ଦାଦାବଟି ମାଗୁଥିଲେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ,ବାନ୍ଧିଲା ପୋଲିସ

ଅନୁଗୁଳ ରେ ଏକ ଠିକା କମ୍ପାନୀ କୁ ହଇରାଣ କରିବା ସହିତ ଜୋରଜବରଦସ୍ତ ଦାଦାବଟି ମାଗି ଜଣେ ଯୁବକ ଗିରଫ ହେଇଛନ୍ତି ତେବେ ଖବର ରୁ ଜଣାପଡିଛି କି ଯୁବକ ଜଣଙ୍କ ସ୍ଥାନୀୟ ବିଧାୟକ ଙ୍କ ଏକାନ୍ତ ଅନୁଗତ I ବିଜୁ ଯୁବ ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ I ସୂଚନା ଅନୁଯାୟୀ ତାଳଚେରସ୍ଥିତ ସାର କାରଖାନାରେ ଠିକା କାମ କରୁଥିବା ଏକ ସଂସ୍ଥାକୁ ଦାଦାବଟି ମାଗୁଥିଲେ ଅନୁଗୁଳ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ରାଜେଶ କୁମାର ଦାସ ଏବଂ ତାଙ୍କ ସହିତ ସାମିଲ ଥିଲେ ତାଳଚେର ବ୍ଲକ୍ ଯୁବ ବିଜେଡି ସଭାପତି ମନୋଜ ସାହୁ I ଏନେଇ ସମ୍ପୃକ୍ତ ସଂସ୍ଥା ଥାନାର ଦ୍ୱାରସ୍ଥ ହେବାପରେ ପୋଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ରାଜେଶ ଙ୍କୁ ପୋଲିସ ଗିରଫ କରିଛି I ଜାମିନ ନାମଞ୍ଜୁର ହେବାରୁ ରାଜେଶଙ୍କୁ ତାଳଚେର ଜେଲକୁ ପଠାଇ ଦିଆଯାଇଛି ତେବେ ସହଯୋଗୀ ମନୋଜ ବର୍ତମାନ ସୁଦ୍ଧା ଫେରାର ଅଛନ୍ତି I

ସୂଚନା ଥାଉ କି କିଛିଦିନ ତଳେ ବିଜୁ ଛାତ୍ର ଜନତା ଦଳ ମହାସଚିବ ଇପ୍ସିତା ଙ୍କ ନାମରେ ଜୈନିକା ଅଙ୍ଗନୱାଡି ଦିଦି ବଟି ମାଗୁଥିବାର ଅଭିଯୋଗ ଆଣି ଆତ୍ମହତ୍ୟା ଉଦ୍ୟମ କରି ହସ୍ପିଟାଲ ରେ ଭର୍ତି ହେଇଥିଲେ I ଘଟଣାକୁ ମାତ୍ର କିଛିଦିନ ବିତିଥିବା ବେଳେ ପୁନର୍ବାର ଆଉ ଜଣେ ଯୁବ ନେତା ଙ୍କ ନାମରେ ସଂଗୀନ ଅଭିଯୋଗ ଏବଂ ଗିରଫ ମଧ୍ୟ ହେଇଛନ୍ତି

Leave a Reply

Your email address will not be published. Required fields are marked *