ଶୁଭ ଉନ୍ମୋଚନ ହେଲା ଅର୍ଧେନ୍ଦୁ ଙ୍କ ଟିଭି ବଡଖବର ପ୍ରଥମରୁ ଛାନିଆ ହେଲେଣି ଟିଭି ମାଲିକ

ଯାହା କେଭେ ହେଇନଥିଲା ତାହା ପ୍ରଥମଥର ପାଇଁ ହେଇଛି I ଓଡିଶା ଖବର ପ୍ରସାରଣ କ୍ଷେତ୍ର ରେ ଏକ ନୂଆ ଇତିହାସ ରଚିଛନ୍ତି ଅର୍ଧେନ୍ଦୁ ଦାସ I ଆଜି ବିଜୟା ଦଶମୀ ରେ ତାଙ୍କ ବହୁ ଆକାଂକ୍ଷିତ ୨୪ ଘଣ୍ଟିଆ ସ୍ୟାଟେଲାଇଟ ନ୍ୟୁଜ୍ ଚ୍ୟାନେଲ ବଡ ଖବର ର ଶୁଭ ଉନ୍ମୋଚନ ହେଇଛି I ଖୁବ ଶୀଘ୍ର ଏହା ଆପଣଙ୍କ ଘର ଟିଭି ରେ ଉପଲବ୍ଧ ହେବ I ପ୍ରଥମ ଥର ପାଇଁ ଜଣେ ସାମ୍ବାଦିକ ଏକ ଏତେବଡ ପଦକ୍ଷେପ ନେବାକୁ ଅଣ୍ଟା ଭିଡିଛନ୍ତି I ୟେ ହେଉଛନ୍ତି ସେଇ ସାମ୍ବାଦିକ ଯିଏ ନିଉଜ 7 ଭଳି ଏକ ନୂଆ ଚାନେଲ ର ସମ୍ପାଦକ ଭାବେ ଯୋଗ ଦେଇ ମାତ୍ର 2ବର୍ଷ ରେ ଓଟିଭି କୁ ଟକ୍କର ଦେଇ ଏକଦା ନମ୍ବର 1 ସ୍ଥାନ ଅଧିକାର କରିଥିଲା ପରେ ଅବଶ୍ୟ ନିଜର 2ନମ୍ବର ସ୍ଥାନ ବଜାୟ ରଖିଥିଲା I ତେବେ ନ୍ୟୁଜ 7 ରେ ଅନ୍ତଃକନ୍ଦଳ ଭିତରେ 10ବର୍ଷ ର ସମ୍ପର୍କ ତୁଟାଇ ଚାନେଲ ଛାଡିଥିଲେ ଅର୍ଧେନ୍ଦୁ I

କିଛିଦିନ ଚୁପ ରହିବା ପରେ ଅର୍ଧେନ୍ଦୁ ନୂଆ ଚାନେଲ ନେଇ ଘୋଷଣା କରିଥିଲେ I ସାଧାରଣତଃ କୋଟିପତି ରାଜନେତା ମାନଙ୍କ ମାଲିକାନା ରେ ଓଡିଶା ଗଣମାଧ୍ୟମ ଥିବାବେଳେ ପ୍ରଥମ ଥର ପାଇଁ ଜଣେ ସାମ୍ବାଦିକ ଙ୍କ ଚେଷ୍ଟା ରେ ଆସିଛି ବଡ ଖବର I ତେବେ ଚର୍ଚା ହେଉଛି ବଡ ଖବର ଆସୁ ଆସୁ ସମସ୍ତଙ୍କ ନିଦ ହଜେଇଦେଲାଣି I ଏମିତିରେ ଦେଖିବାକୁ ଗଲେ ସମସ୍ତ ଟିଭି ଚାନେଲ ଗୁଡିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଦଳୀୟ ରାଜନୀତି ସହିତ ଜଡିତ I ବିଶେଷ କରି ଆଞ୍ଚଳିକ ଗଣମାଧ୍ୟମ ବା ଟିଭି ଚାନେଲ ର ମାଲିକ ମାନେ ରାଜନୀତି ରେ ସିଧାସଳଖ ସମ୍ପୃକ୍ତ ,ଓଟିଭି ବୈଜୟନ୍ତ ପଣ୍ଡା ବିଜେପି ,କନକ ସୌମ୍ୟ ପଟନାୟକ ବିଜେଡି , କଳିଙ୍ଗ -ଅଚ୍ୟୁତ ସାମନ୍ତ ବିଜେଡି ,ନନ୍ଦିଘୋଷ ସାଶକ ଦଳ ଦ୍ୱାରା ପରିଚାଳିତ ,ଏମ୍ବିସି ମଧ୍ୟ ବିଜେଡି ଦ୍ୱାରା ନିୟନ୍ତ୍ରିତ ,ନ୍ୟୁଜ ସେଭେନ -ବିଜେଡି କୁ ସମର୍ଥନ ଅଭିଯୋଗ ,ସେହିଭଳି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ୱେବ ଚାନେଲ ଅର୍ଗସ ବିଜେପି ପ୍ରତି ଅହେତୁକ ସମର୍ଥନ ରହିଥିବା ମନେହୁଏ  I

ଏସବୁ ଭିତରେ ବଡ ଖବର ଏକ ନୂଆ ଆଶା ସମ୍ଭାବନା ନେଇ ଆସିଛି ବୋଲି ସାଧାରଣ ରେ ଆଲୋଚନା ହେଉଛି I ଓଡିଶା ଗଣମାଧ୍ୟମ ର ଏକ ପରିଚିତ ତଥା ଲୋକପ୍ରିୟ ଚେହେରା ଅର୍ଧେନ୍ଦୁ ଏବଂ ତାଙ୍କ ସମସ୍ତ ଟିମ୍ କୁ ଶୁଭେଚ୍ଛା I ବଡ ଖବର ଏକ ବଡ ପ୍ରଭାବ ପକାଉ ,ଲୋକଙ୍କ ଚାନେଲ ହେଉ I Odisha Exclusive ବ୍ୟୁରୋ :ଉପସ୍ଥାପନା ଗୋପାଳ ଚନ୍ଦ୍ର I Email : [email protected]

Leave a Reply

Your email address will not be published. Required fields are marked *