ନେଇଥିବା ଫେଡ଼କୋ କର୍ତ୍ତୃପକ୍ଷ ଙ୍କ ନଜର କୁ ଆସିବାରୁ ବେଆଇନ ସଂଯୋଗ ଗୁଡିକୁ ତୁରନ୍ତ ବିଛିର୍ଣ୍ଣ କରିଦିଆଯାଇଥିଲା , ଶ୍ରୀ ଦାସ ଙ୍କ ନାମରେ ଥିବା ସଂଯୋଗ ର ବକେୟା ବିଦ୍ୟୁତ ଶୁକ୍ଳ ତୁରନ୍ତ ପଇଠ କରିବାକୁ କୁହାଯାଇଥିଲା , ତେବେ କାହିଁକି ବେଆଇନ ସଂଯୋଗ ଗୁଡିକୁ ବିଛିର୍ଣ୍ଣ କରାଗଲା ବୋଲି ଭବାନୀ ଶଙ୍କର ନନ୍ଦ ଙ୍କ ସହିତ ଶ୍ରୀ ଦାଶ ଯୁକ୍ତିତର୍କ କରିବା ସହିତ
ବକେୟା ବିଦ୍ୟୁତ ଶୁକ୍ଳ ପଇଠ ନକରି ଫେଡ଼କୋ କର୍ମଚାରୀ ଙ୍କୁ ଅତି ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରିଥିଲେ ,ବକେୟା ବିଦ୍ୟୁତ ଶୁକ୍ଳ ପଇଠ କରିବାକୁ ଫେଡ଼କୋ ତରଫରୁ ଭବାନୀ ଶଙ୍କର ନନ୍ଦ, ଦେବାଶିଷ ପ୍ରଧାନ ,ଜ୍ଞାନ ରଞ୍ଜନ,ଗୋପାଳ ଚନ୍ଦ୍ର ପତି ଶ୍ରୀ ଦାଶ ଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ,ଦୀର୍ଘ ଦିନରୁ ଲକ୍ଷାଧିକ ଟଙ୍କା ବକେୟା ରଖିଥିବା ଏବଂ ବେଆଇନ ଭାବରେ ହୁକ ପକାଇ ଏକାଧିକ ସଂଯୋଗ ନେଇଥିବା ଶ୍ରୀ ଦାଶ ଅତ୍ୟଧିକ କ୍ରୋଧିତ ହୋଇ ବକେୟା ବିଦ୍ୟୁତ ଶୁକ୍ଳ ନଦେଇ ଏକ ଫାର୍ସା ଆଣି ଫେଡ଼କୋ କର୍ମଚାରି ଙ୍କୁ ଜୀବନରୁ ମାରିଦେବାକୁ ଧମକାଇଥିଲେ ଏବଂ ଗ୍ରାମରେ ଭୟାତୁଳ ପରିବେଶ ସୃଷ୍ଟି କରି ବିଦ୍ୟୁତ ଶୁକ୍ଳ ଆଦାୟ ରେ ବାଧା ଉପୁଯାଇଥିଲେ I
ଏନେଇ ଫେଡ଼କୋ ଏସଡିଓ ଦେବାଶିଷ ପ୍ରଧାନ ସତ୍ୟବାଦି ଥାନାରେ ଲିଖିତ ଅଭିଯୋଗ କରିବା ପରେ IIC କୃଷ୍ଣ ଚନ୍ଦ୍ର ସେଠି ଙ୍କ ନିର୍ଦେଶ ରେ SI ଶ୍ରୀ ନନ୍ଦ ଅଭିଯୁକ୍ତ ଶ୍ରୀ ପଦ୍ମନାଭ ଦାଶ ଙ୍କୁ ତାଙ୍କ ଗ୍ରାମ ଦାସବିଦ୍ୟାଧର ପୁର ରୁ ଗିରଫ କରି ସତ୍ୟବାଦୀ ଥାନାରେ ଅଟକ ରଖିଛନ୍ତି ଏବଂ ଆସନ୍ତା କାଲି ତାଙ୍କୁ ପୁରୀ ହାଜତ କୁ ପଠାଇଦିଆଯିବ I
ଏନେଇ ଫେଡ଼କୋ ଶାଖା ପରିଚାଳକ ଶ୍ରୀ ଅମୀୟ କୁମାର ବେହୁରା ଓଡିଶା Exclusive କୁ ସୂଚନା ଦେଇ କହିଛନ୍ତି , ବିଦ୍ୟୁତ ଶୁକ୍ଳ ଆଦାୟ ରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ବିଶେଷ ଙ୍କୁ କୌଣସିମତେ ବରଦାସ୍ତ କରାଯିବ ନାହିଁ , ଆଇନ ଅନୁଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I
Copyright @ OdishaExclusive.in