TPCODL ହେଡ୍ ଅଫିସ ସାମ୍ନାରେ ନୂଆବର୍ଷ ରେ ବିଦ୍ୟୁତ ଶ୍ରମିକ ପାଳିଲେ ପ୍ରତାରଣା ଦିବସ

ନୂଆବର୍ଷ ପାଇଁ ସମସ୍ତେ ଖୁସି ପାଳୁଥିବା ବେଳେ ବିଦ୍ୟୁତ କର୍ମଚାରୀ ମାନେ ପ୍ରତାରଣା ଦିବସ ପାଳନ କରିଛନ୍ତି I ସେସୁ କୁ ଟାଟା ପାୱାର ହାତରେ ଟେକିଦେଇଥିବା ବେଳେ ପୁନର୍ବାର ୱେସ୍କୋ ଏବଂ ସାଉଥ କୋ କୁ ମଧ୍ୟ ଟାଟା ହାତକୁ ଟେକି ଦିଆଯାଇଛି I କିନ୍ତୁ କର୍ମଚାରୀ ମାନଙ୍କ ସ୍ୱାର୍ଥ ପ୍ରତି ଆଖି ବୁଜି ଦେଇଛି ବିଭାଗ I ବାରମ୍ବାର ଆଲୋଚନା ପରେ ମଧ୍ୟ କର୍ତ୍ତୃପକ୍ଷ କର୍ଣ୍ଣପାତ ନକରିବାରୁ ଶେଷରେ ଆଜି ଶ୍ରମିକ ଏକତା ମଞ୍ଚ ତରଫରୁ TPCODL ଅଫିସ ସାମ୍ନାରେ ଧାରଣା ଡାକରା ଦିଆଯାଇଥିଲା I ଏକତା ମଞ୍ଚ ତରଫରୁ ଇଞ୍ଜିନିଅର ବ୍ରହ୍ମପ୍ରକାଶ ପାଇଟଲ ,ଯତୀନ୍ଦ୍ର କୁମାର ରାୟ ,ପ୍ରଶାନ୍ତ ମହାପାତ୍ର ,ଧୋବେଇ ସାହୁ ,ପ୍ରଭାତ କୁମାର ମଲ୍ଲ ,ନଳିନୀ ବିଶ୍ୱାଳ ,ଅଖୟ ପାଢ଼ୀ ,କେଦାର ଷଡ଼ଙ୍ଗୀ ,ପବିତ୍ର ରାୟ ,ସତ୍ୟବାଦୀ ବାଗ ଙ୍କ ନେତୃତ୍ୱ ରେ ଆଜି ରୁପାଲୀ ଦୁର୍ଗା ମଣ୍ଡପ ଠାରୁ ଏକ ବିଶାଳ ରାଲି ବାହାରି TPCODL ଅଫିସ ପର୍ଯ୍ୟନ୍ତ ଯାଇଥିଲେ ଏବଂ ସେଠାରେ ବିକ୍ଷୋଭ କରିଥିଲେ I

ବାରମ୍ବାର ଆଲୋଚନା ପରେ ମଧ୍ୟ ଶ୍ରମିକ କର୍ମଚାରୀଙ୍କ କୌଣସି ବି ଦାବି ପୂରଣ ନକରିବା , ଲାଇନମ୍ୟାନ ମାନଙ୍କୁ କଲେକସନ ରେ ପଠେଇବା ,କଣ୍ଟ୍ରୋଲ ରୁମ୍ ରେ କାର୍ଯ୍ୟରତ କର୍ମଚାରୀ ,ଛଟେଇ କର୍ମଚାରୀ ଏବଂ ଦୀର୍ଘଦିନ ଧରି କାର୍ଯ୍ୟ କରିଥିବା କର୍ମଚାରୀ ଙ୍କୁ ଯୋଗ୍ୟତା ଆଧାର ରେ ନିୟମିତ କରିବା ଇତ୍ୟାଦି ଦାବି ନେଇ ଆଜି ଏକତା ମଞ୍ଚ ତରଫରୁ TPCODL ଅଫିସ ସାମ୍ନା ରେ ବିକ୍ଷୋଭ କରାଯାଇଥିଲା I ଧାରଣା ସ୍ଥଳ କୁ TPCODL ମ୍ୟାନେଜର ବୁଦ୍ଧିଷ୍ଟ ବେହେରା ଆସି ଆଗାମୀ 4ତାରିଖ ରେ ସମସ୍ତ ଦାବି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ ବୋଲି ନିର୍ଭର ପ୍ରତିଶୃତି ଦେବାପରେ ବିଦ୍ୟୁତ କର୍ମଚାରୀ ମାନେ ଧାରଣା ରୁ ହଟିଥିଲେ I ବ୍ୟୁରୋ ରିପୋର୍ଟ Odishaexclusive

Leave a Reply

Your email address will not be published. Required fields are marked *