ନିମାପଡା ରେ କରୋନା ରେ ମୃତ ବ୍ୟକ୍ତି ଙ୍କ ଶବ କୋଭିଡି ସେଣ୍ଟର ରୁ ରାସ୍ତା ରେ ଫୋପାଡ଼ିଦେଲେ କର୍ତ୍ତୃପକ୍ଷ

ନିକଟରେ ପୁରୀ ସତ୍ୟବାଦୀ ବିଧାୟକ ସ୍ୱୀକାର କରିଥିଲେ କି ବିରୋଧୀ ଯେଉଁ କୋଭିଡି ପରିଚାଳନା ଗତ ତ୍ରୁଟି ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ ନୁହେଁ ଯେତିକି ବେଡ଼ ଅଛି ତାଠାରୁ ଅଧିକ ରୋଗୀ ଆସୁଛନ୍ତି I ଅନ୍ୟ ରୋଗୀ ଙ୍କୁ ସଠିକ ଚିକିତ୍ସା ଦିଆଯାଇପାରୁନି I ତେବେ ଏହାର ମାତ୍ର କିଛିଦିନ ରେ ସେହି ପୁରୀ ଜିଲ୍ଲା ର ନିମାପଡା ରେ ଦେଖିବାକୁ ଏପରି ଏକ ଚରମ ଅବହେଳା ର ଘଟଣା I କୋଭିଡି ସେଣ୍ଟର ରେ କରୋନା ରେ ମୃତ୍ୟୁ ହେଇଥିବା ଜଣେ ରୋଗୀ ଙ୍କୁ ରାସ୍ତା ବାହାରକୁ ଫୋପାଡ଼ି ଦେଇଛନ୍ତି କର୍ତ୍ତୃପକ୍ଷ I ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ,ଏନେଇ ମୃତ୍ୟୁ ହେଇଥିବା ବ୍ୟକ୍ତି ଙ୍କ ପୁଅ ଭିଡିଓ ରେକର୍ଡିଙ୍ଗ କରି ସୋସିଆଲ ମିଡିଆରେ ଛାଡିଛନ୍ତି I ଯାହାକି କିଛି ଗଣମାଧ୍ୟମ ଏବଂ ସାମ୍ବାଦିକ ମାନେ ମଧ୍ୟ ପୋଷ୍ଟ କରିଛନ୍ତି I

image credit: etv bharat

ଭାଇରଲ ହେଉଥିବା ଭିଡିଓ ଅନୁଯାୟୀ ଘଟଣା ଟି ନିମାପଡାର I ନିମାପଡା କଲେଜରେ ଚାଲିଥିବା କୋଭିଡ଼ ସେଣ୍ଟରରେ କରୋନା ଆକ୍ରାନ୍ତ କାଜିପାଟଣାର ଧନୁଆଁ ବନ୍ୟାର ସ୍ଥାଇପ୍ରତିକାର ପାଇଁ ଲଢ଼ୁଥିବା ସେନାପତି ମହେସ୍ୱର ସ୍ୱାଇଁ ଭର୍ତି ହେଇଥିଲେ I କିନ୍ତୁ ଏଠାରେ କୋରନା ଆକ୍ରାନ୍ତ ରୋଗୀ ମାନଙ୍କୁ ଚରମ ଅବହେଳା କରାଯାଉଥିବା ଅଭିଯୋଗ ଆଣିଥିଲେ ମହେଶ୍ୱର ଙ୍କ ପୁଅ ଏବଂ ପରିବାର ,ତାଙ୍କ ବାପା ଙ୍କୁ ଭୁବନେଶ୍ୱର ଅନ୍ୟ ହସ୍ପିଟାଲ କୁ ପଠାଇଦେବାକୁ ଦାୟିତ୍ୱ ରେ ଥିବା କର୍ତ୍ତୃପକ୍ଷ ଙ୍କୁ ଅନୁରୋଧ କରିଥିଲେ ବି ସେ ଏହାକୁ ମନାକରିବା ସହିତ ମନ୍ତ୍ରୀ ନକହିଲେ ପଠା ଯାଇପାରିବନି କହି ରୋକଠୋକ ଶୁଣାଇଥିଲେ I

ଶେଷରେ ଅବହେଳା ରେ ତାଙ୍କ ବାପା ମୃତ୍ୟୁବରଣ ହେଇଥିବା ସେ ଅଭିଯୋଗ ଆଣିଛନ୍ତି I ଏପରିକି ମୃତ୍ୟୁ ପରେ ତାଙ୍କ ବାପା ଙ୍କ ଶବ କୁ ହସ୍ପିଟାଲ ବାହାର ରାସ୍ତା କୁ କର୍ତ୍ତୃପକ୍ଷ ଫୋପାଡ଼ି ଦେଇଥିବା ଅଭିଯୋଗ କରି ସେ ରାସ୍ତା ରେ ପଡି ରହିଥିବା ଶବ ର ରେକର୍ଡିଙ୍ଗ ଛାଡିଛନ୍ତି I ଅପରପକ୍ଷରେ ସ୍ଥାନୀୟ ବାସିନ୍ଦା ଙ୍କ ତୀବ୍ର ଅସନ୍ତୋଷ ଦେଖାଯାଇଥିବା ବେଳେ କୋଭିଡି ସେଣ୍ଟର ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ I

Leave a Reply

Your email address will not be published. Required fields are marked *