ବାପା ନିଶ୍ୱାସ ନେବାରେ ଅସୁବିଧା ହେଉଛି, ମୋତେ ଛାଡ଼ି କୁଆଡେ ଯାଅ ନାହିଁ ବୋଲି କହୁକହୁ ଆଖି ବୁଜିଲା ଝିଅ

ହରିୟାଣା ସୋନେପତରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପଟେଲ ନଗରରେ ରହୁଥିବା ତିନିବର୍ଷର ଶିଶୁକୁ ଔଷଧ ଦେକାନିଙ୍କ ଭୁଲ ଇନ୍‌ଜେକ୍‌ସନ୍‌ ଦେବାପରେ ମୃତ୍ୟୁ ହୋଇଯାଇଛି। ମୃତ ଶିଶୁର ପିତାଙ୍କ ନାମ ପବନ ବେସୁଧ। ସେ ଝିଅର ମୃତ୍ୟୁ ଖବର ଶୁଣିବା ମାତ୍ରେ ଅଚେତ ହୋଇପଡ଼ିଥିଲେ। ତାଙ୍କର ଯେତେବେଳେ ଚେତା ଆସୁଛି ଝିଅର ମୃତ୍ୟୁ କଥାକୁ ସେ ବିଶ୍ୱାସ କରି ପାରୁନାହାନ୍ତି। କାନ୍ଦିକାନ୍ଦି ତାଙ୍କ ଚେତା ପୁଣି ବୁଡ଼ି ଯାଉଛି।

ମୃତ ତିନି ବର୍ଷ କନ୍ୟାର ବଂଶିକାର ପିତା ପବନଙ୍କ ଚେତା କିଛି ସମୟ ପାଇଁ ଆସିଥିଲା, ସେ ସେହି ସମୟରେ କହିଥିଲେ, ମୋର କନ୍ୟା ବଂଶିକାର ସୋମବାର ଜନ୍ମଦିନ ଥିଲା। ମଙ୍ଗଳବାର ତାର ଶରୀର ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲା। ଏହାପରେ ସଙ୍ଗେସଙ୍ଗେ ମୁଁ ଆଇଟିଆଇ ପାଖରେ ଥିବା ରାଠଧନା ରୋଡସ୍ଥିତ ଦେବ ମେଡିକାଲ ଷ୍ଟୋରକୁ ଔଷଧ ଦେବାକୁ ବଂଶିକାକୁ ନେଇ ଯାଇଥିଲି। ସେଠାରେ ଔଷଧ ଦେକାନି ଜଗଦିଶ ବଂଶିକାକୁ ଔଷଧ ଦେବା ସହିତ ଏକ ଇନ୍‌ଜେକ୍‌ସନ୍‌ ଦେଇଥିଲେ। ଏହାପରେ ଶିଶୁକୁ ଘରକୁ ନେଇ ଯାଇ ବିଶ୍ରାମ ଦେବାକୁ କହିଥିଲେ। ଝିଅକୁ ଘରକୁ ଆଣିବାର ଏକଘଣ୍ଟା ପରେ ତାର ଅବସ୍ଥା ଅଧିକ ବିଗିଡ଼ି ଯାଇଥିଲା। ତା’ପରେ ବଂଶିକାକୁ ମାଡଲ ଟାଉନ୍‌ସ୍ଥିତ ଶିଶୁ ଚିକିତ୍ସାଳୟକୁ ନେଇ ଯାଇଥିଲି। ସେଠାରେ ଡାକ୍ତର ମୋର ଝିଅର ଯାଞ୍ଚ କରି ମୃତ ବୋଲି ଘୋଷଣା କରିଥିଲେ। ମୋର ଝିଅର ମୃତ୍ୟୁ ଔଷଧ ଦେକାନିଙ୍କ ଭୁଲ ଇନ୍‌ଜେକ୍‌ସନ୍‌ ଦେଇଥିବା ହେତୁ ହୋଇଛି ବୋଲି ପୁଲିସରେ ଅଭିଯୋଗ ମଧ୍ୟ କରିଛି।

Leave a Reply

Your email address will not be published. Required fields are marked *