ପୁଲୱାମା ବୀର ଶହିଦଦିବସ ଉଦେଶ୍ୟରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଙ୍ଗଠନ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର:ପୁଲଓ୍ୱାମା ଆକ୍ରମଣକୁ ଆଜି ଦୁଇ ବର୍ଷ ପୁରିଥିବା ବେଳେ ଏହି ଘଟଣାଟି ସତେ ଯେପରି ଆଜି ହେଇଥିବା ଭଳି ମନେ ହେଉଛି । ଏହି ଘଟଣା ମନେ ପଡ଼ିଲେ ଆଖିରୁ ଲୁହ ଝରିପଡ଼ୁଛି। ସେହି ଦିନର ଛାତି ଥରା ଶବ୍ଦ ଓ ଦୃଶ୍ୟକୁ ମନେ ପକାଇବା ବେଳକୁ ରୁମ ଟାଙ୍କୁରି ଉଠୁଛି ।ଆତଙ୍କବାଦୀଙ୍କ ଆକ୍ରମଣରେ ଶହିଦ୍ ହୋଇଥିଲେ ୪୦ ସିଆରପିଏଫ୍‌ ଯବାନ। ଏହି ଘଟଣା ପୂରା ଦେଶକୁ ଦୋହଲାଇ ଦେଇଥିଲା । ଏହି ଦିନକୁ ଭାରତର କଳା ଦିବସ ଭାବେ ପାଳନ କରାଯାଉଛି । ୧୪ ଫେବୃୟାରୀ ୨୦୧୯ରେ ଜମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଘଟିଥିବା ଏହି ହୃଦୟ ବିଦାରକ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଭାରତ ସମେତ ଏହାର ସମସ୍ତ ବନ୍ଧୁ ରାଷ୍ଟ୍ର ପୁଲଓ୍ୱାମା ଘଟଣାକୁ ନିନ୍ଦା କରିଥିଲେ। ଭାରତକୁ ଭଲ ପାଉଥିବା ପ୍ରତ୍ୟେକ ଲୋକର ଆଖିରୁ ସେଦିନ ଆପଣାଛାଏଁ ଲୁହ ବାହାରି ଆସିଥିଲା ।

ହେଲେ ଆଜିବି ମନରୁ ଲିଭିନି ସେହି ଛାତିଥର ଘଟଣା; ସେ କଥା ଭାବିଲେ ରୋମ ଟାଙ୍କୁରି ଉଠୁଛି । ଆଜିର ଏହି ବୀର ଶହୀଦ୍ ଦିବସ ଉଦ୍ଦେଶ୍ୟରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଙ୍ଗଠନ ତରଫରୁ ଶ୍ରଦ୍ଧାଞ୍ଜଳି ସଭା ଓ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ଵବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ମାନେ ଗାନ୍ଧୀ ମେମୋରିଆଲ ପାର୍କ ଠାରେ ଏକତ୍ରିତ ହୋଇ ମହମବତୀ ଶୋଭାଯାତ୍ରା କରିଥିଲେ । ଏଥିସହିତ ଉତ୍କଳ ବିଶ୍ଵବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ପହଁଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ନିଜ କୁ ସାମିଲ କରି ଜନ୍ମଭୂମି ପାଇଁ ନିଜ ଜୀବନ କୁ ବଳି ଦେଇଥିବା ବୀର ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ମତ ପ୍ରକାଶ କରିଥିଲେ । ଭାରତ ମାତାର ସେବା କରି ନିଜ ଜୀବନ କୁ ପଛରେ ପକାଇ ଦେଶ ପାଇଁ ଶହିଦ୍ ହୋଇ ଥିବା ବୀର ଯବାନ ମାନେ ସର୍ବଦା ଅମର ହୋଇ ରୁହନ୍ତୁ , ଏନେଇ ସ୍ମୃତି ଚାରଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ପ୍ରସନ୍ନଜିତ୍ କୁଣ୍ଢ୍ ଶୁଭମ ସ୍ବାଇଁ,ଉମର ଶେଖ ମହମ୍ମଦ ହାନିଫ,ସଚିକାନ୍ତ ସାହୁ, ସିମ୍ରନ ସିଂ ରାଜପୁତ,ଗଙ୍ଗାରାମ ତାନି, ଶାଶ୍ୱତୀ ମିଶ୍ର,ରଶ୍ମିତା ବେହେରା,ରାକ୍ଷୀ ହେମ୍ବ୍ରମ୍ , ମିର ଅଵ ଦୁଲ ମହମ୍ମଦ,ସୌମ୍ୟ ରଂଜନ ଦାସ,ସମ୍ବିତ ମହାନ୍ତି, ସୀତାକାନ୍ତ ମିଶ୍ର,ଅମୁଲ୍ୟ ସାହୁ ,ଶୁଭ ନାରାୟଣ, ଅନ୍ତିମ କୁମାର ସୋରେନ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *