ଲାଞ୍ଚ ନେଇ ପୁଣି ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଡ଼ଚଣା ବିଦ୍ୟୁତ (TPCODL) ଯନ୍ତ୍ରୀ

Odisha Exclusive ବ୍ୟୁରୋ : ପୁଣି ଲାଞ୍ଚ ନେଇ ଭିଜିଲାସନ୍ସ ହାତରେ ଧରାପଡ଼ିଛନ୍ତି ବଡ଼ଚଣା ବିଦୁତ ଉପଖଣ୍ଡର କନିଷ୍ଠ ଯନ୍ତ୍ରୀ I ଗତକାଲି ସନ୍ଧ୍ୟା ସମୟରେ ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଯାଜପୁର ଭିଜିଲାସନ୍ସ ତାଙ୍କୁ ଗିରଫ କରିଛି I ପ୍ରାପ୍ତ ସୂଚନା ଅନୁଯାୟୀ ଚଣ୍ଡିଖୋଲ ନିକଟ ନୂଆ ସୂଂଗୁଡା ଗ୍ରାମର ଚିତରଞ୍ଜନ ନାୟକ ଘର ପାଖରେ ଥିବା ୧୧ କେଭି ବିଦୁତ ଲାଇନ ସ୍ଥାନାନ୍ତର କରିବାକୁ ଶ୍ରୀ ନାୟକ ବାରମ୍ବାର ଅଫିସ ଦୌଡ଼ିଥିଲେ କିନ୍ତୁ ଜେଇ ମହାଶୟ ଶୁଣିନଥିଲେ I

ଏଥିପାଇଁ 10ହଜାର ଲାଗିବ ବୋଲି ଦାବି କରିଥିଲେ ,ଏ ନେଇ ଯାଜପୁର ଭିଜିଲାନ୍ସକୁ ଅଭିଯୋଗକାରୀ ଜଣାଇଥିଲେ । ପୂର୍ବ ସୂଚନା ଅନୁଯାୟୀ ଗତକାଲି 10000 ଲାଞ୍ଚ ନେଉଥିବା ବେଳେ କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ତେବେ ବଡ଼କଥା ହେଉଛି ଏହା ପ୍ରଥମ ନୁହେଁ ,ପୂର୍ବରୁ ମଧ୍ୟ ସ୍ୱାଧୀନ କୁମାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବନ୍ଧା ହେଇଛନ୍ତି ଏବଂ ତାଙ୍କର କେସ ବିଚାରଧୀନ ଅଛି I

ପୂର୍ବରୁ ମଧ୍ୟ 6 ଏପ୍ରିଲ 2018 ରେ ଲାଞ୍ଚ ନେଇ ଧରା ପଡ଼ିଥିଲେ ଏହି ଅଫିସର I ସେତେବେଳେ ସେ କନିଷ୍ଠ ଯନ୍ତ୍ରୀ ଭାବେ ନୟାଗଡ ଜିଲା ବାଲୁଗାଁ ବିଦ୍ୟୁତ ଡ଼ିଭିଜନ ରଣପୁର ସେସୁ ( ବର୍ତମାନର TPCODL ) ବିଦ୍ୟୁତ୍‌ ବିଭାଗରେ କାର୍ଯ୍ୟ କରୁଥିଲେ । ଏକ ଏୟାରଟେଲ ଟାଓ୍ବାରରେ ବିଦ୍ୟୁତ୍‌ ସଂଯୋଗ କରିବା ପାଇଁ ଏୟାରଟେଲର ସୁପରଭାଇଜର ଜେଇ ମହାଶୟ ଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଯନ୍ତ୍ରୀ ମହୋଦୟ କାମ ନକରି ସୁପରଭାଇଜର ଙ୍କୁ ଦୌଡ଼ାଇଥିଲେ ଏବଂ ବିଦ୍ୟୁତ ସଂଯୋଗ ପାଇଁ ଟାୱାର ସୁପରିଭାଇଜର ଙ୍କ ଠାରୁ ଲାଞ୍ଚ ମାଗିଥିଲେ I ଲାଞ୍ଚ ଦେବା ଏକ ଅପରାଧ ହେଇଥିବାରୁ ସୁପରିଭାଇଜର ଜଣକ ଭିଜିଲାନ୍ସ ଅଧିକାରୀ ଙ୍କୁ ଏନେଇ ଜଣାଇଥିଲେ I ଏୟାରଟେଲର ସୁପରଭାଇଜରଙ୍କଠାରୁ ସ୍ବାଧିନ କୁମାର ସାହୁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ଙ୍କ ଦ୍ୱାରା ଧରାପଡ଼ି ଗିରଫ ହେଇଥିଲେ I

କେସ ବିଚାରଧୀନ ଥିବାବେଳେ ,ବାବୁ ହେଉଛନ୍ତି ଇଞ୍ଜିନିଅର ଆସୋସିଏସନ ର ଜଣେ ଉଞ୍ଚପଦସ୍ତ ସଦସ୍ୟ ,ଯାହାଫଳରେ ଅତି ସହଜରେ ପୁନର୍ବାର ଜେଇ ମହାଶୟ ଚାକିରୀ ରେ ଏଣ୍ଟ୍ରି ପାଇଥିଲେ,ବଡ଼ଚଣା ସେକ୍ସନ ରେ ପୋଷ୍ଟିଙ୍ଗ ପାଇଥିଲେ I କିନ୍ତୁ ସ୍ଵଭାଵ କେମିତି ବଦଳିଯିବ ? ଏଠି ବି ସେହି ପୁରୁଣା ଖେଳ ଆରମ୍ଭ କଲେ ,କିନ୍ତୁ କଥା ଉଠୁଛି ବାରମ୍ବାର ଏହି କରିତକର୍ମା ଏଭଳି ଲାଞ୍ଚ ନେଉଥିବା ବେଳେ ବିଭାଗ ହାଲକା ରେ ନେବାର କାରଣ କଣ ? ନା ଉପର ଅଫିସର ବି ସାମିଲ ଅଛନ୍ତି ସ୍ୱାଧୀନ ଙ୍କ ସହିତ !

Leave a Reply

Your email address will not be published. Required fields are marked *