ଆଦିତ୍ୟ ଙ୍କୁ ନ୍ୟାୟ ଦେବାକୁ ଦାବି କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ଖାଇଗଲେ !

ବହୁ ଚର୍ଚିତ ଆଦିତ୍ୟ ମୃତ୍ୟୁ ଘଟଣା କୁ ଇତିମଧ୍ୟରେ ସାଢେ ତିନି ମାସ ବିତିଯାଇଥିବା ବେଳେ ଅଡୁଆ ସୁତା ର ଖିଅ ପାଉନି କ୍ରାଇମ ବ୍ରାଞ୍ଚ I ଘଟଣା ଯେତିକି ଦିନ ବଢୁଛି ସେପଟେ ନ୍ୟାୟ ଉପରୁ ଲୋକଙ୍କର ସେତିକି ଭରଷା ତୁଟୁଛି I ତେବେ ଏପରି ସମୟରେ ଚର୍ଚା କୁ ଆସିଛି ନୂଆ ମୋଡ I ଆଦିତ୍ୟ ଙ୍କୁ ନ୍ୟାୟ ଦେବାକୁ ଦାବି କରି ସାଧାରଣ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରି ଚଳୁ କରାଯାଇଛି I ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ନ୍ୟାୟ ପାଇଁ ଲଢେଇ ଆରମ୍ଭ କରିଥିବା ଆଗ ଧାଡି ର ରାଧାନାଥ ବାବି ରାୟ I

ତାଙ୍କ ଅଭିଯୋଗ ଅନୁଯାୟୀ ଆଦିତ୍ୟ ଙ୍କୁ ନ୍ୟାୟ ଦେବାକୁ ଡିଣ୍ଡିମ ପିଟି କିଛି ଲୋକ ବହୁ ପଇସା ଆଦାୟ କରିଛନ୍ତି ଏବଂ ପାଖାପାଖି 2ଲକ୍ଷ ଉର୍ଧ ରୁ ଟଙ୍କା ର ,ବାଟମାରଣା କରାଯାଇଛି I ଏପରିକି ଏହି ଆଦାୟ ଅର୍ଥ ରୁ ଏକ ୱେବ ମିଡ଼ିଆ କୁ ମଧ୍ୟ କିଛି ଭାଗ ଦିଆଯାଇଛି ଖବର ପ୍ରକାଶ ପାଇଁ I ଏବେ ପ୍ରଶ୍ନ ଉଠୁଛି ଏପରି ଏକ ସଙ୍ଗୀନ ଅଭିଯୋଗ ଆସିଥିବା ବେଳେ ଏହାର ତଦନ୍ତ କରାଯାଇ ଦୋଷୀ ଙ୍କ ବିରୁଧରେ ଦୃଢ ପଦକ୍ଷେପ ନେବାର ଆବଶ୍ୟକତା ଅଛି I

Leave a Reply

Your email address will not be published. Required fields are marked *