ଜିଓ ଫୋନ ବ୍ୟବହାରକାରୀଙ୍କ ପାଇଁ ଆକର୍ଷଣୀୟ ୪୯ ଓ ୧୫୩ ଟଙ୍କିଆ ପ୍ଲାନ

ରିଲାଏନ୍ସ ଜିଓ ପକ୍ଷରୁ ଖାସ୍‌ ଜିଓଫୋନ ବ୍ୟବହାରକାରୀଙ୍କ ପାଇଁ ୪୯ ଟଙ୍କିଆ ଓ ୧୫୩ ଟଙ୍କିଆ ପ୍ରିପେଡ୍‌ ରିଚାର୍ଜ ପ୍ଲାନ ଆରମ୍ଭ କରିଛି । ଏହା ମାଧ୍ୟମରେ ୨୮ ଦିନ ପାଇଁ ଅନଲିମିଟେଡ୍‌ ଭଏସ କଲିଂ ଓ ମାଗଣା ଏସଏମଏସ ସୁବିଧା ମିଳିବ । ୪୯ ଟଙ୍କିଆ ପ୍ଲାନ ପକାଇଲେ ୨୮ ଦିନ ପାଇଁ ଦିନକୁ ୧ ଜିବି ୪ଜି ଡାଟା ମିଳିପାରିବ । ଦୈନିକ ୧ ଜିିବି ପ୍ଲାନ ସମାପ୍ତ ହେଲେ ଡାଉନଲୋଡ ସ୍ପିଡ୍‌ ୬୪ କେବିକୁ ଖସିଆସିବ । ସେହିପରି ୧୫୩ ଟଙ୍କାର ପ୍ଲାନ ପକାଇଲେ ୨୮ ଦିନ ପାଇଁ ଦୈନିକ ୧.୫ ଜିବି ୪ଜି ଡାଟା ସମେତ ଅନଲିମିଟେଡ୍‌ ଭଏସ କଲିଂ ଓ ମାଗଣା ଏସଏମଏସ ସୁବିଧା ମିଳିବ ।

ବରିଷ୍ଠ ନାଗରିକ, ମହିଳା ଓ ଗରିବ ଲୋକମାନେ ସୁଲଭ ମୂଲ୍ୟରେ ମିଳୁଥିବା ଏହି ଫୋନ ଦ୍ୱାରା ବିଭିନ୍ନ ସୁବିଧା ପାଇପାରିବେ । ଯେପରିକି ନାମ କହି ଆପ୍‌ ଖୋଲିପାରିବେ, କ୍ୟାମେରା ଖୋଲିପାରିବେ, ନିଜ କଥା ଜରିଆରେ ମେସେଜ୍‌ ଟାଇପ୍‌ କରିପାରିବେ । ଗୋଟିଏ ବଟନ୍‌ ପ୍ରେସ୍‌ କରି ନିଜ ଇଛା ଅନୁସାରେ ଇଣ୍ଟରନେଟ୍‌କୁ ବ୍ରାଉଜ୍‌ କରିପାରିବେ, ଜିଓ ମ୍ୟୁଜିକ୍‌ରୁ ସଙ୍ଗୀତ ଶୁଣିପାରିବେ, ଜିଓ ସିନେମାରେ ସିନେମା ଦେଖିପାରିବେ, ଜିଓ ଟିଭି ଜରିଆରେ ଟିଭିର ମଜା ନେଇପାରିବ ଓ ହେଲୋ ଜିଓ ଜରିଆରେ ଭଏସ୍‌ କମାଣ୍ଡ୍‌ ଦେଇପାରିବେ । ସହଜରେ ବାର୍ତାଳାପ କରିବା ପାଇଁ ଏହି ଫୋନ୍‌ ଓଡ଼ିଆ, ହିନ୍ଦୀ, ଇଂରାଜୀ ସମେତ ୨୨ ଟି ଆଞ୍ଚଳିକ ଭାରତୀୟ ଭାଷାକୁ ସମର୍ଥନ କରୁଛି ।

Leave a Reply

Your email address will not be published. Required fields are marked *