଜନୈତିକରଣ ର ଆକ୍ଷା ଦେଇ ପ୍ରତ୍ୟକ୍ଷିତ କରିଥିଲେ । ତେବେ ଆଜି କିପରି ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନରେ ସମାନ ଧରଣର ପ୍ରସ୍ତାବ କୁ ଐତିହାସିକ ବୋଲି ସରକାର କିପରି ଦାବି କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *