ଆଖିରେ ଆଖିଏ ସ୍ବପ୍ନ ନେଇ ମେଟ୍ରିକ୍ ପରୀକ୍ଷା ଦେଇଥିଲା ଛାତ୍ରତିଏ। କିନ୍ତୁ ସ୍ବପ୍ନ ଟି ସତ ହେବା ପୂର୍ବରୁ ଜୀବନ ବାଜି ରେ ଜାରି ଯାଇଛି ପିଲା ଟି। ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ଘଟିଛି ମାଟ୍ରିକ ପରୀକ୍ଷାର୍ଥୀ ଙ୍କ ର। ସେ ଦେଇଥିବା ପରୀକ୍ଷା ର ଫଳ ଆଜି ବାହାରିଥାନ୍ତା। ମନରେ ଥିଲା ତାର ଅନେକ ଉତ୍କଣ୍ଠା। କିନ୍ତୁ ଫଳ ବାହାରିବ ପୂର୍ବରୁ ଚାଲିଯାଇଛି ତା ଜୀବନ। ଏଭଳି ଏକ ହୃଦୟଥରା ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରେ। ସଡ଼କ ଦୁ୍ଘଟଣାରେ ମୃତ୍ୟୁ ହୋଇଛି ଜଣେ ମେଟ୍ରିକ୍ ଛାତ୍ରଙ୍କର। ଯେଉଁଥିପାଇଁ କି କେନ୍ଦ୍ରାପଡ଼ା ଜିଲ୍ଲା ରେ ସୋକ ର ଛାୟା ଖେଳି ଯାଇଛି। ମୃତ ଛାତ୍ର ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳ ର ରାଜରାଜେଶ୍ଵରି ଗ୍ରାମ ର ରବୀନ୍ଦ୍ର ମାଝୀ ଙ୍କ ପୁଅ ବିଶ୍ୱଜିତ୍ ମାଝୀ।
ସୂଚନା ଅନୁଯାୟୀ ସୋମବାର ବିଳମ୍ବିତ ରାତ୍ରୀ ରେ ବିଶ୍ୱଜିତ୍ ବୋଲେରୋ ରେ କଟକ ରୁ ଫେରୁଥିବା ବେଳେ ବାରୋ ଛକ ଠାରେ ରାସ୍ତା ପାର୍ଶ୍ବ ରେ ଥିବା ଏକ ଟ୍ରକ କୁ ବୋଲେରୋ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ବିଶ୍ୱଜିତ୍ ଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିଲା।
ବିଶ୍ୱଜିତ୍ ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷା ଦେଇଥିଲେ। ଘଟଣା ଟି ଜଣା ପଡ଼ିବା ପରେ ସାରା ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି।