ଓଡିଶା ରେ ଖୁବଶୀଘ୍ର ଖୋଲିବ ୭ ଟି ନୂଆ ବିଏସସି ନର୍ସିଂ କଲେଜ

ରାଜ୍ୟରେ ଖୁବଶୀଘ୍ର ଖୋଲିବାକୁ ଯାଉଛି ୭ ଟି ନୂଆ ବିଏସସି ନର୍ସିଂ କଲେଜ ।
ଏହି କଲେଜ ଗୁଡିକ ବଲାଙ୍ଗୀର, ବାରିପଦା, ପୁରୀ, ବାଲେଶ୍ୱର, ତାଳଚେର, କୋରାପୁଟ ଓ ଯାଜପୁରରେ ଖୋଲିବ । ଏହାକୁ ମିଶାଇ ରାଜ୍ୟରେ ବିଏସସି ନର୍ସିଂ କଲେଜ ସଂଖ୍ୟା ୧୫କୁ ବୃଦ୍ଧି ପାଇବ ।
ବର୍ତ୍ତମାନ ରାଜ୍ୟରେ 8ଟି ସରକାରୀ ବିଏସସି ନର୍ସିଂ କଲେଜ ମଧ୍ୟ ରହିଛି । ଏହି ସମସ୍ତ କଲେଜରେ ବର୍ତ୍ତମାନ ୭୫୦ ଟି ସିଟ୍ ରହିଛି ।

ଆଉ ନୂଆ ୭ଟି ବିଏସସି ନର୍ସିଂ କଲେଜ ଖୋଲିଲେ ମୋଟ୍ ୧୫ଟି କଲେଜରେ ବିଏସସି ନର୍ସିଂ ସିଟ ୧୪ ଶହ ୫୦ କୁ ବୃଦ୍ଧି ପାଇବ । ରାଜ୍ୟରେ ମେଡିକାଲ କଲେଜ ଓ ହସ୍ପିଟାଲ ସଂଖ୍ୟା ବୃଦ୍ଧି ପରେ ନର୍ସିଂ କଲେଜ ସଂଖ୍ୟା ବୃଦ୍ଧିର ବହୁଳ ଭାବରେ ଆବଶ୍ୟକତା ରହିଛି ।

ଚିକତ୍ସା କ୍ଷେତ୍ରରେ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା DMET ପ୍ରଫେସର ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ନର୍ସିଂ ପିଜି କଲେଜ ବ୍ରହ୍ମପୁର ଏବଂ ବୁର୍ଲାରେ ରହିଛି । ଆଗକୁ ଆଉ ଗୋଟିଏ ପିଜି ନର୍ସିଂ କଲେଜ କଟକରେ ଖୋଲିବା ନେଇ ମଧ୍ୟ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *