ବାଲେଶ୍ୱର ଉପ ନିର୍ବାଚନରେ ବିଜେଡି ବିଜେପି ଉପରେ ଭାରି ପଡିଲେଣି ବେଣୁ ମଉସା

କାଲି ଯାଏଁ ସେ ଥିଲେ ଅଚିନ୍ହା ଅଜଣା I ଆଜି କିନ୍ତୁ କେବଳ ବାଲେଶ୍ୱର ନୁହେଁ ସାରା ଓଡ଼ିଶାରେ ସେ ଚର୍ଚିତ I ଏପରିକି ବାଲେଶ୍ୱର ସଦର ଉପ ନିର୍ବାଚନରେ ବିଜେଡି ପ୍ରାଥୀ ସ୍ୱରୂପ ,ବିଜେପି ପ୍ରାଥୀ ମାନସ ଙ୍କ ଠାରୁ ଢେର ଆଗରେ ଚର୍ଚାରେ ଅଛନ୍ତି 91 ବର୍ଷୀୟ ବୟସ୍କ ପ୍ରାଥୀ ବେଣୁଧର ବାରିକ I ବୃତ୍ତିରେ ବାରିକ ହେଇଥିଲେ ମଧ୍ୟ ରାଜନୀତି ମୈଦାନରେ ଓଲ୍ହାଇଛନ୍ତି ବେଣୁଧର I କେବଳ ଯେ କୋଟି କୋଟି ଟଙ୍କା ଥିଲେ ନିର୍ବାଚନ ଲଢ଼ିହେବ ତାହାକୁ ଭୁଲ ସାବ୍ୟସ୍ତ କରିଛନ୍ତି ବେଣୁଧର I ସୋସିଆଲ ମିଡିଆରେ ବେଣୁଧର ଙ୍କ ବିଷୟରେ ଖବର ପ୍ରସାରଣ ପରେ ସମସ୍ତ ଗଣମାଧ୍ୟମ ର ଏବେ ଶୀର୍ଷକ ପାଲଟିଛନ୍ତି ବେଣୁଧର I ଏପରିକି ନାମିଦାମୀ ଷ୍ଟାର ଯଥା ରାଣୀପଣ୍ଡା ,ଦାମ ପଣ୍ଡା ବେଣୁଧର ଙ୍କ ପାଇଁ ଆଗେଇ ଆସିଛନ୍ତି ପ୍ରଚାର କରିବାକୁ ବିନା ପଇସାରେ I


ରଣାଙ୍ଗନା ରେ ଦୁଇ ଶକ୍ତିଶାଳୀ ପ୍ରାଥୀ ଥିଲେ ବି ସବୁଠୁ ଚର୍ଚା ଏବଂ ଲୋକପ୍ରିୟତା ସାଉଣ୍ଟୁଛନ୍ତି ବେଣୁଧର I ବିଜେଡି ରେ ଗୋଷ୍ଠୀ କନ୍ଦଳ ଚାଲିଥିବା ବେଳେ ବିଜେପି ଆଗରେ ରହିଛି ବାଲେଶ୍ୱର ସଦରରେ,କିନ୍ତୁ ବେଣୁ ଙ୍କ ପ୍ରତି ଯେଉଁଭଳି ଲୋକପ୍ରିୟତା ବଢୁଛି ବେଣୁ ଯେ ଗେମ୍ ଚେଞ୍ଜର ହେବେନି ତାହା କିଏ କହିବ ? ଏମିତିରେ ବାଲେଶ୍ୱର ହେଉଛି ସେଇ ମାଟି ଯେଉଁଠି ବିଜେଡିର ମହାପ୍ରଭାବଶାଳୀ କୋଟିପତି ରବୀନ୍ଦ୍ର ଜେନା ଆଣ୍ଠେଇ ପଡ଼ିଥିଲେ I ସରଳ ନିଷ୍କପଟ ଜୀବନ ଅତିବାହିତ କରୁଥିବା ପ୍ରତାପ ନନା ଙ୍କୁ ବିପୁଳ ଭୋଟ ରେ ବିଜୟୀ କରିଥିଲେ ବାଲେଶ୍ୱର ବାସି I

Leave a Reply

Your email address will not be published. Required fields are marked *