ରାଜନୀତି କୁ ଆସିବେ କି ମନୋରଞ୍ଜନ ? ପଢନ୍ତୁ କଣ କହିଲେ କନକ ଛାଡିବା ପରେ

କନକ ଟିଭି ର ଏଡିଟର ମନୋରଞ୍ଜନ ମିଶ୍ର କନକ ଟିଭି ଛାଡିବା ପରେ ତାଙ୍କୁ ନେଇ ଜୋରଦାର ଚର୍ଚା ଚାଲିଥିବା ବେଳେ ଏନେଇ ମୁଁହ ଖୋଲିଛନ୍ତି ମନୋରଞ୍ଜନ ମିଶ୍ର I ସମ୍ବାଦ ରେ EOW ରେଡ୍ ପରେ ସମ୍ବାଦ ରୁ ଅବ୍ୟାହତି ନେଇଥିଲେ ସୌମ୍ୟ ଏବଂ ଝିଅ ତନୟା ପଟନାୟକ ସମ୍ବାଦ ର ଧରିଥିଲେ ମଙ୍ଗ I
ତେବେ ତନୟା ଯୋଗଦେବା ପରେ କନକ ର ନବକଳେବର ହେଇପାରେ ବୋଲି ଚର୍ଚା ହେଉଥିଲା କାହିଁକିନା EOW ରେଡ୍ ସମୟରେ ସେଦିନ ନିଜ ଶୋ ମନୋରଞ୍ଜନ ମିଶ୍ର ଲାଇଭ ରେ ନଜର ଆସିନଥିଲେ ଶ୍ରୀଯୁକ୍ତ ମିଶ୍ର I ଯାହାକୁ ନେଇ ଖପ୍ପା ହେଇଥିଲା ମ୍ୟାନେଜମେଣ୍ଟ , ମନୋରଞ୍ଜନ ମିଶ୍ର ଙ୍କ ବିଦେଶ ଗସ୍ତ ସମୟରେ କନକ ଟିଭି ରେ ଜଣେ କନିଷ୍ଠ ଙ୍କୁ ଇନ୍ପୁଟ ଏଡିଟର ଦାୟିତ୍ୱ ଦିଆଯାଇଥିଲା ,ଏପରିକି ସମ୍ବାଦ ର 40 ତମ ବାର୍ଷିକ ସମାରୋହ ରେ ମନୋରଞ୍ଜନ ଙ୍କୁ ଷ୍ଟେଜ ତଳେ ଦେଖିବାକୁ ମିଳିଥିଲା I

ତାଙ୍କୁ କୌଣସି ଗୁରୁତ୍ୱ ଦିଆଯାଉ ନଥିବାରୁ ସେ ଶେଷରେ ସଂସ୍ଥା ଛାଡିଥିବା ଚର୍ଚା ହେଉଥିଲା I ତେବେ ମନୋରଞ୍ଜନ ଏକ ସାକ୍ଷାତକାର ଦେଇ କହିଛନ୍ତି କି ସଂସ୍ଥା ତାଙ୍କୁ ଚାକିରୀ ଛାଡିବା ପାଇଁ କହିନାହିଁ ବରଂ ସେ ନିଜ ସ୍ୱଇଚ୍ଛା ରେ ସଂସ୍ଥା ଛାଡିଛନ୍ତି I କନକ ରେ ଦୀର୍ଘ ସାଢେ ଆଠ ବର୍ଷ ତାଙ୍କୁ ସୁଯୋଗ ଦେଇଥିବାରୁ ସେ ସଂସ୍ଥା ପାଖରେ ଚିରଋଣୀ ,ତେବେ ଯେଉଁ ଚର୍ଚା ହେଉଛି ସେଦିନ ସେ ରାତି 10 ଶୋ ରୁ ଉଭାନ ହେଇଯିବା ତାହା ସମ୍ପୁର୍ଣ୍ଣ ମିଛ ଅଟେ, ସେଦିନ EOW ରେଡ୍ ପରେ ଏତେ ବ୍ୟସ୍ତ ଥିଲେ ଯେ ଶୋ କରିବା ସମ୍ଭବ ନଥିଲା I

ଏହା ସହିତ ରାଜନୀତି କୁ ଆସିବେ କି ପ୍ରଶ୍ନ ରେ କହିଛନ୍ତି କି ସୁଯୋଗ ମିଳିଲେ ଚିନ୍ତା କରିବି I ଅଲଗା ଟେଲିଭିଜନ ସଂସ୍ଥା ରେ ଯୋଗଦେବାକୁ ପ୍ରସ୍ତାବ ଆସୁଥିଲେ ମଧ୍ୟ ଏବେ ସେ ସେନେଇ କୌଣସି ଚିନ୍ତା କରି ନାହାନ୍ତି I କିଛି ନୂଆ କରିବା ପାଇଁ ଚିନ୍ତା କରୁଛନ୍ତି I

Leave a Reply

Your email address will not be published. Required fields are marked *