ଜନ ସାଧାରଣ କୁ ନ୍ୟାୟ ଦେବା ଓକିଲ ବା ଆଇନଜୀବୀ ମାନଙ୍କର କର୍ତବ୍ୟ I ପ୍ରଥମେ ନିଜେ ଆଇନ ପାଳନ କରିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ସଚେତନ କରିବା ଏମାନଙ୍କର କାମ I କିନ୍ତୁ ଆଇନଜୀବୀ ମାନେ ସର୍ବୋଚ୍ଚ ନ୍ୟାୟାଳୟ ର ନିର୍ଦେଶ କୁ ବେଖାତିର କରି ଫୁତ୍କାର ମାରି ଉଡାଇ ଦେଇଛନ୍ତି Iସତେ ଯେପରି ଏମାନଙ୍କ ପାଖରେ ସୁପ୍ରିମ କୋର୍ଟ ନିର୍ଦେଶ ର କୌଣସି ମୂଲ୍ୟ ନାହିଁ I ଖାଲି ଏତିକି ନୁହେଁ ଯାହା ଆଜି ଯାଏଁ ହେଇନଥିଲା ତାହା ଆମ ଓଡ଼ିଶାର ପୂଜ୍ୟ ମାନ୍ୟ ଆଇନ ଯିବି ମାନେ ଇତିହାସ ରଚିଛନ୍ତି I ଇତିହାସର କଳା ଫର୍ଦ୍ଧ ରେ ସବୁଦିନ ପାଇଁ ଲିପିବଦ୍ଧ ହେଇ ରହିଗଲା ଆଇନ ଯିବି ମାନଙ୍କ କାରନାମା I ସର୍ବୋଚ୍ଚ ନ୍ୟାୟାଳୟ ର ନିର୍ଦେଶ କୁ ଅବମାନନା କରିବା ସହିତ ଗତକାଲି ହାଇକୋର୍ଟ ର ମୁଖ୍ୟ ଫାଟକରେ ତାଲା ପକାଇ ବିଚାରପତି ଙ୍କୁ ପ୍ରବେଶ କରିବାକୁ ଦେଇନଥିଲେ
ଖାଲି ଏତିକି ନୁହେଁ ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ କରିବା ସହିତ ତାଙ୍କ ବିରୋଧରେ ହାଇକୋର୍ଟ ସାମ୍ନାରେ ନାରା ଦେଇଛନ୍ତି Iତେବେ କଥା ଉଠୁଛି ଏମାନେ କଣ ସୁପ୍ରିମ କୋର୍ଟ ଙ୍କ ଉପରେ କି ??ପ୍ରଧାନ ବିଚାରପତି ଙ୍କ ନିର୍ଦେଶ ସତ୍ୱେ ଆନ୍ଦୋଳନ ତ୍ୟାଗ ନକରି ଓଲଟା ପ୍ରଧାନ ବିଚାରପତି ଙ୍କ ବିରୁଦ୍ଧରେ କୁଶପୁତ୍ତଳିକା ଦାହ କରିବା କେତେ ଗ୍ରହଣୀୟ ??
ସୂଚନା ଥାଉ କି ଗତ ଅଗଷ୍ଟ 28ରେ ଆଇନଜୀବୀ ଦେବୀ ପଟନାୟକ ଙ୍କୁ ପୋଲିସ ର ମାଡ କୁ ବିରୋଧ କରି ସମସ୍ତ ଆଇନଜୀବୀ କାର୍ଯ୍ୟବନ୍ଦ ଡାକରା ଦେଇଛନ୍ତି ଏବଂ ଏନେଇ ଗତ ଦୁଇଦିନ ତଳେ ପୋଲିସ ଦୁଇଜଣ ପୋଲିସ କର୍ମଚାରୀ ସହିତ ଜଣେ ହୋମ ଗାର୍ଡ କୁ ଗିରଫ କରିଛି I
ଓଡିଶା ବିରୁଦ୍ଧରେ କଟାକ୍ଷ କରିଥିବା ଅଭିଜିତ ସେପ୍ଟେମ୍ବର 28 ରେ କୋର୍ଟ ରେ ହଜାର ହେବା ନେଇ ସୁପ୍ରିମକୋର୍ଟ ର ସୁରକ୍ଷା ପାଇଁ ଆବେଦନ କରିଥିଲେ ମାମଲା ର ଶୁଣାଣିରେ ତୁରନ୍ତ ଆନ୍ଦୋଳନ ତ୍ୟାଗ କରି କାର୍ଯ୍ୟରେ ଯୋଗ ଦେବାକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଥିଲେ ଆଇନଜୀବୀ ଙ୍କୁ I
କିନ୍ତୁ ସୁପ୍ରିମ କୋର୍ଟ ର ନିର୍ଦେଶ କୁ କର୍ଣ୍ଣପାତ ନକରି ଓଲଟା ହାଇକୋର୍ଟ ର ମୁଖ୍ୟ ଫାଟକ ଅବରୋଧ କରିବା ସହିତ ପ୍ରଧାନ ବିଚାରପତି ଙ୍କ ବିରୁଦ୍ଧରେ ନାରାବାଜି କରିଛନ୍ତି I