ଗ୍ଲୋବାଲ ବିଉଟି ଅନ୍ତର୍ଜାତୀୟ ସଂସ୍ଥାର ‘ସାଶ୍’ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ଗ୍ଲୋବାଲ ବିଉଟି ଅନ୍ତର୍ଜାତୀୟ ସଂସ୍ଥା ଆନୁକୂଲ୍ୟରେ ‘ସାଶ୍’ ପୁରସ୍କାର ବିତରଣ ଉତ୍ସବ ଗୁରୁବାର ସତ୍ୟବାଦୀଠାରେ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଅନ୍ତରାଷ୍ଟ୍ରୀୟ ସ୍ତରର ବିଭିନ୍ନ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଓଡିଶାରୁ ମନୋନୀତ ହୋଇଥିବା କୁନି କୁନି ପ୍ରତିଯୋଗୀଙ୍କୁ ସମ୍ଵର୍ଦ୍ଧିତ ତଥା ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା। ମିଆଁମାରରେ ହେବାକୁ ଥିବା ଜୁନିୟର ମିସ୍ ଆଣ୍ଡ ଲିଟିଲ୍ ମିଷ୍ଟର ପ୍ୟାସିଫିକ୍ ଓ୍ଵାର୍ଲ୍ଡ-୨୦୨୧ ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଳାର ୧୩ ବର୍ଷୀୟା ଅନିଶା ମେହେର ପ୍ରି-ଟିନ୍ ବର୍ଗରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି ।

ସେହିଭଳି ଥାଇଲାଣ୍ଡରେ ହେବାକୁ ଥିବା ଜୁନିୟର ଆଇଡଲ୍ ଓ୍ଵାର୍ଲ୍ଡ-୨୦୨୧ ପ୍ରତିଯୋଗିତାରେ ମିସ-ଟିନ କନିଷ୍ଠ ବର୍ଗରେ ବ୍ରହ୍ମପୁରର ୧୩ ବର୍ଷୀୟା ଅନମୋଲ ସାମଲ ଏବଂ ଲିଟିଲ୍ ମିସ୍ ଜୁନିୟର ବର୍ଗରେ ଅନଗୁଳ ଜିଲ୍ଲାର ୯ ବର୍ଷୀୟା ପଲ୍ଲକ ମହାପାତ୍ର ଭାରତର ପ୍ରତିନିଧିତ୍ୱ କରୁଛନ୍ତି। ନେପାଳରେ ଅନୁଷ୍ଠିତ ହେବାକୁ ଯାଉଥିବା କିଡ୍ସ ଆଣ୍ଡ ଟିନ୍ ଓ୍ବାର୍ଲ୍ଡ ଓ୍ବାଇଡ୍-୨୦୨୧ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଜିଲ୍ଲାର ୧୧ ବର୍ଷୀୟା ବିଶ୍ୱବିଜୟିନୀ ମିଶ୍ର ମିସ୍ ପ୍ରି-ଟିନ ବର୍ଗରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାର ଅଢ଼େଇ ବର୍ଷୀୟ ସାଇ ଶ୍ରୀୟାଂଶୁ ପଣ୍ଡା ସର୍ବକନିଷ୍ଠ ବର୍ଗରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

VID-20210119-WA0001[1]

ଏହି ସମସ୍ତ କୁନି କୁନି ପ୍ରତିଭାମାନଙ୍କୁ ସାଶ୍ ପୁରଷ୍କାର ପ୍ରଦାନ କରିଥିଲେ ମୁଖ୍ୟଅତିଥି ମିଷ୍ଟର ଓ୍ବାର୍ଲ୍ଡ ଆମ୍ବାସଡର୍ ଇଣ୍ଟରନ୍ୟାସନାଲ-୨୦୨୧ ୠଷଭ୍ ବର୍ମା। ଅନ୍ୟମାନଙ୍କ ମଧ୍ୟରେ ଗ୍ଲୋବାଲ ବ୍ୟୁଟି ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ସଭାପତି ଅମର ସାମୁ ସୋନାୱାନେ, ଅଭିନେତ୍ରୀ ପାୟଲ୍ ଭୋଇ ଓ ମଡେଲ ସୂରଜ୍ କୁମାର ମହାପାତ୍ର ଉପସ୍ଥିତ ଥିଲେ। ସତ୍ୟବାଦୀରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଜୁନିୟର ଆଇଡଲ୍ ୱାର୍ଲ୍ଡ/କିଡ୍ସ ଆଣ୍ଡ ଟିନ୍ ଓ୍ବାର୍ଲ୍ଡୱାଇଡର ରାଷ୍ଟ୍ରୀୟ ନିର୍ଦ୍ଦେଶକ ଡ. ପ୍ରୀତମ ବାଘ। ଏହି ଅବସରରେ ଆୟୋଜକ ସଂସ୍ଥା ତରଫରୁ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚ ପରିଚାଳନା କରିଥିଲେ ଅର୍ପିତା ଜେନା। ଡାକ୍ତର ବାଘ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *