ଫେସବୁକ ରେ କମେଣ୍ଟସ ଦେବା ପଡିଲା ମହଙ୍ଗା ,ଚାକିରିରୁ ନିଲମ୍ବିତ ହେଲେ ସରକାରୀ କର୍ମଚାରୀ

ସୋସିଆଲ ମିଡ଼ିଆର ପ୍ରଭାବ ବଢ଼ିବାରେ ଲାଗିଛି I ଯିଏ ଯାହା ପାରୁଛି ଲେଖୁଛି ,ଯାହା ଇଛା ହେଉଛି କହୁଛି I ପାଟିରେ ତୁଣ୍ଡି ନାହିଁ କି କଥାରେ ଶାଳୀନତା ନାହିଁ I ମନଇଛା ଅତି ଅଶ୍ଳୀଳ କଦର୍ଯ୍ୟ ଭାଷାରେ ବି ବିପକ୍ଷ ଙ୍କୁ କମେଣ୍ଟସ ଦେବାରେ ଲାଗିଛନ୍ତି I କିନ୍ତୁ ଏହି ସୋସିଆଲ ମିଡିଆରେ କମେଣ୍ଟସ ଦେବା ମାହାଙ୍ଗା ପଡିଛି ଦୁଇ ସରକାରୀ କର୍ମଚାରୀ ଙ୍କୁ I ଫେସବୁକ ରେ କମେଣ୍ଟସ ଦେଇ ଚାକିରିରୁ ସସ୍ପେଣ୍ଡ ହେଇଛନ୍ତି ଦୁଇ ବରିଷ୍ଠ କର୍ମଚାରୀ I ଘଟଣାଟି ଝାରସୁଗୁଡ଼ାରେ I

ଗତକାଲି ପଶ୍ଚିମାଞ୍ଚଳ ରେ ହାଇ କୋର୍ଟ ର ସ୍ଥାଇ ବେଞ୍ଚ ସ୍ଥାପନ କୁ ନେଇ ଫେସବୁକ ରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଝାରସୁଗୁଡା ତହସିଲ ର ବରିଷ୍ଠ କିରାଣୀ ବ୍ରଜମୋହନ ପ୍ରଧାନ ଏବଂ ଲକ୍ଷଣପୁର ତହସିଲ ର କର୍ମଚାରୀ ବଳଦେବ ପଟନାୟକ I ତେବେ ତାଙ୍କର ଏପରି ବିବାଦୀୟ କମେଣ୍ଟସ କୁ ନେଇକି ଜିଲ୍ଲା ଓକିଲ ସଂଘ ଜିଲ୍ଲାପାଳ ଙ୍କ ଆଗରେ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିବାରୁ ଘଟଣାକୁ ଆଗକୁ ନ ବଢ଼ାଇ ଜିଲ୍ଲାପାଳ ଦୁଇ କର୍ମଚାରୀ ଙ୍କୁ ନିଲମ୍ବିତ କରିଦେଇଛନ୍ତି I

ଅପରପକ୍ଷରେ କଟକ ରେ ମଧ୍ୟ ଆଇନଯିବି ମାନଙ୍କର ବିକ୍ଷୋଭ ଚାଲୁରହିଛି ,ପରିସ୍ତିତି ର ଜଟିଳତା କୁ ଏଡେ଼ଇବାକୁ ଜିଲ୍ଲାପାଳ ଏପରି ନିଷ୍ପତି ନେଇଥିବା କୁହାଯାଉଛି I ଅନ୍ୟପଟେ ଦୁଇ କର୍ମଚାରୀ ଏହାକୁ ବିରୋଧ କରିବା ସହିତ ଏହା ଆଇନ ବିରୁଧ ଏବଂ ତାଙ୍କୁ ନିଲମ୍ବିତ କରାଯିବI ପୂର୍ବରୁ କୌଣସି କାରଣଦର୍ଶାଅ ନୋଟିସ ଦିଆଯାଇନି ତେଣୁ ଏହାକୁ ନେଇ ସେମାନେ ହାଇକୋର୍ଟ ଯିବେ ବୋଲି କହିଛନ୍ତି I କହିବାର ଅଧିକାର ସମସ୍ତଙ୍କର ଅଛି ତେଣୁ ତାଙ୍କ ମୌଳିକ ଅଧିକାର କୁ ଖୁର୍ଣ୍ଣ କରାନଯାଉ I ସୂଚନା ଥାଉ କି ଗତ କିଛିଦିନ ତଳେ ଓଡିଶା ବିଷୟରେ ବିବାଦୀୟ ମନ୍ତବ୍ୟ\ସୋସିଆଲ ମିଡିଆରେ ଦେଇ ବରିଷ୍ଠ ସାମ୍ବାଦିକ ଅଭିଜିତ ମିତ୍ର ଗିରଫ ହେଇଥିଲେ I Jharsuguda ରୁ ରିପୋର୍ଟର Saroj @ଓଡିଶାExclusive

Leave a Reply

Your email address will not be published. Required fields are marked *