ଉତ୍କଳମଣି ସ୍ମୃତି ସମାରୋହ

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୩ତମ ଜୟନ୍ତୀ ଦିବସ ଅବସରରେ ଲୋକକଳା ଗ୍ରାମ ସାରଙ୍ଗଯୋଡି ର ଦୁଇ ଅଗ୍ରଣୀ କଳା ଅନୁଷ୍ଠାନ ମା କ୍ଷେତ୍ରପାଳୀ ମୃଦଙ୍ଗବାଦ୍ୟ ନୃତ୍ୟ ପରିଷଦ ଓ କୈଳାସ ଗୋଟିପୁଅ ଓଡିଶୀ ନୃତ୍ୟ ପରିଷଦର ମିଳିତ ଉଦ୍ୟମରେ ଉତ୍କଳମଣି ସ୍ମୃତି ସମାରୋହ ସାରଙ୍ଗଯୋଡି ବଜାରସ୍ଥିତ ଗୋପବନ୍ଧୁ ମଣ୍ଡପରେ ଆଜି ପୂର୍ବାହ୍ନରେ କରୋନା କଟକଣା ନିୟମାନୁଯାୟୀ ଅନୁଷ୍ଠିତ ହୋଇଥିଲା।

ପ୍ରଥମେ ଗୋପବନ୍ଧୁଙ୍କୁ ମାଲ୍ୟାର୍ପଣ ଓ ଦୀପଦାନ ପରେ ସଂକୀର୍ତ୍ତନ ଓ ଦାସକାଠିଆ ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ର ପ୍ରତୀକାତ୍ମକ ପ୍ରଦର୍ଶନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସମାଜସେବୀ ଲିଙ୍ଗରାଜ ସାହୁ, ଲକ୍ଷୀଧର ମିଶ୍ର, ଦୁର୍ଗେଶ ପ୍ରସାଦ ମିଶ୍ର, ରମେଶ ଚନ୍ଦ୍ର ପଲେଇ, ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ଜିଲ୍ଲାପରିଷଦ ସଭ୍ୟ ଧୃବଚରଣ ଦାସ ପ୍ରମୂଖ ଯୋଗଦାନ କରି ଉତ୍କଳମଣିଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ବରିଷ୍ଠ ସଂକୀର୍ତ୍ତନ କଳାକାର ପୂର୍ଣ୍ଣଚନ୍ଦ୍ର ବାରିକ, ଧୁରନ୍ଧର ପ୍ରଧାନ, ମୃଦଙ୍ଗ ଗୁରୁ କୁଳମଣୀ ବିଶ୍ବାଳ , ଦାସକାଠିଆ ଗୁରୁ ଭାସ୍କର ସ୍ବାଇଁ ଓ ଧୁଳି ବରାଳ ପ୍ରଭୃତି ସ୍ବକଳା ପ୍ରଦର୍ଶନ କରିଥିଲେ।

Leave a Comment