About Us

ଜୟଜଗନ୍ନାଥ , ଆଜିର ଡିଜିଟାଲ ଯୁଗରେ ଖୁବ କମ୍ ସମୟ ମଧ୍ୟରେ ବିଶ୍ୱରେ ଘଟୁଥିବା ସମସ୍ତ ଘଟଣାବଳୀକୁ ଆପଣ ମାନଙ୍କ ପାଖରେ ପହଞ୍ଚାଇବାର ଦୃଢ ସଂକଲ୍ପ ନେଇ ଓଡିଶା Exclusive ର ସୃଷ୍ଟି । ଆଜିର ସାମାଜିକ ଗଣମାଧ୍ୟମ ଯଥା ଫେସବୁକ୍ କିମ୍ବା ଟୁଇଟର୍ ବା ଅନ୍ୟ ସାମାଜିକ ଗଣମାଧ୍ୟମ, ଆଜିର ଡିଜିଟାଲ ଯୁଗରେ କ୍ଷୀପ୍ର ଆଉ ସଂକ୍ଷିପ୍ତ ଖବର ପ୍ରସାରଣ କ୍ଷେତ୍ରରେ ଏହି ସାମାଜିକ ଗଣମାଧ୍ୟମଗୁଡିକ ବେଶ୍ ଅଗ୍ରଣୀ ଭୂମିକା ନେଉଛନ୍ତି କିନ୍ତୁ ନିଜ ମାତୃଭାଷାରେ ନିଜ ଅଞ୍ଚଳ, ନିଜ ରାଜ୍ୟ ତଥା ଦେଶ ବିଦେଶର ଖବର ଜାଣିବାର ଉପଲବ୍ଧି ନିଶ୍ଚିତ ନିଆରା। ଜାତି କିମ୍ବା ଦେଶ ଯେତେ ବି ବଡ ହେଇଥାଉ ନାଁ କାହିଁକି ଯଦି ନିଜ ମାତୃଭାଷା ର ଉର୍ନତି ନ ହେଇଚି ସେ ଦେଶ/ଜାତି ନିଚୟ ବହୁ ପଛରେ, କଥାରେ ଅଛି ମାତୃ ଭାଷା ମାତୃ ମମତା ଯା ହୃଦେ ଜନମି ନାହିଁ …ତାକୁ ଯଦି ଜ୍ଞାନୀ ଗୁଣିରେ ଗଣିବା ଅଜ୍ଞାନୀ ରହିବେ କାହିଁ ? ପ୍ରଥମେ ଆମ ମାତୃଭାଷା ଓଡ଼ିଆ ର ସମୃଦ୍ଧି ହେବା ଆବଶ୍ୟକ I ପ୍ରଥମେ ଆମ ମାତୃଭାଷା ଓଡ଼ିଆ କୁ ହୃଦୟରୁ ଭଲ ପାଇବା ଆବଶ୍ୟକ ! ଓଡିଆ ଭାଷାରେ କେବଳ ଓଡିଶା କାହିଁକି ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ଓଡିଆଙ୍କ ପାଇଁ ତ୍ୱରିତ ଖବର ପହଞ୍ଚାଇବା ଲାଗି ଆମର ଏହି ପ୍ରୟାସ “ଓଡିଶା Exclusive ” ରେ ଆପଣଙ୍କର ସମର୍ଥନ ଏବଂ ଆଶୀର୍ବାଦ ନିତାନ୍ତ ଆବଶ୍ୟକ .