୨.୫ଲକ୍ଷ ପଶୁଙ୍କୁ ମିଳିଲା ଆଧାର ଟ୍ୟାଗ

 

ମଧ୍ୟପ୍ରଦେଶରେ ପାଖାପାଖି ୯୦ଲକ୍ଷ ଗାଈ-ମଇଁଷି ସହିତ ସାମିଲ ଥିବା ୨.୫ ଲକ୍ଷ ପଶୁଙ୍କର ନିଜର ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରସ୍ତୁତ ହୋଇଛି। ଏହି ପଶୁଙ୍କ କାନରେ ଟ୍ୟାଗ ଲାଗାଇ ସେମାନଙ୍କୁ ୧୨ଅଙ୍କ ବିଶିଷ୍ଟ ୟୁଆଇଡି ନମ୍ବର ପ୍ରଦାନ କରାଯାଇଛି। ଏପରି କରିବା ଦ୍ୱାରା ପଶୁ ଚାଲାଣ ମାମଲା ହ୍ରାସ ପାଇବା ସହିତ ପଶୁପାଳକ ଯେଉଁ ପଶୁମାନଙ୍କୁ ଖୋଲା ଫାଙ୍କିଆ ବାହାରେ ଛାଡ଼ି ଦେଉଛନ୍ତି ସେମାନଙ୍କ ସମ୍ପର୍କରେ ସୂଚନା ମିଳି ପାରିବ। ସେହିପରି ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖାଯାଇ ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରାଯାଇପାରିବ।

ପଶୁଙ୍କ କାନରେ ଟ୍ୟାଗ ଲାଗିବା ନିଷ୍ପତ୍ତି ‘ରାଷ୍ଟ୍ରୀୟ ଡାୟରି ବିକାଶ ବୋର୍ଡ’ର ଯୋଜନା ଜରିଆରେ ଆରମ୍ଭ କରାଯାଇଛି। ମଧ୍ୟପ୍ରଦେଶର ପଶୁପାଳନ ବିଭାଗର ସଞ୍ଚାଳକ ଓ ଇନଫାର ନୋଡଲ ଅଧିକାରୀ ଗୁଲାବ ସିଂହ ଡାବର କହିଛନ୍ତି, ଆମେ ରାଜ୍ୟର ଦୁଗ୍ଧ ଉତ୍ପାଦନ କରୁଥିବା ସମସ୍ତ ପଶୁଙ୍କର ୟୁଆଇଡ ନମ୍ବର ପ୍ରସ୍ତୁତ କରିବା କାମ ଚଳିତ ମାସରୁ ଆରମ୍ଭ କରିଛୁ। ପ୍ରଥମ ପର୍ଯ୍ୟାୟରେ ୪୦ଲକ୍ଷ ଟ୍ୟାଗ ବଣ୍ଟା ଯାଇଛି। ଏଯାବତ୍‌ ୨.୫ଲକ୍ଷ ପଶୁଙ୍କ କାନରେ ଟ୍ୟାଗ ଲାଗାଯାଇ ସାରିଛି। ଏଥିସହିତ ପଶୁଙ୍କ ବୟସ, ସ୍ୱାସ୍ଥ୍ୟ ସ୍ଥିତି, ଗର୍ଭଧାରଣ ସମୟ, ଦୁଗ୍ଧ ଦେବାର କ୍ଷମତା ଓ ଅନ୍ୟ ବିଷୟରେ ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଉଛି।

Leave a Reply

Your email address will not be published. Required fields are marked *