ଯାଇଥିଲେ ଖବର ସଂଗ୍ରହ କରିବାକୁ ଆକ୍ରୋଶମୂଳକ ଭାବେ ସାମ୍ବାଦିକ ଙ୍କ ନାମରେ ଏତଲା ଠୁଙ୍କିଦେଲା ପୋଲିସ

ନିକଟରେ ଜଣେ ସାମ୍ବାଦିକଙ୍କୁ ଜୋରଜବରଦସ୍ତ ଉଠେଇ ନେଇ ସବୁ ମହଲରୁ ତୀବ୍ର ସମାଲୋଚନାର ଶିକାର ହେଇଥିବା ପୋଲିସ ପୁଣି ଜଣେ ସାମ୍ବାଦିକଙ୍କ ନାମରେ ଆକ୍ରୋଶ ମୂଳକ ଭାବେ ଏତଲା ରୁଜୁ କରିଛି I  ସତ୍ୟବାଦୀ ବିଜେପିର ଗଣଧାରଣା ଓ ଥାନା ଘେରାଉ ଖବର ସଂଗ୍ରହ କରିବାକୁ ଯାଇଥିବା ଆମ ପ୍ରତିନିଧିଙ୍କ ନାମରେ ପାଲଟା ଏତଲା ଦେଇଛି ପୋଲିସ I ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ସତ୍ୟବାଦୀର କବିର ଭୋଇ ଟ୍ରଲିରେ ନିଜ ପତ୍ନୀଙ୍କୁ ହସ୍ପିଟାଲ ବୋହି ନେବା ଘଟଣାରେ ରାଜ୍ୟ ବିଜେପି ପକ୍ଷରୁ ଏକ ଟିମ ସତ୍ୟବାଦୀ ଗସ୍ତ କରିଥିଲେ, ଯାହାକୁ ନେଇ ଦାସବିଦ୍ୟାଧରପୁର ପଞ୍ଚାୟତର ବିଜେପି ସମର୍ଥିତ ସରପଞ୍ଚ ହରିହର ନନ୍ଦଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା  I ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଗତ 16 ତାରିଖ ଦିନ ବିଜେପି ପକ୍ଷରୁ ସତ୍ୟବାଦୀ ଥାନା ଘେରାଓ କରାଯାଇଥିଲା I

ବିଜେପି ନେତା ଓମପ୍ରକାଶ ମିଶ୍ରଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ଏହି ଆନ୍ଦୋଳନ କରିଥିଲେ। ଯାହାକୁ ନେଇ ବିଜେପିର 40 ଜଣ କର୍ମୀଙ୍କ ନାମରେ ସତ୍ୟବାଦୀ ଥାନା ପକ୍ଷରୁ ଦୁଇଟି ପୃଥକ ଏତଲା କରାଯାଇଥିବା ଜଣାପଡିଛି I ଗୋଟିଏ ଅଭିଯୋଗ ଥାନାର ମହିଳା ଏସ୍.ଆଇ ଶୁଭଶ୍ରୀ ପ୍ରିୟଦର୍ଶିନୀ ନନ୍ଦ କରିଥିବା ବେଳେ ଅନ୍ୟଟି ଏ.ଏସ୍.ଆଇ ସୁଦାମ ଚରଣ ନାୟକ କରିଛନ୍ତି। ଏସ୍.ଆଇ ନନ୍ଦଙ୍କ ଏତଲାକୁ ଭିତି କରି ଆପିସିର ଧାରା 147, 341, 294, 506, 353, 354, 354-A, 427, 149 ସହିତ ମହାମାରୀ ଆଇନ ଧାରା 3 ଅନୁଯାୟୀ ମାମଲା ରୁଜୁ କରାଯାଇଛି। ସେହିଭଳି ଏ.ଏସ୍.ଆଇ ନାୟକଙ୍କ ଏତଲା ଆଧାରରେ ଧାରା 341, 294, 506, 34 ଏବଂ ଅନୁସୂଚିତ ଜାତି ଜନଜାତି ସୁରକ୍ଷା ଆଇନରେ ମାମଲା ରୁଜୁ କରାଯାଇଛି। ଅନ୍ୟପଟେ ଏଭଳି ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି ବିଜେପି ନେତା ଓମପ୍ରକାଶ ମିଶ୍ର କହିଛନ୍ତି।

ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ସତ୍ୟବାଦୀ ପୋଲିସ ଶାସକ ଦଳର ହାତବାରିସୀ ସାଜିଥିବା ସେ ଅଭିଯୋଗ କରିଛନ୍ତି। ପୋଲିସ ବିଜେଡି ନେତାଙ୍କ ଦ୍ଵାରା ଏତେ ପ୍ରଭାବିତ ଯେ ଜଣେ କର୍ତ୍ତବ୍ୟରତ ସାମ୍ଵାଦିକଙ୍କୁ ଏହି ମାମଲାରେ ଗୁନ୍ଥିବାକୁ ପଛାଇ ନାହାଁନ୍ତି। ଉକ୍ତ ଦିନର ସମସ୍ତ ଘଟଣା ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କ କ୍ୟାମେରାରେ ରେକର୍ଡିଂ ହୋଇଛି, ତା ଛଡା ଥାନାର ସିସିଟିଭିରେ ମଧ୍ୟ ରହିଛି। ଉପଯୁକ୍ତ ଅନୁସନ୍ଧାନ ହେଲେ ସତ୍ୟାସତ୍ୟ ଜଣାପଡିଯିବ ବୋଲି ସେ କହିଛନ୍ତି।

ତେବେ ଖବର ସଂଗ୍ରହ କରିବାକୁ ଯାଇଥିବା ଆମ Odisha Exclusive ନ୍ୟୁଜ୍ ପୋର୍ଟାଲର ସାମ୍ବାଦିକ ରମାବଲ୍ଲଭ ବରାଳ ମଧ୍ୟ ପୋଲିସର ଆକ୍ରୋଶରୁ ବର୍ତି ପାରିନାହାନ୍ତି I ତାଙ୍କୁ ଆନ୍ଦୋଳନର ସମର୍ଥକ ଦର୍ଶାଇ ତାଙ୍କ ନାମରେ ଏତଲା ଦେଇଛି ପୋଲିସ I କିଛି ଦିନ ହେବ ସତ୍ୟବାଦୀ ପୋଲିସର କାର୍ଯ୍ୟକଳାପ ବିବାଦୀୟ ହୋଇପଡିଛି। ନିକଟରେ ଜଣେ ସାମ୍ବାଦିକଙ୍କୁ ସତ୍ୟବାଦୀ ପୋଲିସ ଦ୍ଵାରା ଦୁର୍ବ୍ୟବହାର କରାଯାଇଥିବା ଖବର ଆସିଥିଲା। କେବଳ ସତ୍ୟବାଦୀ କାହିଁକି ସମଗ୍ର ରାଜ୍ୟରେ ସାମ୍ଵାଦିକ ତଥା ସାଧାରଣ ନାଗରିକଙ୍କ ପ୍ରତି ପୋଲିସର ବ୍ୟବହାରକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ସୂଚନା ଥାଉକି କୋଭିଡି ନିୟମ ଭାଙ୍ଗି ସ୍ବର୍ଗତ ମହାରଥୀଙ୍କ ଶବ ଶୋଭାଯାତ୍ରାରେ ଯୋଗ ଦେଇଥିବା ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ଖବର ସର୍ବ ପ୍ରଥମେ ପ୍ରକାଶ କରିଥିଲା Odiaha Exclusive I ତେଣୁ ଆକ୍ରୋଶ ମୁଳକ ଆମ ଖବରଦାତାଙ୍କୁ ଏହି ମାମଲାରେ ଫସାଇ ଦିଆଯାଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି I ଏଭଳି ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି। ସୂଚନା ଥାଉ କି ନିର୍ଭିକ ଖବର ପାଇଁ odisha exclusive ୱେବ ପୋର୍ଟାଲ କେବେ ପଛ ଘୁଞ୍ଚା ଦେଇନି ,ଦୀର୍ଘ 5ବର୍ଷ ଧରି ନିରନ୍ତର ଭାବେ ଖବର ପ୍ରକାଶ କରି ଆସିଛି I

Leave a Reply

Your email address will not be published. Required fields are marked *