ଚଉଠି ରାତିରେ ବିଧା ଗୋଇଠା ଥାନାରେ ଏତଲା

ଚଉଠି ରାତି ସମସ୍ତଙ୍କ ଜୀବନର ଏକ ଆକାଂକ୍ଷିତ ସ୍ବପ୍ନ I ଏହି ରାତିରେ ଦୁଇଟି ଅଜଣା ଶରୀର ଏକାଠି ମିଶିଥାନ୍ତି ଏବଂ ସାତ ଜନମ ପାଇଁ ଏକାଠି ହେବାର ସ୍ବପ୍ନ ଦେଖିଥାନ୍ତି I କିନ୍ତୁ ଥରେ ଭାବନ୍ତୁ ତ ଚଉଠି ରାତିରେ ମାରପିଟ ଯଦି ହୁଏ ? ସ୍ୱାମୀ ସ୍ତ୍ରୀ କୁ ଏବଂ ସ୍ତ୍ରୀ ସ୍ୱାମୀ କୁ ପିଟେ ? ହଁ ଆଜ୍ଞା ଏଭଳି ଘଟଣା ଘଟିଛି ୟୁପିର ମହାରାଜଗଞ୍ଜ ଜିଲ୍ଲାରେ I ସାତ ଜନମ ପାଇଁ ଏକାଠି ହେବାର ସ୍ୱପ୍ନ ଦେଖିଥିବା ଏକ ଦମ୍ପତି ମାତ୍ର ୭ ମିନିଟ ରେ ଭାଙ୍ଗି ଯାଇଛି I

ସୂଚନା ଅନୁଯାୟୀ ଏହି ଅଞ୍ଚଳ ର ଏକ ଦମ୍ପତି ଙ୍କର ବୈଦିକ ମତେ ବିବାହ ହେଇଥିଲା I ବିବାହ ରେ ଉଭୟ ଖୁସି ଥିଲେ ଏବଂ ପରିବାର ଲୋକ ମଧ୍ୟ ଉଶ୍ଚବ ମନାଇଥିଲେ କିନ୍ତୁ ଚଉଠି ରାତି ଦିନ ସବୁ ଓଲଟ ପାଲଟ ହେଇଯାଇଥିଲା I ସ୍ୱାମୀ କୁ ସ୍ତ୍ରୀ ବିଧା ମାରିଥିବା ବେଳେ ସ୍ୱାମୀ ନାଦି ଦେଇଥିଲା ଗୋଇଠା ପରେ ଗୋଇଠା I ବିଧା ଗୋଇଠା ଚାପୁଡ଼ା ରେ ବିତିଥିଲା ଚଉଠି ରାତି I ପରେ ସକାଳେ ଥାନାର ଦ୍ୱାରସ୍ଥ ହେଇଥିଲେ ନବବହୂ ଏବଂ ବର ପକ୍ଷ I କନ୍ୟା ଜଣଙ୍କ ଅଭିଯୋଗ କରିଛନ୍ତି କି ତାଙ୍କ ସ୍ୱାମୀ ଚଉଠି ରାତିରେ ବିଳମ୍ବ ରେ ଆସିଥିଲେ ଏବଂ ତାଙ୍କୁ ଅଭଦ୍ର ଭାଷାରେ ଗାଳି ଦେଇଥିଲେ ଏହାସହିତ ନିରଧୂମ ମାଡ ମଧ୍ୟ ମାରିଥିଲେ I ଏପରିକି ଶାଶୁ ଶଶୁର ବି ଏଥିରେ ସାମିଲ ହେଇଥିଲେ ଏହାସହିତ ସେ ଶାଶୁଘର ନାମରେ ଯୌତୁକ ଅଭିଯୋଗ ଆଣିଛନ୍ତି I

ଅପରପକ୍ଷରେ ବର ଅଭିଯୋଗ କରିଛନ୍ତି ଯେ ସେ ଚଉଠି ରାତିରେ ଘରକୁ ପଶିବା ବେଳେ ସ୍ତ୍ରୀ କାହା ସହିତ ଫୋନ ରେ ଗପୁଥିଲେ I ଘଣ୍ଟାଏ ଧରି ଗପିବା ପରେ ମଧ୍ୟ ସ୍ୱାମୀ ଙ୍କୁ ନ ପଚାରିବାରୁ ଝଗଡା ହେଇଥିଲା ଏବଂ ସ୍ତ୍ରୀ ଜଣଙ୍କ ତାଙ୍କୁ ପିଟିଥିଲେ I ଘଟଣା ଏବେ ଥାନାରେ ପହଞ୍ଚିଛି ଏବଂ ଘଟଣାର ତଦନ୍ତ ଜାରି ରହିଛି I ତେବେ ଆପଣଙ୍କ ମତାମତ ଦେବାକୁ ଭୁଲିବେନି I

Leave a Reply

Your email address will not be published. Required fields are marked *