​ଦିନ ଦିପହରେ ମହିଳାଙ୍କ ଘରେ ପଶି  ସରପଂଚ ଜୋରଜବରଦସ୍ତ  ଦୁଷ୍କର୍ମ କରିବାକୁ ଉଦ୍ୟମ 

କଥାରେ ଅଛି ରକ୍ଷକ ଯଦି ଭକ୍ଷକ ସାଜେ କହିବା କାହାକୁ ? ପଂଚାୟତ ସରପଂଚ ଜଣେ ମହିଳାଙ୍କୁ ଜୋରଜବରଦସ୍ତ  ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ସମ୍ପୃକ୍ତ ସରପଞ୍ଚ ଙ୍କୁ ପୋଲିସ ଗିରଫ କରିଛି I ଘଟଣା ଟି ହେଉଛି ଯାଜପୁର ଜିଲ୍ଲା ବନମାଳିପୁର ଅଂଚଳର I ମିଳିଥିବା ଖବର ଅନୁଯାଇ ମହିଳା ଜଣକ ଘରେ କେହି ନଥିବା ସୁଯୋଗ ନେଇ ସରପଂଚ ଜଣକ ଜୋରଜବରଦସ୍ତ ଘରେ ପଶି ଭିତରୁ କବାଟ ବନ୍ଦ କରିଦେଇଥିଲେ ଏବଂ ମହିଳା ଙ୍କ ସହିତ ଦୁଷ୍କର୍ମ ପାଇଁ 
 ଉଦ୍ୟମ କରିଥିଲା I ମହିଳା ଜଣକ ଜୋର ପାଟିରେ ଚିଲେଇବାରୁ ସରପଞ୍ଚ ଦଉଡି ପଳାଇଥିଲା , ଏନେଇ ଅଭିଯୋଗ ପରେ ସରପଂଚ ଗିରଫ ହେଇଚି I  ଗିରଫ ସରପଞ୍ଚଙ୍କ ନାମ ତାପସ ଚନ୍ଦ୍ର ରୟ  I ସରପଞ୍ଚ ବିବାହିତଏବଂ ତାଙ୍କର   ଦୁଇଟି ସନ୍ତାନ ଅଛି I

Leave a Reply

Your email address will not be published. Required fields are marked *