ଭାତ ଖାଇସାରିବା ପରେ ବିଜେପି ପ୍ରାଥୀ ଅଶୋକ ପାଣିଗ୍ରାହୀ ଙ୍କ ନାମ ନେଲେ ଚପଲ ମାରିଥିବା ଯୁବକ

ଗତକାଲି ବିଜେପୁର ବରପାଲିର କୁମ୍ଭାରୀରେ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଜୋତା ଫିଙ୍ଗିଥିବା  ଯୁବକ କାର୍ତ୍ତିକ ମେହେର  ଆଜି  ସିଧା ସଳଖ ବିଜେପି ପ୍ରାଥୀ ଅଶୋକ ପାଣିଗ୍ରାହୀ ଙ୍କ ନାମ ନେଇଛନ୍ତି ।  ତେବେ ଏନେଇ ବରଗଡ଼ ଡ଼ିଏସପି କହିଛନ୍ତି ଯେ ଯୁବକ ଜଣକ ବିଜେପି ସମର୍ଥକ ଏବଂ ତାଙ୍କ ପାକେଟ ରୁ ବିଜେପି ପତାକା ଜବତ ହେଇଥିଲା ଘଟଣା ସ୍ଥଳରୁ ଏବଂ  ଅଶୋକ ପାଣିଗ୍ରାହୀ ଙ୍କ ପ୍ରରୋଚନାରେ ରେ ଚପଲ ମାଡ କରିଥିଲେ ବୋଲି ମାନିଛନ୍ତି ଏହା ସହିତ ସେ କିଶୋର ଏବଂ ଲୋକନାଥ ପଟେଲ ତାଙ୍କୁ ଉସଃକାଇଥିଲେ ଚପଲ ମାଡ କରିବାକୁ । ଅନ୍ୟପକ୍ଷରେ ଏହାକୁ ଅଶୋକ ପାଣିଗ୍ରାହୀ ଖଣ୍ଡନ କରିଛନ୍ତି ଏବଂ ତାଙ୍କୁ ବଦନାମ କରିବାକୁ ଏହା ରାଜନୈତିକ ଷଡଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *