ସାକ୍ଷୀଗୋପାଳ ସତ୍ୟବାଦୀ ମହୋତ୍ସବ-୨୦୧୮  ଉଦଘାଟିତ  I ଦଳ ମତ ନିର୍ବିଶେଷରେ ଏକାଠି ହେଲେ ବିଜେଡି ବିଜେପି ନେତା I

ସାକ୍ଷୀଗୋପାଳ ବକୁଳବନ ମୁକ୍ତାକାଶ ରଙ୍ଗମଞ୍ଚରେ  ସାଂସ୍କୃତିକ ସମାରୋହ  ଚତୁର୍ଥ ସତ୍ୟବାଦୀ ମହୋତ୍ସବ-୨୦୧୮  ବହୁ ଆଡମ୍ବର ସହକାରେ ଉଦଘାଟିତ ହୋଇଯାଇଛି I ସାକ୍ଷୀଗୋପାଳ ବସଷ୍ଟାଣ୍ଡ ସ୍ଥିତ ପଞ୍ଚସଖା ପ୍ରତିମୁର୍ତି ରୁ ହଜାର ହଜାର ଲୋକ ଏକାଠି ହେଇ ଜ୍ୟୋତି ଯାତ୍ରା ରେ ସାମିଲ  ହେଇ ଥିଲେ I ବସଷ୍ଟାଣ୍ଡ ଠାରୁ ଗୋପାଳ ଜୀଉ ମନ୍ଦିର  ପର୍ଯ୍ୟନ୍ତ ଜ୍ୟୋତି ଯାତ୍ରା ପରିକ୍ରମା କରାଯାଇ ପଞ୍ଚସଖା ପଡିଆ ରେ ଜ୍ୟୋତି ସଂସ୍ଥାପନ କରାଯାଇଥିଲା I କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୁରୀ ପୌରପାଳକ ତଥା ବିଜେଡି ର ଜୟନ୍ତ ଷଡ଼ଙ୍ଗୀ ,  ସନମାନିତ ଅତିଥି  ବିଜେପି ର ଓମ ପ୍ରକାଶ ମିଶ୍ର ,  ପୁରୀ ଆଇନ ଯିବି ସଂଘ ସଭାପତି ବିଜୟ ମିଶ୍ର , ଉତ୍କଳ ମଣି ଙ୍କ ନାତୁଣୀ ଜୟଶ୍ରୀ ମହାପାତ୍ର , ସତ୍ୟବାଦୀ ବ୍ଲକ ବିଜେଡି ସଭାପତି ରତିକାନ୍ତ ମିଶ୍ର , କଣାସ ବ୍ଲକ ବିଜେଡି ସଭାପତି ସୁଶୀଲ ରାଉତ  ପ୍ରମୁଖ ଯୋଗ ଦେଇଥିଲେ I ତେବେ ଗୋଟିଏ ମଂଚ ରେ ଏକାଠି ପାଖାପାଖି  ବିଜେପି ର ଓମ ପ୍ରକାଶ ମିଶ୍ର ଏବଂ ବିଜେଡି ର  ଜୟନ୍ତ ଷଡ଼ଙ୍ଗୀ ବସିଥିବାର ନଜର ଆସିଥିଲା I ଏହା ନିଚୟ ଭାବେ ଅନ୍ୟ ମାନଙ୍କ ପାଇଁ ଏକ ପ୍ରେରଣା ଦାୟକ କଥା ଯେ ନିଜ ମାଟି ପାଇଁ ଏମାନେ  ଦଳୀୟ ରାଗ ରୁଷା ଭୁଲିଯାଇ ଏକାଠି  ବସିଥିଲେ ତା ପୁଣି ଗୋଟିଏ ମଞ୍ଚରେ ପାଖାପାଖି I  ଏହି ଅବସରରେ  ସ୍ଥାନୀୟ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ  କରାଯାଇଥିଲା I ପ୍ରଥମ  ଦିନରେ ପାଖାପାଖି ପନ୍ଦର ରୁ ଷୋହଳ ହଜାର ଲୋକ ସତ୍ୟବାଦୀ ମହୋତ୍ସବରେ ଓଲିଉଡ଼ର   ନାୟିକା ଏଲିନା ପାଢ଼ୀ ,ନାବ୍ୟା ,ସଂଗ୍ରାମ , ଏବଂ ଆଶୁତୋଷ  ଙ୍କ ପରି ଆଗ ଧାଡ଼ିର କଳାକାର ଙ୍କ  ସଙ୍ଗୀତ ଓ ନୃତ୍ୟ ପରିବେଷଣ  ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ I   ଏହା ଆଗାମୀ 11 ତାରିଖ ଯାଏଁ  ୩ ଦିନ  ଧରି ଲାଗିରହିବ Iସତ୍ୟବାଦୀ ମହୋତ୍ସବ କମିଟି  ତରଫରୁ 

 ସଭାପତି – ଜାନକୀ ବଲ୍ଲଭ ମିଶ୍ର ,ସମ୍ପାଦକ -ଜାନକୀ ବଲ୍ଲଭ ବରାଳ, ପ୍ରିୟରଞ୍ଜନ ,ଭବାନୀ ଶଙ୍କର ନନ୍ଦ ,ଟିଜା ପଟ୍ଟନାୟକ ,ରମା ବଲ୍ଲଭ ବରାଳ , ବିଶ୍ୱନାଥ ପ୍ରଧାନ ଏବଂ ସତ୍ୟବାଦୀ ର ସମସ୍ତ  ଯୁବ କର୍ମୀ   ଉପସ୍ଥିତ ରହି  ମହୋତ୍ସବ କାର୍ଯ୍ୟକ୍ରମ  କୁ ତଦାରଖ କରିଥିଲେ I ସତ୍ୟବାଦୀ ରୁ  ଓଡିଶା EXCLUSIVE @ ଲକି

Leave a Reply

Your email address will not be published. Required fields are marked *