6 ବର୍ଷ ପରେ ହେଲା ପୂର୍ନଜନ୍ମ ,ନିଜ ପୁରୁଣା ଗ୍ରାମରେ ପହଞ୍ଚି 35ବର୍ଷୀୟା ମହିଳାଙ୍କୁ କହିଲେ ଧନ ମତେ ଚିନ୍ହିପାରୁନା ?

ସତରେ କଣ ମୃତ୍ୟୁ ପରେ ପୂର୍ନଜନ୍ମ  ହେଇଥାଏ ? ଯଦି ହଁ ତେବେ ଆମେ ପଛ କଥା କାହିଁକି ମନେ ପକାଇପାରିନଥାଏ I ଯଦିଓ ଆମେ ଅବିଶ୍ୱାସ କରୁ ଯେ   ପୂର୍ନଜନ୍ମ ର ତଥାପି ବେଳେ ବେଳେ ଏମିତି କିଛି ଚକିତ ଘଟଣା ଘଟିଥାଏ ଯାହା ଆମକୁ ବାଧ୍ୟ କରିଥାଏ ଯେ  ପୂର୍ନଜନ୍ମ ହୋଇଥାଏ ବୋଲି I , ଠିକ ସେମିତି ଏକ ଘଟଣା ଘଟିଛି ଜଲାଲପୁର ରେ I ପିଲାଟିର ନାଁ ଲବିଶ ,

ଯେତେବେଳେ ତାକୁ ତିନିବର୍ଷ ହେଲା , କୁନି ପାଟିରେ କଥା କହିବାକୁ ଲାଗିଲା ସେତେବେଳେ  ସେ କହୁଥିଲା କିଛି ଅଲଗା କଥା ଯାହାକୁ ବୁଝିପାରୁନଥିଲେ ତା ଘର ଲୋକେ , ପିଲାଟି ବାଧ୍ୟ କରୁଥିଲା ଅନ୍ୟ ଏକ ଗାଁ କୁ ଯିବାକୁ ଏବଂ ସେହିଠାରେ ହିଁ ତା ମା ବାପା ରୁହନ୍ତି I ପୁଅର ପିଲାଳିଆମୀ ଭାବି ବାପା ମା ଧ୍ୟାନ ଦେଇନଥିଲେ କିନ୍ତୁ ଯେତେବେଳେ ଲବିଶ କୁ ଛ ବର୍ଷ ହେଲା ସେ ଜିଦ ଧରି ବସିଲା ତା ଗାଁ କୁ ଯିବାକୁ ଏବଂ କହିଲା ସେ ଅନ୍ୟ ଜଣଙ୍କର ପୁଅ , ତାର  ପୂର୍ନଜନ୍ମ ହେଇଚି ,

(Previous father)

ଘଟଣା କୁ ଘର ଲୋକେ ସହଜରେ ବିଶ୍ୱାସ କରିପାରିଲେ ନାହିଁ , ତଥାପି ପୁଅର କଥାରେ ଘର ଠାରୁ ସାତ କିଲୋମିଟର ଦୂରରେ ଥିବା ରାମରାୟ ପୁର ଗାଁ କୁ ନେଇଯାଇଥିଲେ ପୁଅକୁ I

ସେଠି କିନ୍ତୁ ପହଁଚିଲା ପରେ ଘଟିଲା ବଡ ଅଦ୍ଭୁତ ଘଟଣା , 6 ବର୍ଷର ବାଳକ ଲବିଶ ବିନା କାହା ସାହାରରେ ରେ ପହଞ୍ଚିଥିଲା ନିଜ ଘରେ , ଏବଂ ତାର ପୂର୍ବ ବାପା ମା କୁ ଚିହିଁ ପାରିଥିଲା , ଏବଂ ପୂର୍ବ ଜନ୍ମରେ 2006 ରେ  ବିଦ୍ୟୁତ ଆଘାତରେ ମୃତ୍ୟୁ ହେଇଯାଇଥିବା ଘଟଣା ବର୍ଣନା କରିଥିଲା ଯାହାକି ସତକୁ ସତ 26.7.2006 ରେ ସେହି ଘରେ ସନ୍ଦୀପ ନାମକ ଜଣେ ଯୁବକ ର ବିଦ୍ୟୁତ ଆଘାତ ରେ ମୃତ୍ୟୁ ହେଇଥିଲା I

ଘଟଣା ଟି ସାରା ଗାଁ ରେ ଆଲୋଡନ ସୃଷ୍ଟି କରିଥିଲା , ଏବଂ ବନ୍ଧୁ ପରିଜନ ସମସ୍ତେ ପହଂଚିଥିଲେ , ସମସ୍ତଙ୍କୁ ଚକିତ କରି ଲବିଶ ଜଣ ଜଣ କରି ଚିହ୍ନଟ କରିଥିଲା I ବଡ ଚକିତ କର ଘଟଣା ଥିଲା ଯେତେବେଳେ ଲବିଶ କୁ ସନ୍ଦୀପ ର ଫଟ ଦେଖାଯାଇଥିଲା ସେ ତା ନିଜ ଫଟ ବୋଲି କହିଥିଲା , ଯଦିଓ ସନ୍ଦୀପ ର ଫଟ ବହୁ ପୁରୁଣା ଥିଲା I ଯୁବକ ଏବଂ ପାଖରେ ଥିବା ସନ୍ଦୀପ ଙ୍କ ସ୍ତ୍ରୀ ଙ୍କୁ ଦେଖି କହିଥିଲା ଧନ ତମେ କଣ ମତେ ଚିନ୍ହିପାରୁନା ?ଏବଂ ବଖାଣିଥିଲା କିଛି ଅକୁହା ସ୍ମୃତି ଯାହାକୁ ଶୁଣି ମହିଳା ଜଣଙ୍କ ଭୋ ଭୋ ହେଇ କାନ୍ଦିଥିଲେ i

ଏପରି ଏକ ଘଟଣା ବାଧ୍ୟ କରିଦେଉଛି ଅନ୍ୟ ମାନଙ୍କୁ ଯେ କଣ ସତରେ  ପୂର୍ନଜନ୍ମ ଅଛି ?

Leave a Reply

Your email address will not be published. Required fields are marked *