ବିଦ୍ୟାଶ୍ରୀ ଙ୍କ ମାନସିକ ଅବସ୍ଥା ଠିକ ନାହିଁ ମାନସିକ ରୋଗ ବିଭାଗରେ ଆଡମିଟ୍‌ ହେଲେ

ଏଯାଏଁ ଆଦିତ୍ୟ ମାମଲାର ଅସଲ ଖିଅ ପଦାକୁ ଆସିନି I କିଏ ଦୋଷୀ ଜଣାପଡ଼ୁନି ,ସତରେ ଆଦିତ୍ୟ ଆତ୍ମହତ୍ୟା କରିଛି ନା ହତ୍ୟା ତାହାର ପର୍ଦାଫାଶ ହେଇନି I କିନ୍ତୁ ଆଦିତ୍ୟ ମୃତ୍ୟୁ ପାଇଁ ପତ୍ନୀ ବିଦ୍ୟାଶ୍ରୀ ଙ୍କୁ ଦାୟୀ କରାଯାଉଛି ,ସୋସିଆଲ ମିଡିଆରେ ବିଦ୍ୟାଶ୍ରୀ ଙ୍କୁ ଦୋଷୀ ସଜାଇ ଭିଡିଓ କରାଯାଉଛି ଯାହାକୁ ନେଇ ସେ କିଛିଦିନ ତଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏବଂ ହସ୍ପିଟାଲ ରେ ଭର୍ତି ହେଇଥିଲେ I ବିଦ୍ୟାଶ୍ରୀ ସିଧାସଳଖ ସୁଭାସିସ ଷଡ଼ଙ୍ଗୀ ଙ୍କ ନାମ ନେଇଥିଲେ ଏବଂ ସେ ହିଁ ତାଙ୍କୁ ବଦନାମ କରୁଥିବାର ଅଭିଯୋଗ କରିଥିଲେ ଏପରିକି ଥାନାରେ ମଧ୍ୟ ଲିଖିତ ଏତଲା ଦେଇଛନ୍ତି I

 

ଆତ୍ମହତ୍ୟା ଉଦ୍ୟମ ପରେ ବିଦ୍ୟାଶ୍ରୀ ସୁସ୍ଥ ହେଇଛନ୍ତି ତେବେ ବିଦ୍ୟାଶ୍ରୀ ଙ୍କୁ ଯାଞ୍ଚ ପରେ ଜଣାପଡିଛି କି ସେ ମାନସିକ ଅସୁସ୍ଥ ଅଛନ୍ତି I ଡାକ୍ତର ତାଙ୍କୁ ମାନସିକ ବିଭାଗ ରେ ଭର୍ତି କରିବାକୁ ସୁପାରିଶ କରିଥିଲେ ଏବଂ ବିଦ୍ୟାଶ୍ରୀ ଙ୍କୁ ମାନସିକ ବିଭାଗ ରେ ଭର୍ତି କରାଯାଇଛି I 24 ଘଣ୍ଟିଆ ବିଦ୍ୟାଶ୍ରୀ ଙ୍କୁ ସୁରକ୍ଷା ଦିଆଯାଉଛି I

Leave a Reply

Your email address will not be published. Required fields are marked *