ବଜ୍ରପାତରେ ଦୁଇଫାଳ ହେଇଗଲା ଗଛ ,ସନ୍ୟାସୀ ବାବା ଙ୍କୁ ବଞ୍ଚାଇଦେଲେ ଚଣ୍ଡି ମା

କୁହାଯାଏ ଡର କାହାକୁ ଭୟ କାହାକୁ ମା ଅଛି ଚାରି ବାହାକୁ I ଏମିତି ଏକ ଅଲୌକିକ ଘଟଣା ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମପଞ୍ଚାୟତ ର ପୁରୁଣା ଅମାଙ୍ଗ ଗ୍ରାମ ରେ I ବ୍ରାହ୍ମଣୀ କୂଳରେ ଅବସ୍ଥାପିତ ଗ୍ରାମର ପ୍ରସିଦ୍ଧ ମା ଚଣ୍ଡି ଙ୍କ ମହିମା ଗତକାଲି ଠାରୁ ଯିଏ ଶୁଣୁଛି ସ୍ତମ୍ଭିଭୂତ ହେଇଯାଉଛି I ଗତକାଲି ସନ୍ଧ୍ୟା ସମୟରେ କାଳବୈଶାଖୀ ବର୍ଷା ସହିତ ଘଡଘଡି ବିଜୁଳି ମାରିଥିଲା I

ଏହି ସମୟରେ ମା ଙ୍କ ମନ୍ଦିର ର ବଗିଚା ରେ ସନ୍ୟାସୀ ବାବା ଫୁଲ ବଗିଚା ସହ ଔଷଧୀୟ ବୃକ୍ଷ ମାନଙ୍କର ରକ୍ଷଣାବେକ୍ଷଣ କରୁଥିଲେ ,ଅଚାନକ ତିନୋଟି ବିଜୁଳି ମାରିଥିଲା ଏବଂ ଗୋଟିଏ ବଜ୍ରପାତ ମା ଙ୍କ ବଗିଚାରେ ଥିବା ଶାଗୁଆନ ଗଛକୁ ଧରିଥିଲା I ବଜ୍ରପାତ ରେ ଦୁଇଟି ଶାଗୁଆନ ଗଛ ମୂଳରୁ ଉପର ପର୍ଯ୍ୟନ୍ତ ଦୁଇଫାଳ ହେଇଯାଇଥିବା ବେଳେ ପାଖରେ ଥିବା ସନ୍ୟାସୀ ବାବା ଏବଂ କିଛି ଭକ୍ତ ଙ୍କର କିଛି ବି କ୍ଷତି ହେଇନି I

Leave a Reply

Your email address will not be published. Required fields are marked *