ବିଶ୍ୱକର୍ମାପୂଜା ରେ କରନ୍ତୁ ଏହି ଗୋଟିଏ କାମ ,ଘରେ ଏବଂ ବ୍ୟବସାୟରେ ହେବ ଉର୍ନତି

ସୃଷ୍ଟି ଆରମ୍ଭ ବେଳେ ସୃଷ୍ଟିର ସୁନ୍ଦରତା କୁ ନିର୍ମାଣ କରିବା ପାଇଁ ସ୍ୱୟଂ ଦେବ ଲୋକର ଦେବତା ବିଶ୍ୱକର୍ମା ଙ୍କୁ ଦାୟିତ୍ୱ ଦିଆଯାଇଥିଲା I ବିଶ୍ୱକର୍ମା ନିଜ ମନ ଧ୍ୟାନ ଏବଂ କଳା ଚାତୁରୀ ରେ ପୃଥିବୀ କୁ ଅତି ସୁନ୍ଦର କରି ଗଢି ତୋଳିଲେ I ସୃଷ୍ଟି ପାଇଁ ନିର୍ମାଣକର୍ତ୍ତା ବିଶ୍ୱକର୍ମା ଙ୍କ ଅବଦାନ କୁ ମନେପକାଇ ଅତ୍ୟନ୍ତ ଭକ୍ତି ର ସହିତ ତାଙ୍କ ପୂଜା କରାଯାଇଥାଏ I ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକରେ ବିଶ୍ୱକର୍ମା ଙ୍କୁ ପୂଜା କରାଯାଇଥାଏ I

ଏହି ଦିନ ମଧ୍ୟ ଦୋକାନ ଗୁଡିକ ର ପୂଜା କରାଯାଇ ବକେୟା ଆଦାୟ କରାଯାଇଥାଏ I ତେବେ ଯଦି ଆପଣଙ୍କ ଦୋକାନ ରେ ଲାଭ ପରିବର୍ତେ ସବୁବେଳେ କ୍ଷତି ଲାଗିରହୁଛି ତେବେ ବିଶ୍ୱକର୍ମା ପୂଜା ଦିନ ସକାଳୁ ସ୍ନାନ ସାରି ନିଜ ଦୋକାନ ର ବାହାରେ ହଳଦୀ ରେ ଏକ ସ୍ୱସ୍ତିକ ଚିହ୍ନ ଆଂକନ୍ତୁ ଏବଂ ଏଥିରେ କିଛି ଗୁଡ ସହିତ ବୁଟ ଡାଲି ରଖନ୍ତୁ

ଏବଂ କିଛି ସମୟ ପରେ ସେହି ଗୁଡ ,ବୁଟ ଡାଲି କୁ ଗାଈକୁ ଖାଇବାକୁ ଦେଇଦିଅନ୍ତୁ ଏହାଦ୍ୱାରା ଦୋକାନ ରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର ହେଇ ଦୋକାନରେ ଲାଭ ହେବ I ଏହା ସହିତ ଘରେ ଯଦି କଳହ ଲାଗି ରହୁଥାଏ ତେବେ ବିଶ୍ୱକର୍ମା ପୂଜା ଦିନ ପୂଜା ସାରି ଓସ୍ତ ଗଛ ର ଏକ ଅକ୍ଷତ ପତ୍ର ଆଣି

ସେଥିରେ ରକ୍ତ ଚନ୍ଦନ ରେ ଓଂ ବିଶ୍ୱକର୍ମାୟଃ ନମଃ ଲେଖି ଘରେ ପୂଜା ଘରେ ରଖିଦିଅନ୍ତୁ ଏହାକୁ ମଧ୍ୟ ଦୋକାନରେ ଯେଉଁଠାରେ ଆପଣ ଟଙ୍କା ବାକ୍ସ ରଖିଛନ୍ତି ସେହିଠାରେ ରଖିପାରିବେ I ଏମିତି କରିବା ଦ୍ୱାରା ଘରେ ସୁଖ ଶାନ୍ତି ଲାଗି ରହିଥାଏ I

Leave a Reply

Your email address will not be published. Required fields are marked *