ଅଭିଭାବକଙ୍କୁ ଫି ଡିପୋଜିଟ କରିବାକୁ ୱାର୍ଣ୍ଣିଙ୍ଗ ଦେଇ ମାନସିକ କଷ୍ଟ ଦେଉଛି ଓଡ଼ିଏମ ସ୍କୁଲ୍

ଲକ ଡାଉନ ରେ ଆର୍ଥିକ ଛାଟ ରେ ସମସ୍ତେ ଛଟପଟ ହେଉଥିବା ବେଳେ ,ଘରୋଇ ସ୍କୁଲ ଗୁଡିକର ଦୌରାତ୍ମ୍ୟ ଦେଖିବାକୁ ମିଳିଥିଲା I ଅଣ୍ଟା ସଳଖି ଠିଆ ହେବାକୁ ଅର୍ଥ ନଥିବା ବେଳେ ବୋଝ ଉପରେ ଲଳିତା ବିଡା ଭଳି ଘରୋଇ ଫି ବୋଝ ହେଇ ଲଦି ହେଇପଡିଥିଲା ଅଭିଭାବକ ମାନଙ୍କ ଉପରେ I ଘରୋଇ ସ୍କୁଲ ର ଫି ହ୍ରାସ ନେଇ କେସ ବିଚାରଧୀନ ଥିବାବେଳେ ଏପଟେ ରାଜଧାନୀ ର ଏକ ଜଣାଶୁଣା ଘରୋଇ ଶିକ୍ଷାନୁଷ୍ଠାନ ODM ସ୍କୁଲ ଅଭିଭାବକ ମାନଙ୍କୁ ବାରମ୍ବାର ମେସେଜ କରି ମାନସିକ କଷ୍ଟ ଦେଉଛି I ତୁରନ୍ତ ଦ୍ୱିତୀୟ ପର୍ଯ୍ୟାୟ ର ଡିୟୁଜ ଅକ୍ଟୋବର 31 ଭିତରେ ଦାଖଲ କରିବାକୁ ୱାର୍ଣ୍ଣିଙ୍ଗ ଦେଉଛି ଶିକ୍ଷାନୁଷ୍ଠାନ I ଯାହାକୁ ନେଇ ଅଭିଭାବକ ମହଲ ରେ ତୀବ୍ର ଅସନ୍ତୋଷ ଦେଖାଯାଇଛି I

ସୂଚନା ଥାଉ କି ଘରୋଇ ସ୍କୁଲ ଫି ହ୍ରାସ କରିବାକୁ ଅଭିଭାବକ ମହଲ ରୁ ଏକ ପିଟିସନ ଦାଖଲ କରାଯାଇଥିଲା ଏପରିକି ସ୍କୁଲ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ମଧ୍ୟ ଏନେଇ ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି ଫି କମାଇବା ପାଇଁ I ରାଜ୍ୟ ସରକାର ଏବଂ ଘରୋଇ ସ୍କୁଲ ଗୁଡିକ ସହ ଫି ଛାଡ ନେଇ ଏକ ଏମଓୟୁ ସ୍ବାକ୍ଷର ହେଇଥିଲା ଯାହାର ରିପୋର୍ଟ ହାଇକୋର୍ଟ ରେ ଦାଖଲ କରାଯାଇଛି ,ଅପରପକ୍ଷରେ କିଛି ଘରୋଇ ସ୍କୁଲ ପରେ ଏହାକୁ ବିରୋଧ କରି ହାଇକୋର୍ଟ ଯାଇଥିଲେ ମଧ୍ୟ ହାଇକୋର୍ଟ ଏହାକୁ ରଦ୍ଧ କରି ସରକାର ଙ୍କୁ ୭ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି I ଯାହାକି ବିଚାରଧୀନ ଅଛି ଏବଂ ଆଗାମୀ ସପ୍ତାହ ରେ ଶୁଣାଣି ହେବ I

ଘରୋଇ ସ୍କୁଲ ଏବଂ ସରକାର ଙ୍କ ମଧ୍ୟରେ ହେଇଥିବା ଚୁକ୍ତି ଅନୁଯାୟୀ ବାର୍ଷିକ ୬ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟୁସନ୍ ଫି ନେଉଥିବା ସ୍କୁଲର କୌଣସି ଫି ଛାଡ କରାଯିବନି। ୬ରୁ ୧୨ ହଜାର ଟଙ୍କା ଯାଏଁ ଫି ନେଉଥିଲେ ୭.୫ ପ୍ରତିଶତ, ୧୨ରୁ ୨୪ ହଜାର ଯାଏଁ ୧୨ପ୍ରତିଶତ, ୨୪ରୁ ୪୮ ହଜାର ଯାଏଁ ୧୫ ପ୍ରତିଶତ, ୪୮ରୁ ୭୨ ହଜାର ଯାଏଁ ଫିରେ ୨୦ ପ୍ରତିଶତ , ୭୨ରୁ ୧ ଲକ୍ଷ ଟଙ୍କା ଫିରେ ୨୫ ପ୍ରତିଶତ ଓ ୧ ଲକ୍ଷରୁ ଅଧିକ ଫି ପାଇଁ ୨୬ ପ୍ରତିଶତ,ରେସିଡେନ୍ସିଆଲ ସ୍କୁଲ ଗୁଡିକର ଫି ୩୦ପ୍ରତିଶତ ହ୍ରାସ ପାଇଁ କମିଟି ସୁପାରିଶ କରିଛି।

Leave a Reply

Your email address will not be published. Required fields are marked *