ଆଜି ଆମେ ଆଲୋଚନା କରିବା ଜୁଆଣି ର ଉପକାରିତା ବିଷୟରେ।
ଜୁଆଣି ଖାଇଲେ କିମ୍ବା ଏହାକୁ ଗୋଟେ ରାତି ଉଷୁମ ପାଣିରେ ପକେଇ ପିଇଲେ ଆମର ବିଭିନ୍ନ ପ୍ରକାର ରୋଗ ଭଲ ହୋଇଥାଏ।ଯେପରି କିଡନୀ ଷ୍ଟୋନ, ଆସ୍ଥମା,ବିଭିନ୍ନ ପ୍ରକାର ଇନ୍ଫେକସନ୍,ଥଣ୍ଡା,କାଶ,କଫ, ଆର୍ଥରାଇଟିସି,ଡାଇରିଆ, ଡିସେନ୍ତ୍ରି, ଭିରାଲ୍ଇନ୍ଫେକସନ୍, ପାଇଲସ, ହାର୍ଟ ଡିଯିଜ୍ ଏବଂ କାନରେ ହେଉଥିବା ଅସୁବିଧା ସବୁ ଦୁର ହୋଇଥାଏ।
ଜୁଆଣି ଖାଇଲେ ଆମର ଏସିଡିଟି ଭଲ ହୋଇଥାଏ।ଆମ ପାଟିରେ ହେଉଥିବା ଗନ୍ଧ ଏବଂ ଦାନ୍ତ ଯଦି ପୋକ କାଟିଛି ତାହେଲେ ତାହା ମଧ୍ୟ ଭଲ ହୋଇଥାଏ।ଆମ ଶରୀରରେ ଯଦି କୌଣସି ଜାଗା କୁଣ୍ଡେଇ ହେଉଛି ଏବଂ ସେହି ଜାଗା ନାଲି ପଡି ଯାଇଛି ତାହେଲେ ଜୁଆଣି, ପାନ ମଧୁରି କୁ ବାଟି ଏହାକୁ କୁଣ୍ଡେଇ ହୋଇଥିବା ସ୍ଥାନରେ ଲଗାନ୍ତୁ ଦେଖିବେ କୁଣ୍ଡେଇ ହେବା ଭଲ ହୋଇଯିବ।
ଖଣ୍ଡିଆ ହେଉଥିବା ଜାଗାରେ ଯଦି ଆମେ ଜୁଆଣି କୁ ବାଟି ଲଗେଉଚ୍ଛେ ତେବେ ସେଇ ଖଣ୍ଡିଆ ମଧ୍ୟ ଭଲ ହୋଇଥାଏ। ତା ସହିତ ଏହା ମଧ୍ୟ ମଦ ଛାଡ଼ିବାକୁ ସାହାଯ୍ୟ କରିଥାଏ।ଜୁଆଣି କୁ ଉଷୁମ ପାଣିରେ ପକେଇ ଦିନରେ ଦୁଇ ଥର ପିଇଲେ ମଦ ଛାଡ଼ିବାରେ ସହାୟକ ହୋଇଥାଏ।ଜୁଆଣି ଆମ କେଶ ପାଇଁ ଆଉ ମୁଁହ ର ଦାଗ ଆଉ ବ୍ରଣ ଭଲ କରିବା ପାଇଁ ଉପକାରୀ ହୋଇଥାଏ।