ଚକୁଳି କଣା ପାଇଁ କାନ୍ଦୁଛନ୍ତି ଜ୍ୟୋତି , ପଢନ୍ତୁ କଣ କହିଲେ ମନ ଖୋଲିକି

ଓଡ଼ିଆ ସିନେ ଜଗତର ଜଣେ ବେଶ ଜଣାଶୁଣା ନାମ ଜ୍ୟୋତି ରଞ୍ଜନ ନାୟକ , ତେବେ ନିଜ ଅଭିନୟ ପାଇଁ ଯେତିକି ଚର୍ଚିତ ନୂହନ୍ତି ଚକୁଳି ପାଇଁ ପ୍ରାୟ ଜଣାଶୁଣା I ଏକ ରିଆଲିଟି ଶୋ ରେ ଚକୁଳି ରେ କେତେଟା କଣା କହି ସୋସିଆଲ ମିଡିଆରେ ପ୍ରବଳ ଟ୍ରଲ ହୋଇଥିଲେ ଜ୍ୟୋତି I ଯାହାକୁ ନେଇ ଏକ ଘରୋଇ଼ ଗଣାମଧ୍ୟମ ରେ ଏବେ ମୁଁହ ଖୋଲିଛନ୍ତି ଅଭିନେତା ଜ୍ୟୋତି I ଏହା ତାଙ୍କ ଜୀବନରେ ଏକ ବଡ ଭୁଲ ଥିଲା , ସେ ସେଭଳି କହି ବାକୁ ଚାଁହୁନଥିଲେ କିନ୍ତୁ ଅଜାଣତ ରେ ଏକ ଭୁଲ ବୁଝାମଣା ପାଇଁ ସେ ଟ୍ରଲ ର ଶିକାର ହୋଇଗଲେ I

ଦୁଇବର୍ଷ ଧରି ସେ ଏଥିପାଇଁ ବହୁ ଦୁଃଖିତ ହେବା ସହିତ ପ୍ରତ୍ୟକ ସମୟ ରେ କାନ୍ଦୁଛନ୍ତି I ତାଙ୍କ ପରିବାର ଲୋକ ବି ଡିପ୍ରେସନ ରେ ରହି ଅଭିନୟ ରୁ ଦୁରେଇ ଯିବାକୁ ଜ୍ୟୋତି ଙ୍କୁ ଉପଦେଶ ଦେଇଥିଲେ I ତେବେ ଜ୍ୟୋତି କହିଛନ୍ତି କି ତାଙ୍କ ଆଗରେ କି ପଛରେ ସିନେମା ଜଗତରେ କେହି ନାହାନ୍ତି ବହୁ କଷ୍ଟ କରି ସେ ନିଜର ଏକ ଛୋଟିଆ ପରିଚୟ ତିଆରି କରି ପାରିଛନ୍ତି , ଦର୍ଶକ ମାନଙ୍କୁ ସେ ହାତଯୋଡ଼ି ନିଜର ଭୁଲ ପାଇଁ କ୍ଷମା ମାଗିଛନ୍ତି , ଜୀବନରେ ଏଭଳି ଆଉ ଭୁଲ କରିବେନି ବୋଲି ପ୍ରତିକ୍ରିୟା ରଖିଛନ୍ତି I

ସୂଚନା ଥାଉ କି ଜ୍ୟୋତି ଙ୍କର ନିକଟ ରେ ଏକ ସିନେମା ଆସୁଛି ଡଟ ପେନ , ବର୍ତମାନ ସୁଦ୍ଧା ଟ୍ରେଲର ଟି ସମସ୍ତଙ୍କ ମନକୁ ଛୁଇଁ ପାରିଛି ଏବଂ ଜ୍ୟୋତି ନିଜ ଭୁଲ ବୁଝି ପାରି ଥିବାରୁ ଦର୍ଶକ ମାନେ ବି କାମେଣ୍ଟ ସେକ୍ସନ ରେ ତାଙ୍କୁ କ୍ଷମା କରିଦେଇଥିବାର ଦେଖା ଯାଉଛି

Leave a Reply

Your email address will not be published. Required fields are marked *