ବାଡ଼ ଖାଉଥିଲା ଫସଲ , ଅବକାରୀ ଏସଆଇ ଙ୍କୁ ଚାକିରି ରୁ ବହିସ୍କାର କଲେ କମିଶନର

ବ୍ୟୁରୋ :-କଥା ରେ ଅଛି ବାଡ଼ ଯଦି ଫସଲ ଖାଏ ଗୁହାରି କରିବା କାହାକୁ ? ଯାହାଙ୍କୁ ଦାୟିତ୍ୱ ଦିଆଯିଆଥିଲା ସେ ହିଁ ଦୁର୍ନୀତି ରେ ବୁଡି ରହି ଦଲାଲି କରୁଥିଲେ ,ଆମେ କହୁଛୁ ଏବେ ଏବେ ଧରା ପଡି ଚାକିରୀ ରୁ ବହିଷ୍କାର ହୋଇଥିବା ଅବକାରୀ ବିଭାଗ ର କଟକ ଜିଲ୍ଲା ବାଙ୍କି ଅଧିକାରୀ ଏସଆଇ ନିରଞ୍ଜନ ଖଟୁଆ ଙ୍କ କଥା I
ବାବୁ ଆମର ଅବକାରୀ ବିଭାଗ ର ଦୁର୍ନୀତି କଣ ହଟେଇବେ ନିଜେ ଦୁର୍ନୀତି ରେ ବୁଡି ରହି ଲକ୍ଷ ଲକ୍ଷ କଳା ଧନ ଗଚ୍ଛିତ କରିବାରେ ଲାଗିଥିଲେ ଶେଷରେ ବାବୁ ଙ୍କ ପର୍ଦାଫାଶ ହେବା ପରେ ଅବକାରୀ କମିଶନର ନରସିଂହ ଭୋଳ ନିରଞ୍ଜନ ଙ୍କୁ ଚାକିରୀ ରୁ ବହିଷ୍କାର କରିଛନ୍ତି I ଶ୍ରୀ ଭୋଳ ଜୁନ ମାସରେ ଅବକାରୀ କମିଶନର ଭାବେ ଯୋଗ ଦେବାପରେ ଆଜି ପର୍ଯ୍ୟନ୍ତ ପ୍ରାୟ 5ଜଣ ଅବକାରୀ କନେଷ୍ଟେବଳ ଙ୍କୁ ଚାକିରୀ ରୁ ବିଦା କଲେଣି I

କମିଶନର ଙ୍କ ଏଭଳି କାର୍ଯ୍ୟ ଏବେ ସାଧାରଣ ରେ ପ୍ରଶଂସା କରାଯାଉଛି I ତେବେ କେବଳ ତଳ ତଳିଆ କର୍ମଚାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ଯାଉଥିବା ବେଳେ ଉପର ସ୍ତର ର କିଛି ବରିଷ୍ଠ ସୁପରିଟେଣ୍ଡେଣ୍ଟ , ଇନ୍ସପେକ୍ଟର ଘୋଟାଲା ଦୁର୍ନୀତି ରେ ଲିପ୍ତ ଥିବାବେଳେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅବକାରୀ ବ୍ୟବସାୟୀ ମାନେ ଆଶା ବାନ୍ଧିଛନ୍ତି I ଏଥିସହିତ କମିଶନର ଙ୍କୁ ଧନ୍ୟବାଦ ଦେବା ସହିତ ଆହୁରି କହିଛନ୍ତି କିଛି ଅବକାରୀ ଜିଲ୍ଲା ମୁଖ୍ୟ ମାନେ ପ୍ରାୟତଃ ମଦ ଦୋକାନ ଗୁଡିକୁ ଜୋର ଜବରଦସ୍ତ ଧମକାଇ ମାସିକ ଚାନ୍ଦା ଆଦାୟ କରୁଛନ୍ତି ବିଚରା ପାଟି
ଖୋଲିଲେ ତାଙ୍କ ଲାଇସେନ୍ସ କ୍ୟାନସେଲ କରିଦେବାକୁ ଧମକାଉଛନ୍ତି I

ମାସିକ ବଟି ଦେବାକୁ ପଡୁଥିବାରୁ ନିର୍ଧାରିତ ଦର ଉପରେ ଏହାର ପ୍ରଭାବ ପଡୁଛି ,ଏପରିକି କିଛି ଅବକାରୀ ଅଧିକାରୀ ମାନେ ନିଜେ SOP ନ ମାନି, ବିନା ଅଫିସ ଡ୍ରେସ , ଆଇଡି କାର୍ଡ ରେ ଲିକ୍ୟୁର ଶପ ଗୁଡିକୁ ଭ୍ରମଣ ଆଇଡି କାର୍ଡ ନ ପକାଇ ଥିବା ବିଚରା ସାଧାରଣ ସେଲସ ମ୍ୟାନ ଗୁଡ଼ାଙ୍କୁ ମନଇଛା ମୋଟା ଅଙ୍କର ଫାଇନ କାଟୁଥିବାର ଅଭିଯୋଗ ଆସୁଛି , ଏଥିପ୍ରତି କମିଶନର ଧ୍ୟାନ ଦେଇ ମୁଖ୍ୟ ବଡ ବଡ କାର୍ପଟଦାର ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଅନୁରୋଧ କରାଯାଇଛି I

Leave a Reply

Your email address will not be published. Required fields are marked *